ଅଗଷ୍ଟର ପ୍ରଥମ ରବିବାର ବନ୍ଧୁତ୍ୱ ଦିବସ; ଜାଣନ୍ତୁ ଏହି ଦିନ ସଂପର୍କିତ କିଛି ଜଣାଅଜଣା କଥା

ବନ୍ଧୁମାନଙ୍କ ସ୍ଥାନ ଜୀବନରେ ଅପୂରଣୀୟ। ଯେଉଁ ସବୁ କଥା ଅନ୍ୟ କାହା ଆଗରେ କହି ହୁଏ ନାହିଁ ତାହା ବନ୍ଧୁ ଆଗରେ କହି ହୋଇଯାଏ। କଥାରେ ଅଛି ଯାହାର ବନ୍ଧୁ ନାହିଁ; ସେ ଦୁନିଆର ସବୁଠାରୁ ଗରିବ। ଉତ୍ତମ ବନ୍ଧୁ ଭାଗ୍ୟର ଦାନ। ସେମାନେ ଜୀବନରେ ରହିଲେ ଜୀବନ ରଂଗିନ ହୋଇଯାଏ।

ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଲୋକେ ‘ବନ୍ଧୁତ୍ୱ ଦିବସ’ ବା ‘ଫ୍ରେଣ୍ଡ୍‌ସିପ୍‌ ଡେ’ ଭାବେ ପାଳନ କରିଥାନ୍ତି। ଏହି ଦିନରେ ବନ୍ଧୁମାନେ ପରସ୍ପରଙ୍କୁ ବନ୍ଧୁତ୍ୱ ଫିତା ବା ଫ୍ରେଣ୍ଡ୍‌ସିପ୍‌ ବ୍ୟାଣ୍ଡ୍‌ ବନ୍ଧା ବନ୍ଧି ହୋଇ ପରସ୍ପରଙ୍କୁ ଆଲିଙ୍ଗନ କରି ଅଭିବାଦନ ଜଣାଇଥାନ୍ତି।

ଏହି ଦିବସ ପ୍ରଥମେ ୧୯୫୮ ମସିହାରେ ପାଳନ କରାଯାଇଥିଲା। ସଂଯୁକ୍ତ ରାଷ୍ଟ୍ରର ସାଧାରଣ ଆସେମ୍‌ଲି ଜୁଲାଇ ୩୦କୁ ଆନୁଷ୍ଠାନିକ ବନ୍ଧୁତ୍ୱ ଦିବସ ଭାବେ ପାଳନ କରିଥିଲା। ମାତ୍ର ପରବର୍ତ୍ତି ସମୟରେ ଭାରତ ପରି ଅନେକ ଦେଶ ଅଗଷ୍ଟ ମାସର ପ୍ରଥମ ସପ୍ତାହକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରିବାରେ ଲାଗିଲେ।

ଏହି ଦିନ ସାଙ୍ଗମାନେ ସାଥି ହୋଇ ରେସ୍ତୋରାଁ ଯିବାଠାରୁ ନେଇ ବିଭିନ୍ନ ପର୍ଯ୍ୟଟନ ସ୍ଥାନକୁ ବୁଲି ଯାଇ ଦିବସକୁ ସ୍ମରଣୀୟ କରିଥାନ୍ତି। କେହି କେହି କେକ୍‌ କାଟି ଉତ୍ସବ ମନାଇଥାନ୍ତି।

ବିଶେଷ କରି ଦକ୍ଷିଣ ଆମେରିକାର ଲୋକେ ଏହି ଦିବସକୁ ବେଶ୍‌ ଧୁମ୍‌ଧାମରେ ପାଳନ କରନ୍ତି। ଏହା ବ୍ୟତୀତ ଦକ୍ଷିଣ ଏସିଆର ଲୋକେ ବି ଧୀରେ ଧୀରେ ଏହି ପ୍ରଥାକୁ ଆପଣେଇ ନେଲେ। ଏହି ଦିବସ ଏବେ ଭାରତରେ ଅନ୍ୟ ସମସ୍ତ ଉତ୍ସବ ପରି ଏକ ଦିନ। ଏହାକୁ ଏବେକାର ପିଢ଼ି ଏକଦମ ନିଜ ସଂସ୍କୃତି ପରି ମନାଇବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର