ଜଙ୍ଗଲରେ ପ୍ରଥମ ଥର ଗୋରା ବ୍ୟକ୍ତିଙ୍କୁ ଦେଖି ଆଦିବାସୀଙ୍କର ଥିଲା ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ଅଛି, ଯାହାକୁ ଦେଖି ଆଶ୍ଚର୍ଯ୍ୟ ଲାଗିଥାଏ। ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ୧୯୯୩ ମସିହାର ବୋଲି କୁହାଯାଉଛି।

ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଆଦିବାସୀ  ପ୍ରଥମଥର ପାଇଁ ଜଣେ ଗୋରା ବ୍ୟକ୍ତିଙ୍କୁ ଦେଖିଥିଲେ। ଏହି ଗୋରା ବ୍ୟକ୍ତିଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଉକ୍ତ ବ୍ୟକ୍ତିଙ୍କୁ ସ୍ପର୍ଶ କରିବା ପରେ ବିଦ୍ୟୁତ କରେଣ୍ଟ ଲାଗିଲା ଭଳି ପ୍ରତିକ୍ରିୟା ଦେଇଥିଲେ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ବିଦେଶୀଙ୍କର ଭେଟ ଜଙ୍ଗଲରେ ଥିବା ଜଣେ ଆଦିବାସୀଙ୍କ ସହିତ ହୋଇଯାଇଥିଲା।ଜଙ୍ଗଲରେ ରହୁଥିବା ଆଦିବାସୀ ଜଣକ ଯେଉଁ ବ୍ୟକ୍ତିଙ୍କୁ ଭେଟିଥିଲେ, ତାହାଙ୍କ ରଙ୍ଗ ପୂରା ଗୋରା ଥିଲା। ସେ ଏପରି ମଣିଷ ପୂର୍ବରୁ କେବେ ଦେଖି ନଥିବାରୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ସେ ଉକ୍ତ ବ୍ୟକ୍ତିଙ୍କୁ ଛୁଇଁବା ପାଇଁ ଚେଷ୍ଟା କରିଥିଲେ। ଯେମିତି ସେ ସେହି ବିଦେଶୀ ବ୍ୟକ୍ତିଙ୍କୁ ଛୁଇଁଥିଲେ ବିଦ୍ୟୁତ ଆଘାତ ଲାଗିଲା ଭଳି ପଛକୁ ଘୁଞ୍ଚି ଯାଇଥିଲେ। ପରେ ଉକ୍ତ ସ୍ଥାନରେ ଥିବା ଆଉ କିଛି ଆଦିବାସୀ ବ୍ୟକ୍ତି ଶ୍ବେତାଙ୍ଗଙ୍କୁ ଛୁଇଁବାକୁ ଲାଗିଥିଲେ। ଏଥିସହ ସେମାନେ ନିଜନିଜ ଭିତରେ କିଛି କଥା ହେବାକୁ ଲାଗିଥିଲେ।

 

ଏହି ଭିଡିଓକୁ @HistoryInPics ନାମକ ଟୁଇଟର ବ୍ୟବହାରକାରୀ ଦ୍ବାରା ଟୁଇଟ କରାଯାଇଛି। ଭିଡିଓ ପୋଷ୍ଟ ହେବା ପରଠାରୁ ଏହାକୁ ଏକଲକ୍ଷ ୬୪ହଜାରରୁ ଅଧିକ ଥର ଦେଖାଯାଇଛି। ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

ସମ୍ବନ୍ଧିତ ଖବର