ଋଣ ପରିଶୋଧ ପାଇଁ ଋଣଧାରୀ କିମ୍ବା ତାଙ୍କ ପରିବାର ଲୋକଙ୍କୁ ହଇରାଣ କରିପାରିବେନି ବ୍ୟାଙ୍କ !

ଯଦି ଆପଣ କୌଣସି ବ୍ୟାଙ୍କରୁ ଲୋନ ନେଇଛନ୍ତି ଏବଂ ତାକୁ ପରିଶୋଧ କରିବାକୁ ଅସମର୍ଥ ଅଟନ୍ତି ତେବେ ଆପଣଙ୍କୁ ଏଥିପାଇଁ ଚିନ୍ତା କରିବା ଆଦୌ ଅନୁଚିତ । କାରଣ, ସରକାରଙ୍କ ତରଫରୁ ଋଣଧାରୀଙ୍କୁ ମଧ୍ୟ ଅନେକ ଅଧିକାର ପ୍ରଦାନ କରାଯାଇଛି । ଯାହାକି ଋଣଧାରୀଙ୍କର ସଂପତି ନିଲାମୀଠାରୁ ଆରମ୍ଭ କରି ନୋଟିସ ପଠାଇବା ପର୍ଯ୍ୟନ୍ତ ଏହି ଅଧିକାରର ପରିସରର୍ଭୁକ୍ତ ଅଟେ ଆଉ ଯଦି କୌଣସି ବ୍ୟାଙ୍କ ତଥା ସଂସ୍ଥା ଏହି ନିୟମର ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଭଳି ବ୍ୟବସ୍ଥା ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ଆପଣଙ୍କର ନିକଟରେ ଥିବା ଏଭଳି ୪ଟି ଅଧିକାର ସଂପର୍କରେ।

• ଯଦି ଆପଣ କୌଣସି ବ୍ୟାଙ୍କର ଲୋନକୁ ଦେବାରେ ଅସମର୍ଥ ଅଟନ୍ତି ତେବେ ଏଥିପାଇଁ ବ୍ୟାଙ୍କବାଲା କିମ୍ବା ବ୍ୟାଙ୍କର କୌଣସି ଅଧିକାରୀ ଆପଣଙ୍କ ସହିତ କୌଣସି ପ୍ରକାରର ର୍ଦୁବ୍ୟବହାର କରିପାରିବେ ନାହିଁ । ଋଣଧାରୀଙ୍କର ପ୍ରାଇଭେସିକୁ ସେମାନଙ୍କୁ ମେଂଟେନ କରିବାକୁ ପଡିବ । ସେହିପିର ବ୍ୟାଙ୍କ ଅଧିକାରୀ ରାତି ସମୟରେ କୌଣସି ବି ଋଣଧାରୀଙ୍କ ବାସଭବନକୁ ଯାଇପାରିବେ ନାହିଁ , ସକାଳ ୭ଟାରୁ ସଂଧ୍ୟା ୭ଟା ମଧ୍ୟରେ ହିଁ ଅଧିକାରୀମାନେ ଋଣଧାରୀଙ୍କ ଘରକୁ ଯାଇପାରିବେ । ବ୍ୟାଙ୍କ ଅଧିକାରୀ କୌଣସି ବି ଋଣଧାରୀଙ୍କୁ ହଇରାଣ କରିପାରିବେ ନାହିଁ କି ଋଣଧାରୀଙ୍କ ପରିବାର ଲୋକଙ୍କୁ ମଧ୍ୟ କୌଣସି କଷ୍ଟ ଦେଇପାରିବେ ନାହିଁ । ଆରବିଆଇ ସୂଚନା ମୁତାବକ, ଯଦି କୌଣସି ଅଧିକାରୀ ଏଭଳି କରନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

