ନୂଆଦିଲ୍ଲୀ: ପ୍ରେମ ମାନେ ନାହିଁ ବନ୍ଧବାଡ଼, ପ୍ରେମ ମାନେ ନାହିଁ ପାଖ କି ଦୂର। ତାହା ପୁଣି ଥରେ ପ୍ରମାଣିତ ହୋଇଯାଇଛି। ଫ୍ରାନ୍ସର ଜଣେ ଯୁବତୀ ଭାରତୀୟ ଯୁବକଙ୍କ ପ୍ରେମରେ ପାଗେଳୀ ହୋଇ ତାହା ପୁଣି ଥରେ ପ୍ରମାଣିତ କରି ଦେଇଛନ୍ତି। କୋଲକାତାର ଜଣେ ଯୁବକଙ୍କୁ ମନ ଦେଇ ବସିଛନ୍ତି ପ୍ୟାରିସ୍ର ଯୁବତୀ।
ଜାଣିବାକୁ ମିଳିଛି ଯେ ଭାରତୀୟ ଯୁବକ ମେଘଦୂତ ଏଚ୍ଇସି କଲେଜ୍ରେ ଜଣେ ପ୍ୟାରିସ୍ ସହରର ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ସେଠାରେ ସେମାନେ ୨୦୧୯ ମସିହାରେ ରେଜେଷ୍ଟ୍ରି ବିବାହ କରିଥିଲେ। ମାତ୍ର କରୋନା ପାଇଁ ସେମାନଙ୍କ ବିବାହକୁ ନେଇ କୌଣସି ସମାରୋହ ହୋଇ ପାରିନଥିଲା।
ଏବେ ସେମାନେ ସର୍ବସାଧାରଣରେ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ସେମାନେ ଯେଉଁ କଲେଜ୍ରେ ପଢୁଥିଲେ ସେହି କଲେଜ୍ରେ ହିଁ ଜୁଲାଇ ୨୩ ତାରିଖରେ ବିବାହ ହେବ ବୋଲି ସୂଚନା ରହିଛି।
View this post on Instagram
ପ୍ରେମୀ ଯୁଗଳଙ୍କର ଏହି ନିଆରା ପ୍ରେମ କାହାଣୀ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ସେମାନଙ୍କ ସାକ୍ଷାତ୍ ୨୦୧୪ ମସିହାରେ ହୋଇଥିଲା।
ଭାରତୀୟ ଯୁବକ ମେଘଦୂତଙ୍କ ଏହି ବିଦେଶୀ ପ୍ରେମିକାଙ୍କ ନାମ ପାଓଲିନ୍। ମେଘଦୂତ ଗଣମାଧ୍ୟମରେ କହିଛନ୍ତି କି ପାଓଲିନ୍ ୨୦୧୮ ମସିହାରେ ତାଙ୍କ ସହ ଭାରତ ଆସିଥିଲେ। ମେଘଦୂତ ପାଓଲିନ୍ଙ୍କୁ ତାଙ୍କ ପରିବାର ଓ ସଂପର୍କୀୟଙ୍କ ସହ ଭେଟ କରାଇଥିଲେ। ତାହାର ଠିକ୍ ଏକ ବର୍ଷ ପରେ ମେଘଦୂତ ପାଓଲିନ୍ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଓ ପାଓଲିନ୍ ହଁ ଭରିଥିଲେ।
ଏହି ପ୍ରେମୀଯୁଗର ଇନ୍ଷ୍ଟାଗ୍ରାମ୍ରେ ଅନେକ ବଲିଉଡ୍ ଗୀତରେ ରିଲ୍ସ ବନାଉଥିବାର ନଜର ଆସିଛନ୍ତି। ମେଘଦୂତ କହନ୍ତି କି ‘ମୋତେ ଏବେ ବି ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଦେଶୀ ଯୁବକ ଉପରେ ବିଦେଶୀ ମାଡାମ୍ କିପରି ଫିଦା ହୋଇଗଲେ!’