ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। କାଙ୍ଗଡ଼ା ଜିଲ୍ଲାରେ ଥିବା ଜଳପ୍ରପାତ ନିକଟକୁ ପ୍ରତିଦିନ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ବୁଲିବାକୁ ଆସିଥାଆନ୍ତି। ନିକଟରେ କିଛି ପର୍ଯ୍ୟଟକ ଜଳପ୍ରପାତ ନିକଟକୁ ବୁଲିବାକୁ ଆସିଥିବା ବେଳେ ସେଠାରେ ଅଳିଆ ଭାସୁଥିଲା। କିନ୍ତୁ ଏଥିପ୍ରତି କାହାର ଦୃଷ୍ଟି ଯାଇ ନଥିଲା। ଏହି ସମୟରେ ଉକ୍ତ ଜଳପ୍ରପାତ ନିକଟରେ ଜଣେ ବିଦେଶୀ ପର୍ଯ୍ୟଟକ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରୁଥିବା ବେଳେ ଜଳରେ କିଛି ଆବର୍ଜନା ଭସୁଥିବା ଦେଖି ସଙ୍ଗେସଙ୍ଗେ ସେ ସବୁକୁ ଗୋଟାଇ ସଫା କରିବାକୁ ଲାଗି ପଡ଼ିଥିଲେ। ବିଦେଶୀ ପର୍ଯ୍ୟଟକଙ୍କ ଏଭଳି କାମକୁ ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ପର୍ଯ୍ୟଟକ ଭୁରିଭୁରି ପ୍ରଶଂସା କରିବା ସହିତ ଭିଡିଓ ରେକର୍ଡ କରିଥିଲେ।
ସୋସିଆଲ ମିଡିଆରେ ଭିଡିଓକୁ ନିଖିଲ ସାଇନି ନାମକ ଜଣେ ବ୍ୟବହାରକାରୀ ପୋଷ୍ଟ କରିଛନ୍ତି। ଭିଡିଓ ପୋଷ୍ଟ କରିବା ସମୟରେ ସେ ଲେଖିଛନ୍ତି ଯେ, ‘ଆମକୁ ଲାଜ ଲାଗିବା କଥା। କାରଣ ଜଣେ ବିଦେଶୀ ପର୍ଯ୍ୟଟକ ଆମ ଅପେକ୍ଷା ଆମ ପରିବେଶର ସୌନ୍ଦର୍ଯ୍ୟ ବିଷୟରେ ଅଧିକ ଚିନ୍ତିତ।
Shameful a foreign tourist is more concerned about nature’s beauty while local tourists keep shamelessly littering such stunning places. No govt or administration is to be blamed — it’s the people who need to change if we ever want a clean country. Video from Kangra, Himachal. pic.twitter.com/AbZfcG28G8
— Nikhil saini (@iNikhilsaini) July 24, 2025
ସ୍ଥାନୀୟ ପର୍ଯ୍ୟଟକ ଜଳପ୍ରପାତ ନିକଟରେ ମଜାମସ୍ତି କରିବା ସହିତ ଫଟୋ ଉଠାଇବାରେ ବ୍ୟସ୍ତ ଥିବା ବେଳେ ଜଣେ ବିଦେଶୀ ପର୍ଯ୍ୟଟକ ଉକ୍ତ ସ୍ଥାନରେ ପଡ଼ିଥିବା ଅଳିକାକୁ ସଫା କରିଥିଲେ।