ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ ହୋଇଥାଏ। ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ବରଯାତ୍ରୀ  ନାଚିନାଚି ଯାଉଛନ୍ତି, ଏତିକି ବେଳେ ଏହି ବରଯାତ୍ରୀଙ୍କ ମଧ୍ୟରେ ଜଣେ ବେଲଜିୟମର ବିଦେଶୀ ନାଚୁଥିବା ଦେଖିବାକୁ ମିଳୁଛି।

Advertisment

ଆଡ ପିପଲ ନାମକ ବେଲଜିୟମର ଜଣେ କଣ୍ଟେଣ୍ଟ ଏଡିଟର ନିକଟରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଏକ ବରଯାତ୍ରୀରେ ନାଚୁଥିବା ଦେଖିବାକୁ ମିଳୁଛି।

ଆଡ ପିପଲ  କହିଛନ୍ତି, ‘ମୁଁ ପୂର୍ବରୁ ଅନେକ ଭାରତୀୟଙ୍କ ବିବାହ ଦେଖିଛି।  ଏହି ବିବାହରେ ସାମିଲ ଥିବା ବରଯାତ୍ରୀ ନାଚିନାଚି ଯାଉଥିବା ଦୃଶ୍ୟକୁ ଦେଖିବାକୁ ମୋତେ ଭଲ ଲାଗିଥିଲା। ମୁଁ ବି ଏମିତି ଏକ ବରଯାତ୍ରୀରେ ସାମିଲ ହୋଇ ନାଚିବା ପାଇଁ ଚାହିଁଥିଲି। ତେଣୁ ଅଚିହ୍ନା ଲୋକଙ୍କ ବରଯାତ୍ରୀରେ ପ୍ରବେଶ କରି ଯାଇଥିଲି। ଜାଣି ନଥିଲି ଯେ ମୋତେ ଲୋକେ ଏତେ ସମର୍ଥନ କରିବେ ବୋଲି। ଯେମିତି ହିଁ ମୁଁ ବରଯାତ୍ରୀଙ୍କ ମଧ୍ୟରେ ପଶିଥିଲି। ସେମାନେ ମୋତେ ନଚାଇବା ସହିତ ବିଭିନ୍ନ ପ୍ରକାର ଗୀତର ଷ୍ଟେପ ବତାଉଥିଲେ। ଆଉ ନଚାଇ ନଚାଇ ମୋତେ ହାଲିକା କରି ଦେଇଥିଲେ। ମୋତେ ଏସବୁ ବହୁତ ଖୁସି ଲାଗିଥିଲା।’

View this post on Instagram

A post shared by Ed People (@ed.people)

ଏହି ଭିଡିଓଟି ସେୟାର କରିବା ପରେ ଏହାକୁ ୩.୪ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୨୩,୦୦୦ରୁ ଅଧିକ ଲାଇକ ମିଳିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଭାରତୀୟଙ୍କ ବରଯାତ୍ରୀରେ ବିଦେଶୀଙ୍କ ନୃତ୍ୟକୁ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।