‘ଅଟୋ ଆମ୍ବୁଲାନ୍ସ’ ଚଳାଇ ମାଗଣା ସେବା କରୁଛନ୍ତି ୭୬ ବର୍ଷର ଅଟୋ ଡ୍ରାଇଭର

ଦିଲ୍ଲୀ: ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ କଥା ଆସିଲେ ଅନେକ କାମର ବାହାନା କରି କିଛି ଲୋକ ଏଡାଇଯିବାକୁ ଚାଁହୁଛନ୍ତି | କିନ୍ତୁ ଏବେ ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ୟକୁ ସାହାଯ୍ୟ କରିବାକୁ ସବୁବେଳେ ଆଗେଇ ଆସିଥାନ୍ତି | ଏମାନଙ୍କ ମଧ୍ୟରେ ଦିଲ୍ଲୀରେ ଅଟୋ ଚଳାଉଥିବା ହଜିନ୍ଦର ସିଂ ସବୁଠାରୁ ନିଆରା |

ଦିଲ୍ଲୀ ସଡ଼କରେ ହଜିନ୍ଦର ନିଜ ଅଟୋ ଚଳାଉଥିବାବେଳେ ଯଦି କେହି ବ୍ୟକ୍ତି ଦୁର୍ଘଟଣାର ଶିକାର ହୁଅନ୍ତି ତାଙ୍କୁ ସାହାଯ୍ୟ କରିବାକୁ ସେ ଆଗେଇ ଆସିଥାନ୍ତି | ଏଥିପାଇଁ ନିଜ ଅଟୋରେ ଏକ ପ୍ରାଥମିକ ଚିକିତ୍ସା ବାକ୍ସ ରଖିଛନ୍ତି | ୭୬ ବର୍ଷର ହଜିନ୍ଦର ସମ୍ପୂର୍ଣ୍ଣ ମାଗଣାରେ ଏହି ସେବା ଯୋଗାଇବା ସହ ପ୍ରଥମେ ପ୍ରାଥମିକ ଚିକିତ୍ସା ଦେଇ ସୁସ୍ଥ କରାଇବାକୁ ଚାହିଁଥାନ୍ତି |

ତେବେ ଯଦି ପୀଡିତ ଜଣକର କୌଣସି ଉନ୍ନତି ପରିଲକ୍ଷିତ ହେବାର ହଜିନ୍ଦର ଦେଖିନପାରନ୍ତି ତେବେ ତାଙ୍କୁ ପାଖରେ ଥିବା କୌଣସି ଡାକ୍ତରଖାନାରେ ସେ ଭର୍ତ୍ତି କରାଇଥାନ୍ତି | ହଜିନ୍ଦରଙ୍କ କହିବା ମୁତାବକ ପ୍ରତିଟି ମଣିଷ ପାଇଁ ଜୀବନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ | ତେଣୁ ଯଦି କେହି ଦୁର୍ଘଟଣାର ଶିକାର ହୋଇଥାନ୍ତି ତାଙ୍କ ଜୀବନ ବଞ୍ଚାଇବା ପାଇଁ ସେ ସବୁପ୍ରକାର ଚେଷ୍ଟା କରନ୍ତି |

ସମ୍ବନ୍ଧିତ ଖବର