ଧାରା ୩୭୦ଉଚ୍ଛେଦ ପରେ ଇସ୍ତଫା ଦେଇଥିବା ଆଇଏଏସ୍‌ ଅଫିସରଙ୍କ ଉପଦେଶ; ଚାକିରି ଛଡ଼ିବା ପୂର୍ବରୁ ଏହି ଜିନିଷ ନିଶ୍ଚୟ କିଣନ୍ତୁ

ନୂଆଦିଲ୍ଲୀ : କଶ୍ମୀରରୁ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହାକୁ ବିରୋଧ କରି ନିଜ ପଦରୁ ଇସ୍ତଫା ଦେଇଥିଲେ ଆଇଏଏସ୍‌ ଅଫିସର କନ୍ନନ ଗୋପୀନାଥନ । ଏବେ ସେ ଚାକିରି ଛାଡ଼ିବା ପରର ଦୁଃଖ ବିଷୟରେ ଜଣାଇଛନ୍ତି । ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି କି, ଯଦି ଆପଣ ଚାକିରି ଛାଡ଼ିବାକୁ ଚାହୁଁଛନ୍ତି, ତେବେ ପୂର୍ବରୁ ଓ୍ଵାସିଂ ମେସିନ କିଣି ରଖନ୍ତୁ । ତାଙ୍କର ଏଭଳି ଟୁଇଟ୍‌ ପରେ ଲୋକେ ତାଙ୍କୁ ଭିନ୍ନ ଭିନ୍ନ ପରାମର୍ଶ ଦେବା ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ, ୨୦୧୮ରେ କେରଳ ବନ୍ୟା ସମୟରେ ଚର୍ଚ୍ଚାକୁ ଆସିଥିଲେ କନ୍ନନ ଗୋପୀନାଥନ । ନିଜର ପରିଚୟ ନ ଦେଇ ସେ ରିଲିଫ୍‌ କାର୍ଯ୍ୟରେ ସହାୟତା କରିଥିଲେ । କିନ୍ତୁ କଶ୍ମୀରରୁ ଧାରା ୩୭୦ହଟିବା ପରେ ସେ ନିଜ ପଦରୁ ଇସ୍ତଫା ଦେବା ଖବର ସମସ୍ତଙ୍କୁ ଚମକାଇ ଦେଇଥିଲା । ଏବେ ସେ ଚାକିରି ଛାଡ଼ିବା ପରେ ତାଙ୍କୁ ହେଉଥିବା ସମସ୍ୟା ବିଷୟରେ ଜଣାଇଛନ୍ତି । ଓଦା ପୋଷାକର ଫଟୋ ଟୁଇଟ୍‌ କରି ସେ ଲେଖିଛନ୍ତି କି, ଚାକିରିରୁ ଇସ୍ତଫା ଦେବା ପୂର୍ବରୁ ମୁଁ ଓ୍ଵାସିଂ ମେସିନ କିଣି ନ ଥିବାରୁ ଏବେ ପଶ୍ଚାତାପ କରୁଛି । ସେଥିପାଇଁ ମୁଁ ସମସ୍ତଙ୍କୁ କହୁଛି କି, ଚାକିରି ଛାଡ଼ିବା ପାଇଁ ଭାବୁଥିଲେ ପ୍ରଥମେ ଓ୍ଵାସିଂ ମେସିନ ନିଶ୍ଚୟ କିଣନ୍ତୁ । ନହେଲେ ମୋ ଭଳି ଅବସ୍ଥା ହେବ । ତାଙ୍କର ଏଭଳି ମଜାଦାର ଟୁଇଟ୍‌ ପରେ ଲୋକେ ତାଙ୍କୁ ପୁଣି ଥରେ ଚାକିରିରେ ଯୋଗ ଦେବାକୁ ପରାମର୍ଶ ଦେଉଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର