୮୭ବର୍ଷର ପୁରୁଣା ଆମ୍ବ ଗଛର ଡ଼ାଳକୁ ନ କାଟି ୪ ମହଲା କୋଠା ତିଆରି କଲେ ଆଇଆଇଟି ଛାତ୍ର, ଭିତରର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେବେ
ଉଦୟପୁର : ଆଜିକାଲି ଦେଶରେ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକମାନେ ରହିବା ପାଇଁ ଗଛ କାଟିବା ଆରମ୍ଭ କରିଛନ୍ତି । ଯେଉଁଠି ଜଙ୍ଗଲ ଥିଲା ଏବେ ସେଠି ବଡ଼ ବଡ଼ କୋଠା ତିଆରି ସରିଛି । ଧୀରେ ଧୀରେ ଗଛ ସଂଖ୍ୟା କମିବା ସହ ଘର ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାର ପ୍ରଭାବ ପରିବେଶ ଉପରେ ଅଧିକ ପଡ଼ୁଛି । ଏହି ସବୁ ଅସୁବିଧାକୁ ଆଖି ଆଗରେ ରଖି ଘର ତିଆରି କରିବା ପାଇଁ ଏକ ଭିନ୍ନ ଉପାୟ ଆପଣାଇଛନ୍ତି ଉଦୟପୁରର ଚିତ୍ରକୁଟନଗରରେ ରହୁଥିବା ଜଣେ ଆଇଆଇଟି ଛାତ୍ର । ଗଛକୁ ନ କାଟି ଗଛ ମଧ୍ୟରେ ସେ ୪ ମହଲା କୋଠା କରିଥିବା ଦେଖିବାକୁ ମିଳିଛି । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।
Sambad is now on WhatsApp
Join and get latest news updates delivered to you via WhatsApp
ଘରର ଭିତରର ନକ୍ସା ମଧ୍ୟ ଖୁବ୍ ସୁନ୍ଦର ରହିଛି । ସବୁଠୁ ବଡ଼ କଥା ହେଲା ଘର ତିଆରି ସମୟରେ ଗଛର କୌଣସି ବି ଡ଼ାଳକୁ କଟା ଯାଇ ନାହିଁ । ରୋଷେଇ ଘର ହେଉ ବା ଗାଧୁଆ ଘର ସବୁ ଘର ମଧ୍ୟ ଦେଇ ଗଛର ଶାଖା ଯାଇଥିବାର ଦେଖିବାକୁ ମିଳିଛି । ଏହା ଘରକୁ ଏକ ଭିନ୍ନ ଧରଣର ଲୁକ୍ ଦେଇଛି । ଆଇଆଇଟି କାନ୍ପୁରରୁ ଗ୍ରାଜୁଏଟ୍ ହୋଇଥିବା କେପି ସିଂଙ୍କ କହିବା ଅନୁଯାୟୀ ୮୭ବର୍ଷ ପୁରୁଣା ଆମ୍ବ ଗଛରେ ଏହି ଘର ତିଆରି କରାଯାଇଛି । ଗଛର ଡ଼ାଳ ହିସାବରେ ଘରର ଆକାର ତିଆରି କରାଯାଇଛି । ଏହି ଘରକୁ ଦେଖିବା ପାଇଁ ବାହାରୁ ମଧ୍ୟ ଲୋକ ଆସିଥାନ୍ତି । ଉପରକୁ ଯିବା ପାଇଁ ଫୋଲ୍ଡ଼ିଙ୍ଗ ସିଡ଼ିର ବ୍ୟବସ୍ଥା ରହିଛି । ଯାହାକୁ ପରେ ବଟନ ଦବାଇ ବନ୍ଦ କରାଯାଇ ପାରିବ ।