ଦେଶରେ ବଢ଼ୁଛି ସାମ୍ପ୍ରଦାୟିକ ହିଂସା, ରୋକିବାର ୭ଟି ବାଟ ବତାଇଲେ କିରଣ ବେଦୀ

ନୂଆଦିଲ୍ଲୀ: ରାମ ନବମୀ ଏବଂ ହନୁମାନ ଜୟନ୍ତୀ ଅବସରରେ ଦେଶର ଅନେକ ଅଞ୍ଚଳରେ ହିଂସା ଓ ଦଙ୍ଗା ହେବାର ଖବର ଆସିଛି। ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା। ହନୁମାନ ଜୟନ୍ତୀ ଅବସରରେ ଜାହାଙ୍ଗୀରପୁରୀରେ ହିଂସା ହେବା ସହ ଅନେକ ଲୋକ ଆହତ ହୋଇଥିଲେ। ଏନେଇ ୨୫ଜଣଙ୍କୁ ଗିରଫ କରାଯିବା ସହ ୫ଜଣଙ୍କ ଉପରେ ଏନଏସଏ ଲାଗିଛି। ଏହି ହିଂସାରେ ୮ ଜଣ ପୁଲିସ କର୍ମଚାରୀଙ୍କ ସମେତ ୯ ଜଣ ଆହତ ହୋଇଛନ୍ତି। ଏସବୁ ମଧ୍ୟରେ ଦଙ୍ଗା ବନ୍ଦ କରିବା ପାଇଁ ଭାରତର ପ୍ରଥମ ମହିଳା ଆଇପିଏସ୍ ଅଫିସର ଏବଂ ପୁଡୁଚେରୀର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀ କିଛି ପରାମର୍ଶ ଦେଇଛନ୍ତି।

୧. ଅଶାନ୍ତ ଅଞ୍ଚଳରେ ଶାନ୍ତ ଓ ସୁରକ୍ଷିତ ବାତାବରଣ ରକ୍ଷା କରିବାକୁ ସେ ଅଞ୍ଚଳର ବାସିନ୍ଦାଙ୍କ ଲାଗି କଡ଼ା ନିୟମାବଳି ରହିବା ଉଚିତ। କ’ଣ କରିବା ଉଚିତ ଓ କ’ଣ ଅନୁଚିତ ତାହା ନିର୍ଦ୍ଧାରିତ ହେବା ଆବଶ୍ୟକ। ଏକ ସାଂପ୍ରଦାୟିକ ସମ୍ବେଦନଶୀଳ ଏବଂ ଜନାକୀର୍ଣ୍ଣ ଅଞ୍ଚଳରେ କୌଣସି ଶୋଭାଯାତ୍ରା ଲାଗି ଅନୁମତି ଦେବା ପୂର୍ବରୁ ଏ ଦିଗ ପ୍ରତି ଧ୍ୟାନ ଦିଆଯିବ‌ା ଜରୁରୀ।

୨. ଅଶାନ୍ତ ଅଞ୍ଚଳରେ ଶୋଭାଯାତ୍ରା ହେଉଥିଲେ ସେହି ସ୍ଥାନର ବଜାର ସଙ୍ଗଠନ କିମ୍ବା ମହିଳା କମିଟି ସମେତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଅଭିଭାବକ କରାଯିବା ଉଚିତ୍। ଶାନ୍ତି ସୁନିଶ୍ଚିତ କରିବାରେ ମହିଳାମାନେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ।

किरण बेदी ने दंगे रोकने के लिए कुछ दिए सुझाव (फाइल फोटो)
aajtak

୩. ଶୋଭାଯାତ୍ରା ହେଉଥିଲେ ଅଶାନ୍ତ ଅଞ୍ଚଳରେ ରହୁଥିବା ଅପରାଧୀଙ୍କ ଉପରେ କଡ଼ା ନଜର ରଖାଯିବା ଉଚିତ୍।

୪. ଶୋଭାଯାତ୍ରା ପୂର୍ବରୁ ସେହି ଅଞ୍ଚଳରେ ଥିବା ସମସ୍ତ ଛାତର ଯାଞ୍ଚ କରାଯିବା ଉଚିତ୍। ଛାତ ଉପରେ କିଛି ଜ୍ବଳନଶୀଳ ପଦାର୍ଥ ବା ପଥର ରଖାଯାଇଛି କି ନାହିଁ, ତାହାର ଯାଞ୍ଚ ହେବା ଜରୁରୀ।

୫. ଅଶାନ୍ତ ଅଞ୍ଚଳରେ ଶୋଭାଯାତ୍ରା ହେବାର ଥିଲେ ପୂର୍ବରୁ ସେହି ଅଞ୍ଚଳର ଲୋକଙ୍କ ପାଖରେ ଥିବା ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର ଜମା କରାଯିବା ଉଚିତ୍।

୬. ସବୁ ସିସିଟିଭି କ୍ୟାମେରା କାମ କରୁଛି କି ନାହିଁ, ତାହାର ଯାଞ୍ଚ ହେବା ଜରୁରୀ।

୭. ପୁଲିସ ବ୍ୟବସ୍ଥା ଠିକ ଭାବରେ କରାଯିବା ଉଚିତ୍। ମହିଳା ଶାନ୍ତି କମିଟି ଦ୍ୱାରା ଶୋଭାଯାତ୍ରା ହେବାକୁ ଥିବା ଅଞ୍ଚଳରେ ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରାଯିବା ଉଚିତ୍। ଏହା ବ୍ୟତୀତ ପୁଲିସ ଶୋଭାଯାତ୍ରା ପୂର୍ବରୁ ସ୍ଥାନୀୟ ଲୋକଙ୍କ ସହ ଏକ ବୈଠକ କରିବା ଜରୁରୀ।

ସମ୍ବନ୍ଧିତ ଖବର