• ଯଦି ଆପଣ ବକୟା ଟଙ୍କା ପରିଶୋଧ କରିପାରୁନାହାଁନ୍ତି ତେବେ ବ୍ୟାଙ୍କ ଆପଣଙ୍କୁ ଏଥିପାଇଁ ଅପରାଧୀ ବୋଲି କହିପାରିବ ନାହିଁ । ଏଠାରେ ଆମେ କହି ରଖୁଛୁ କି, ବକୟା ରାଶି ନେବା ପାଇଁ ପ୍ରପର ପ୍ରୋସିଜରଗୁଡିକୁ ଫଲୋ କରିବାକୁ ପଡିଥାଏ । ତେବେ ପେମେଂଟ ଯଦି ୯୦ ଦିନ ପର୍ଯ୍ୟନ୍ତ ଡ୍ୟୁ ରହିଥାଏ ତେବେ ଏଭଳି ଋଣଧାରୀଙ୍କୁ ପ୍ରଥମେ ନନ ର୍ପରଫର୍ମିଂ ଆସେଟର ପରିସରଭୁକ୍ତ କରାଯାଇଥାଏ । ଯାହାଦ୍ୱାରା ଲ୍ୟାଣ୍ଡରଙ୍କୁ ୬୦ ଦିନର ଅବଧୀ ବିଶିଷ୍ଟ ଏକ ନୋଟିସ ଜାରି କରିବାକୁ ପଡିଥାଏ । କୌଣସି ଖିଲାପିକାରୀଙ୍କୁ ଏତେ ସମୟ ଦିଆଯିବା ହେଉଛି ତାଙ୍କର ପ୍ରକୃତ ଅଧିକାର । ଯଦି ଏହି ନୋଟିସ ପରେ ମଧ୍ୟ ବ୍ୟାଙ୍କଙ୍କୁ ପେମେଂଟ କରିବାରେ ବିଫଳ ହୁଅନ୍ତି ତେବେ ବ୍ୟାଙ୍କ ତାଙ୍କର ସଂପତିକୁ ନିଲାମ କରିପାରେ।

• ସେହିପରି ବ୍ୟାଙ୍କକୁ ଋଣଧାରୀଙ୍କ ଠାରୁ ଯେତେ ଟଙ୍କା ନେବାକୁ ପଡିଥାଏ ଏବଂ ନିଲାମିରେ ବ୍ୟାଙ୍କ ଯେଉଁ ଟଙ୍କା ଖର୍ଚ୍ଚ କରିଛି ତା ପରେ ବଳକା ଟଙ୍କାକୁ ବ୍ୟାଙ୍କ ଋଣଧାରୀଙ୍କୁ ଫେରାଇଥାଏ । ବ୍ୟାଙ୍କ ଉକ୍ତ ଟଙ୍କାକୁ ତୁରନ୍ତ ଋଣଧାରୀଙ୍କ ଆକାଉଂଟକୁ ଟ୍ରାନ୍ସଫର କରିଥାଏ ।

• ଋଣଧାରୀ ଯେତେବେଳେ ଫଣ୍ଡ ପରିଶୋଧ କରିପାରିନଥାଏ ସେତେବେଳେ ତାଙ୍କ ସଂପତି ବିକ୍ରି କରିଦିଆଯାଇଥାଏ । ଡ୍ୟୁଜ୍ କ୍ଲିୟର ପାଇଁ ବ୍ୟାଙ୍କ ଋଣଧାରୀଙ୍କ ସଂପତିର ନିଲାମୀ କରିଥାଏ । ମାତ୍ର ଏହା ପୂର୍ବରୁ ବ୍ୟାଙ୍କକୁ ଋଣଧାରୀଙ୍କ ନିକଟକୁ ଏକ ନୋଟିସ ପଠାଇବା ବାଧ୍ୟତାମୂଳକ ଅଟେ । ଏହି ନୋଟିସରେ ବ୍ୟାଙ୍କ ସଂପତିର ମୂଲ୍ୟ, ଯାହା ବ୍ୟାଙ୍କ ବାହାର କରିଛି ସେସଂପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିଥାଏ । ଯଦି ଆପଣଙ୍କୁ ଲାଗେ କି ଆପଣଙ୍କ ସଂପତିକୁ କମ ଟଙ୍କାରେ ନିଲାମ କରାଯାଉଛି ତେବେ ଆପଣ ଏଥିପାଇଁ ବିରୋଧ କରିପାରିବେ ।

ସମ୍ବନ୍ଧିତ ଖବର