ଅର୍ଜୁନଙ୍କର କେତୋଟି ପତ୍ନୀ ଥିଲେ , ସେମାନଙ୍କ ଔରସରୁ କେଉଁମାନେ ଜନ୍ମ ନେଇଥିଲେ ?

ମହାଭାରତର ଏକ ଉଲ୍ଲେଖନୀୟ ଚରିତ୍ର ହେଲେ ଅର୍ଜୁନ। ସେ ହେଉଛନ୍ତି ମହାରାଜ ପଣ୍ଡୁ ଓ ମହାରାଣୀ କୁନ୍ତୀଙ୍କର ପୁତ୍ର। ଅର୍ଜୁନ ଫାଲଗୁନ ମାସରେ ଜନ୍ମ ହୋଇ ଥିବା କାରଣରୁ ତାଙ୍କର ଅନ୍ୟ ନାମ ହେଲା ଫାଲଗୁନୀ।
ଆପଣ କ’ଣ ଜାଣନ୍ତି କି ଅର୍ଜୁନଙ୍କର ଚାରି ପୁତ୍ର ଥିଲେ। ଆସନ୍ତୁ ସେମାନଙ୍କ ସଂପର୍କରେ ଜାଣିବା-
ଶୃତକୀର୍ତ୍ତି: ଅର୍ଜୁନ ଓ ଦୌପ୍ରଦୀଙ୍କ ଔରସରୁ ଜାତ ହୋଇଥିଲେ ଶୃତକୀର୍ତ୍ତି। ଶୃତକୀର୍ତ୍ତି ଖୁବ୍‌ କମ୍‌ ବୟସରେ ମହାଭାରତ ଯୁଦ୍ଧରେ ଦୁଃଶାସନ ଓ ଅଶ୍ୱତ୍‌ଥମାଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ।

PHOTO-SPEAKINGTREE

ଇରାବଣ: ଧନୁର୍ଦ୍ଧର ଅର୍ଜୁନ ଉଲୁପି ନାମ୍ନୀ ଜଣେ ନାଗ ଲୋକଙ୍କର କନ୍ୟାକୁ ପ୍ରଥମେ ହରି ଦ୍ୱାରଠାରେ ଭେଟିଥିଲେ। ଅର୍ଜୁନ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ଉଲୁପି ଓ ଅର୍ଜୁନଙ୍କ ଔରସରୁ ଜାତ ହୋଇଥିଲେ ଇରାବଣ।
ବବ୍ରୁବାହନ: ବବ୍ରୁ ବାହନ ହେଉଛନ୍ତି ଅର୍ଜୁନ ଓ ଚିତ୍ରାଙ୍ଗଦାଙ୍କ ସନ୍ତାନ। ମଣିପୁରର ରାଜ କୁମାରୀ ଥିଲେ ଚିତ୍ରାଙ୍ଗଦା। କୁହାଯାଏ ଯେ ଅଶ୍ୱମେଧ ସମୟରେ ପିତା ଅର୍ଜୁନ ଓ ପୁତ୍ର ବବ୍ରୁବାହନଙ୍କ ମଧ୍ୟରେ କଳହ ହୋଇଥିଲା। ଏଥିରେ କ୍ଷୁବ୍ଧ ହୋଇ ବବ୍ରୁବାହନ ନିଜର ଶରରେ ପିତାଙ୍କୁ ଆଘାତ କରିଥିଲେ ଓ ସେଠାରେ ଅର୍ଜୁନଙ୍କ ମୃତ୍ୟୁ ହୋଇଥିଲା।
କିନ୍ତୁ ଏହା ନିଜର ଭୁଲ୍‌ ବୋଲି ଜାଣିବା ପରେ ପଶ୍ଚାତାପ କରିଥିଲେ ବବ୍ରୁବାହନ। ନିଜ ବିମାତା ଉଲୁପିଙ୍କ ଠାରୁ ଏକ ମୁକ୍ତ ଆଣି ନିଜର ପିତାଙ୍କୁ ପୁନର୍ଜୀବିତ କରାଇଥିଲେ ବବ୍ରୁବାହନ।

PHOTO-YOUTUBE

ଅଭିମନ୍ୟୁ: ଅର୍ଜୁନଙ୍କ ଅନ୍ୟ ଜଣେ ପତ୍ନୀ ଶୁଭଦ୍ରା। ଅଭିମନ୍ୟୁ ହେଉଛନ୍ତି ଅର୍ଜୁନ ଓ ଶୁଭଦ୍ରାଙ୍କର ପୁତ୍ର। ଭଗବାନ ଶ୍ରୀକୃଷ୍ଣଙ୍କ ଭଣଜା ଥିଲେ ଅଭିମନ୍ୟୁ। ସେ ଥିଲେ ବୀର ବାଳକ। କିନ୍ତୁ କୁରୁକ୍ଷେତ୍ର ଯୁଦ୍ଧରେ ସପ୍ତରଥୀ ମିଶି ଅଭିମନ୍ୟୁଙ୍କୁ ବଧ କରିଥିଲେ।

ସମ୍ବନ୍ଧିତ ଖବର