ନୂଆଦିଲ୍ଲୀ: ବିଦେଶିନୀଙ୍କର ଭାରତୀୟ ଯୁବକଙ୍କ ପ୍ରତି ମମତା ପୂର୍ବରୁ ବି ଅନେକ ଥର ଦେଖିଛେ। ନିକଟରେ ପୁଣି ଜଣେ ବିଦେଶିନୀ ଭାରତୀୟ ଯୁବକଙ୍କୁ ପ୍ରେମ କରି ବିବାହ କରିବା କଥା ଚର୍ଚ୍ଚାର ବିଷୟ ପାଲଟିଛି। କର୍ଣ୍ଣାଟକ ଅଟୋ ଚାଳକ ଅନନ୍ତରାଜୁଙ୍କ ସହ ବେଲ୍ଜିୟମ ଯୁବତୀ କେମିଲିଙ୍କୁ ପ୍ରେମ ହୋଇଗଲା ଓ ସେମାନେ ପରସ୍ପରଙ୍କୁ ବିବାହ କରିବା ପରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି।
ସେମାନେ ଗତକାଲି (ନଭେମ୍ବର ୨୫) ତାରିଖରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି। ୩୦ ବର୍ଷୀୟ ଅନନ୍ତରାଜୁ ଜଣେ ଅଟୋ ଚାଳକ ହୋଇଥିବା ବେଳେ ଟୁରିଷ୍ଟ୍ ଗାଇଡ୍ ମଧ୍ୟ। ସେ ୨୭ ବର୍ଷୀୟା କେମିଲିଙ୍କୁ ସୋସିଆଲ୍ ମିଡିଆ ଜରିଆରେ ଯୋଗାଯୋଗ କରିଥିଲେ। ସୋସିଆଲ୍ ମିଡିଆ ଜରିଆରେ ପ୍ରଥମେ ସେମାନେ ପରସ୍ପରଙ୍କୁ ଜଣିଥିଲେ।
ରିପୋର୍ଟ ଅନୁସାରେ, ଅନନ୍ତରାଜୁ ଓ କେମିଲି ପରସ୍ପରଙ୍କୁ ପ୍ରଥମେ ୨୦୧୯ ମସିହାରେ ଭେଟିଥିଲେ। ସେ ସମୟରେ କେମିଲି ନିଜ ପରିବାର ସହ ଭାରତ ବୁଲିବାକୁ ଆସିଥିଲେ। ତାଙ୍କୁ ଗାଇଡ୍ କରି ଜାଗା ବୁଲେଇ ଦେଖେଇ ଥିଲେ ଅନନ୍ତରାଜୁ। ଏହାସହ ସେମାନଙ୍କର ରହିବା ବନ୍ଦୋବସ୍ତ ବି କରି ଦେଇଥିଲେ ଅନନ୍ତରାଜୁ। ନିଜର ଭାରତ ଯାତ୍ରା ସମୟରେ କେମିଲିଙ୍କ ପରିବାର ଲୋକ ଅନନ୍ତରାଜୁଙ୍କ ବ୍ୟବହାର ଓ ଆତିଥ୍ୟରେ ବେଶ୍ ପ୍ରଭାବିତ ହୋଇଥିଲେ।
ଏହି କାରଣରୁ କେମିଲି ନିଜ ଦେଶକୁ ଫେରିବା ପରେ ସେ ଅନନ୍ତରାଜୁଙ୍କ ସହ ସୋସିଆଲ୍ ମିଡିଆ ଜରିଆରେ ଯୋଗାଯୋଗ କରିବା ଆରମ୍ଭ କରିଥିଲେ। ତାପରେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇ ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Untitled-85.jpg)