ନୂଆଦିଲ୍ଲୀ: ଏକ ବଡ ପୋଲ, ଏହାରି ତଳେ ପାଠ ପଢୁଛନ୍ତି ଶତାଧିକ ଛାତ୍ରଛାତ୍ରୀ | ସାମ୍ନାରେ ସାର ପାଠ ପଢ଼ାଉଛନ୍ତି | ଏହା ପଢି ଆପଣଙ୍କୁ ଲାଗୁଥିବା ସତରେ କଣ ଏମିତି ବି ସ୍କୁଲ ଅଛି ଯେଉଁଠି ଛାତ ଘର ଖଣ୍ଡେ ବି ନାହିଁ | କେଉଁ ଗାଁରେ ଏଭଳି ବିଦ୍ୟାଳୟ ଅଛି ଆପଣ ଭାବୁଥିବେ | କିନ୍ତୁ ଏହି ଦୃଶ୍ୟ ଦିଲ୍ଲୀ ସଚିବାଳୟଠାରୁ ଅଳ୍ପ ଦୂରର | ଯେଉଁଠି ଗରିବ ଲୋକଙ୍କର ପିଲାମାନେ ପାଠ ପଢ଼ନ୍ତି | ଏମାନଙ୍କୁ ସରକାରୀ ବିଦ୍ୟାଳୟରେ ବି ଆଡ଼ମିସନ ମିଳିପାରିନଥାଏ | କାରଣ ଏହି ଅଭିଭାବକଙ୍କ ପାଖରେ ଜରୁରୀ କାଗଜପତ୍ର ନଥାଏ | ସେହି ପିଲାମାନଙ୍କୁ ଶିକ୍ଷାର ଆଲୋକ ଦେଖାଇବାକୁ ପ୍ରୟାସ କରିଛନ୍ତି ରାଜେଶ କୁମାର ଶର୍ମା |
/sambad/media/post_attachments/wp-content/uploads/2019/06/WhatsApp-Image-2019-06-12-at-10.47.41-AM-1-300x225.jpeg)
ଉପରେ ଦିଲ୍ଲୀର ଦିଲ ଦେଇ ମାଡିଚାଲିଛି ମେଟ୍ରୋ ଟ୍ରେନ, ତଳେ କିନ୍ତୁ ଚାଲିଛି ଭବିଷ୍ୟତ ନିର୍ମାଣ, ଶହ ଶହ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି ରାଜେଶ |
ପେଶା ପାଇଁ ତେଜରାତି ଦୋକାନ ଖଣ୍ଡେ କରି ନିଶା ପାଇଁ ଖୋଲିଛନ୍ତି ଏଭଳି ସ୍କୁଲ | ୨୦୦୬ ମସିହାରୁ ବସ୍ତିର ପିଲାମାନଙ୍କୁ ଏଭଳି ଏହି ମେଟ୍ରୋ ଓଭରବ୍ରିଜ ତଳେ ପାଠ ପଢାଇଚାଲିଛନ୍ତି ରାଜେଶ | ଏହି ବ୍ୟକ୍ତିଙ୍କ ପ୍ରୟାସକୁ ଦେଖି ଦିଲ୍ଲୀ ମେଟ୍ରୋ ପକ୍ଷରୁ ବ୍ରିଜର କାନ୍ଥରେ କଳାପଟା ବି ନିର୍ମାଣ କରିଦିଆଯାଇଛି | ରାଜେଶ କୁହନ୍ତି ସମାଜ ପାଇଁ ସେ ଏଭଳି କରୁଛନ୍ତି | ଆଜି କିଛି ପିଲା କଲେଜରେ ପାଠ ପଢୁଛନ୍ତି | ସେଭଳି ପିଲାଙ୍କ ବାପା-ମାଙ୍କ କହିବା କଥା ଯଦି ଏହି ପିଲାମାନଙ୍କୁ ରାଜେଶ ପଢାଇନଥାନ୍ତେ ତେବେ ସେମାନଙ୍କ ଭଳି ଭଵିଷ୍ୟତରେ ଶ୍ରମିକ ଭାବେ ଖଟିଥାନ୍ତେ |
ଶିକ୍ଷାଦାନ ପାଇଁ ଯେ କେବଳ ଶ୍ରେଣୀ କକ୍ଷ ଆବଶ୍ୟକ, ତାହାକୁ ଭୁଲ ପ୍ରମାଣିତ କରିଛନ୍ତି ରାଜେଶ |
ରାଜେଶଙ୍କ ସାହାଯ୍ୟ କରିବାକୁ କିଛି ଶିକ୍ଷିତ ଯୁବକଯୁବତୀ ଏବେ ଆସି ପାଠ ପଢ଼ାଉଛନ୍ତି | ମାଗଣା ବହି ସାଙ୍ଗକୁ ମଧ୍ୟାହ୍ନ ଭୋଜନର ବି ବ୍ୟବସ୍ଥା ହୋଇଛି | ଏବେ ଏହି ଅସ୍ଥାୟୀ ବିଦ୍ୟାଳୟରେ ଛାତ୍ରୀଙ୍କ ସୁବିଧା ପାଇଁ ଶୌଚାଳୟର ବ୍ୟବସ୍ଥା ବି କରାଯାଇଛି |