ନୂଆଦିଲ୍ଲୀ: ପୂର୍ବରୁ ଆପଣ ଅନେକ ଭାଇରାଲ୍‌ ଭିଡିଓ ଦେଖିଥିବେ। ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଆପଣ ୟୁଟ୍ୟୁବ୍‌ କିମ୍ବା ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଦେଖିବାକୁ ପାଇଥିବେ। ନିକଟରେ ୪ ଜଣ ଯୁବକଙ୍କର ଏକ ଷ୍ଟଣ୍ଟ୍‌ ଭିଡିଓ ଟ୍ବିଟ୍‌ରରେ ଭାଇରାଲ୍‌ ହେବା ପରେ ଭିଡିଓଟି ବେଶ୍‌ ଚର୍ଚ୍ଚା ପାଲଟିଛି। ଭିଡିଓ‌ରେ ଦେଖିବାକୁ ମିଳିଛି ଯେ ୪ ଜଣ ଯୁବକ ଦଉଡ଼ାରେ ଚମତ୍କାର ଷ୍ଟଣ୍ଟ୍‌ ପ୍ରଦର୍ଶନ କରୁଛନ୍ତି। ସୋସିଆଲ ମିଡିଆରେ ଏବେ ଏହି ଭିଡିଓରେ ବହୁଳ ମାତ୍ରାରେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ଏହି ଭିଡିଓରେ ନଜର ଆସିଛନ୍ତି ଆନ୍ତର୍ଜାତୀୟ ସ୍ତରର ଜମ୍ପ ରୋପ ଆଥଲେଟ୍‌ ଜୋରୱାର ସିଂ। ତାଙ୍କ ସହ ତାଙ୍କର ୩ ଜଣ ବନ୍ଧୁ ମିଶି ଏହି ଷ୍ଟଣ୍ଟ୍‌ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି।

କ୍ଲିପରେ ଦେଖିବାକୁ ମିଳିଛି ୪ ଜଣ ଯାକ ଦଉଡ଼ି ବ୍ୟବହାର କରି ଚମତ୍କାର ଷ୍ଟଣ୍ଟ୍‌ ପ୍ରଦର୍ଶନ କରିଛନ୍ତି। ପ୍ରଥମ‌େ ୨ ଜଣ ଯୁବକ ଅନ୍ୟ ଦୁଇ ଜଣଙ୍କ କାନ୍ଧରେ ବସି ଦଉଡ଼‌ାରେ ଷ୍ଟଣ୍ଟ୍‌ ପ୍ରଦର୍ଶନ କରୁଥିବା ବେଳେ ପରେ ସେ ଦୁଇ ଜଣ ତଳକୁ ଓହ୍ଲାଇ ପଡୁଛନ୍ତି ଓ ସମସ୍ତେ ମିଶି ଭିନ୍ନ ଧରଣର ଷ୍ଟଣ୍ଟ୍‌ ପ୍ରଦର୍ଶନ କରୁଛନ୍ତି।

ଜୋରୱାର ସିଂ ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ‘ମୋ କ୍ରାଇମ୍‌ ପାର୍ଟନରମ‌ାନଙ୍କ ସହ ପିରାମିଡ୍ ହୁଇଲ୍‌ ଫ୍ରିଷ୍ଟାଇଲ୍ ଜମ୍ପ ରୋପ୍‌। ୬ ବର୍ଷର ପରିଶ୍ରମ ପରେ ଏହି ଜମ୍ପ୍‌ ରୋପ କଳାକୁ ଆମେ ଏବେ ଦେଖାଇବାରେ ସମର୍ଥ ହେଉଛୁ।’