ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତ କିରିବାରେ ମାହିର୍ ବୋଲି ତାଙ୍କ ନାମରେ ପୂର୍ବରୁ ଅନେକ ଖବର ପ୍ରକାଶ ପାଇଛି। ମାତ୍ର ଆପଣ ବୋଧେ ଜାଣନ୍ତି ନାହିଁ ମୋଦି ଏଯାବତ୍ ସବୁଠାରୁ ଅଧିକ ବିଦେଶ ଯାତ୍ରା କରିଥିବା ପ୍ରଧାନମନ୍ତ୍ରୀ ହୋଇପାରି ନାହାନ୍ତି। ସେ ଏବେ ବି ତୃତୀୟ ସ୍ଥାନରେ ଅଛନ୍ତି। ଆଜି ଆମେ ୪ ଜଣ ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଆଲୋଚନା କରିବା। ଚାଲନ୍ତୁ ଜାଣିବା ଏମାନଙ୍କ ମଧ୍ୟରେ କିଏ ସବୁଠାରୁ ଅଧିକ ବିଦେଶ ଗସ୍ତ କରିଛନ୍ତି।
/sambad/media/post_attachments/wp-content/uploads/2018/12/indir1_647_111916104322-300x187.jpg)
ଇନ୍ଦିରା ଗାନ୍ଧୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜର ୧୫ ବର୍ଷର ଶାସନ କାଳ ମଧ୍ୟରେ ସମୁଦାୟ ୧୧୩ଥର ବିଦେଶ ଗସ୍ତ କରିଛନ୍ତି। ସେ ସବୁଠାରୁ ଅଧିକ ବିଦେଶ ଗସ୍ତ କରିଛନ୍ତି ବୋଲି ଏଯାବତ୍ ରେକର୍ଡ ରହିଛି।
/sambad/media/post_attachments/wp-content/uploads/2018/12/atal-death-bollywood-300x168.jpeg)
ଅଟଳ ବିହାରି ବାଜପେୟୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀ ୩ ଥର ଶାସନ କ୍ଷମତାରେ ଆସି ସମୁଦାୟ ୪୮ ଥର ବିଦେଶ ଗସ୍ତ କରିଥିବା ରେକର୍ଡ ରହିଛି।
/sambad/media/post_attachments/wp-content/uploads/2018/12/manmohansingh-kL3E-621x414@LiveMint-300x200.jpg)
ଡକ୍ଟର ମନମୋହନ ସିଂହ: ୨ ଥର ପ୍ରଧାନମନ୍ତ୍ରୀ ହୋଇ ୧୦ ବର୍ଷ ଶାସନ କ୍ଷମତାରେ ରହିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସମୁଦାୟ ୯୩ ଥର ବିଦେଶ ଗସ୍ତ କରିଛନ୍ତି। ସେ ଏବେ ସୁଦ୍ଧା ମୋଦିଙ୍କଠାରୁ ମାତ୍ର ଥରେ ଅଧିକ ଗସ୍ତ କରିଛନ୍ତି।
/sambad/media/post_attachments/wp-content/uploads/2018/12/download-1-52-300x168.jpg)
ନରେନ୍ଦ୍ର ମୋଦି: ପ୍ରଧାନମନ୍ତ୍ରୀ ଆସନରେ ବସିବାର ଚତୁର୍ଥ ବର୍ଷ ମଧ୍ୟରେ ମୋଦି ଏଯାବତ୍ ୯୨ ଥର ବିଦେଶ ଗସ୍ତ କରି ସାରିଲେଣି। ସେ ଆଉ ମାତ୍ର ୨ ଥର ଯାତ୍ରା କଲେ ମନମୋହନ ସିଂହଙ୍କ ରେକର୍ଡ ଭଙ୍ଗ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Presentation1-1.jpg)