ସମୁଦ୍ର ଶାସ୍ତ୍ରରେ ବ୍ୟକ୍ତିମାନଙ୍କର ଶରୀର ବିଭିନ୍ନ ଅଙ୍ଗର ଆଧାରରେ ସ୍ୱଭାବର ଆକଳନ କରାଯାଇଛି। ମନୁଷ୍ୟର କପାଳରୁ ମଧ୍ୟ ସ୍ୱଭାବ ଜାଣିହେବ। ଯେଉଁମାନଙ୍କର କପାଳ ଛୋଟ, ସେମାନେ ଖୁବ୍ ଭାବପ୍ରବଣ ସ୍ୱଭାବର। ଏମାନେ ଛୋଟ ଛୋଟ କଥାରେ ଖୁସି ହୋଇଯାଆନ୍ତି ଓ ଦୁଃଖୀ ମଧ୍ୟ ହୋଇଯାଆନ୍ତି।
ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଯେଉଁମାନଙ୍କର କପାଳ ମୋଟା, ସେମାନେ କଥାରେ ଏକଦମ୍ ପକ୍କା। ଏମାନେ ପ୍ରାୟତଃ ପ୍ରତିଶ୍ରୁତି ରକ୍ଷା କରିଥାନ୍ତି। ଏହି ଲୋକମାନେ ସହଜରେ ଜଣକୁ ବିଶ୍ୱାସ କରନ୍ତି ନାହିଁ।
/sambad/media/post_attachments/wp-content/uploads/2018/08/fore-head89.jpg)
ଯେଉଁମାନଙ୍କର କପାଳ ବଡ଼, ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ସେମାନେ ଖୁବ୍ ବୁଦ୍ଧିମାନ। ସେମାନେ ଖୁବ୍ ଭାଗ୍ୟବାନ ମଧ୍ୟ। କୁହାଯାଏ ଯେ ସେମାନେ ସହଜରେ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି।
ଯେଉଁ ଲୋକଙ୍କର କପାଳ ଗୋଲାକାର, ସେମାନେ ହସଖୁସିଆ ମଣିଷ। ଏମାନେ ଖୁବ୍ ସକାରତ୍ମକ ମନେ ହୁଅନ୍ତି। ଏମାନେ ନିରାଶା ଭିତରେ ରହିବାକୁ ପସନ୍ଦ କରନ୍ତି ନାହିଁ।
/sambad/media/post_attachments/wp-content/uploads/2018/08/fore-headi9-300x162.jpg)
ଆଉ କେତେକଙ୍କର ମଥା m ଆକାର ହୋଇଥାଏ। ସେମାନଙ୍କ ସଂପର୍କରେ କୁହାଯାଏ କି ସେମାନେ ଅଧିକ ଚିନ୍ତା କରନ୍ତି। ସେମାନେ ସ୍ୱପ୍ନର ଦୁନିଆଁରେ ବଂଚିବାକୁ ଭଲ ପାଆନ୍ତି। ଯେଉଁମାନଙ୍କର କପାଳ ପାହାଡ଼ ଆକାରର, ସେମାନେ ସାମାଜିକ ସ୍ତରରେ ଖୁବ୍ ପ୍ରତିଷ୍ଠା ଅର୍ଜନ କରିଥାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/fore-head.jpg)