ବିଧବା ଭତ୍ତା ପାଇଁ ସ୍ବାମୀକୁ ମାରିଦେଲା ସ୍ତ୍ରୀ ! ପରେ ସାମ୍ନାକୁ ଆସିଲା ଅସଲ ସତ

ସାଗର(ମଧ୍ୟପ୍ରଦେଶ): ବିଧବା ଭତ୍ତ‌ା ପାଇଁ ସ୍ବାମୀକୁ ମାରିଲା ସ୍ତ୍ରୀ। ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ତେବେ ସତରେ ନୁହେଁ କାଗଜରେ ପତ୍ନୀ ନିଜ ସ୍ବାମୀ ମୃତ ବୋଲି ଦର୍ଶାଇଥିବା ଜଣାପଡ଼ିଛି। ଗୋଟେ କି ଦୁଇ ବର୍ଷ ନୁହେଁ, ଗତ ୧୦ ବର୍ଷ ହେଲାଣି ମହିଳା ନିଜକୁ ବିଧବା ବୋଲି କହି ଭତ୍ତା ନେଉଥିବା ଜଣାପଡ଼ିଛି। ହେଲେ ଏବେ ଏବିଷୟରେ ଜାଣି ସ୍ବାମୀ ଅଭିଯୋଗ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି। ତେବେ ଅଭିଯୋଗ ହେବା ପରେ ପୁଲିସ ମହିଳାଙ୍କୁ ଗିରଫ କରି ଜେଲ ପଠାଇଦେଇଥିବା ସାମ୍ନାକୁ ଆସିଛି।

ପୁଲିସର କହିବା ମୁତାବକ, କେଶବଗଞ୍ଜ ୱାର୍ଡରେ ରହୁଥିବା ଅଭିଯୁକ୍ତ ମହିଳା ୨୦୦୧ ରେ ଅଶୋକନଗର ନିବାସୀ ମହମ୍ମଦ ଅଖତର ରାଇନ୍ ଖାନଙ୍କୁ ବିବାହ କରିଥିଲେ। ବିବାହ ପରେ ଅଖତର ସାଗରରେ ରହୁଥିଲେ। ହେଲେ ପରେ ପାରିବାରିକ କଳହ ହେତୁ ମହିଳାଜଣକ ନିଜ ବାପଘରକୁ ଚାଲିଯାଇଥିଲେ। ଅଲଗା ରହିବା ପରେ ମହିଳା ନିଜ ସ୍ବାମୀକୁ ମୃତ ବୋଲି ଦର୍ଶାଇ ଭତ୍ତା ନେବା ଆରମ୍ଭ କରିଥିଲେ। ପ୍ରାୟ ୧୦ବର୍ଷ ପରେ ଅଖତରଙ୍କୁ ଏବିଷୟରେ ଜଣାପଡ଼ିଥିଲା। ଏହା ଜାଣିବା ପ‌ରେ ସେ ପୁଲିସରେ ଏନେଇ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ମହିଳାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର