ସାଙ୍ଗକୁ କ୍ଷମା ମାଗିବା ପାଇଁ ୧୫ବର୍ଷ ହେଲା ଖୋଜୁଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ପୃଥିବୀରେ ବନ୍ଧୁତା ଭଳି ସମ୍ପର୍କ ନାହିଁ । ଯଦି ଆପଣଙ୍କ ପାଖରେ ଭଲ ବନ୍ଧୁଟିଏ ଅଛନ୍ତି, ତେବେ ଆପଣ ଜଣେ ସୁଖୀ ମଣିଷ ବୋଲି କୁହାଯାଇପାରେ। କାରଣ ଭଲ ବନ୍ଧୁ ଆପଣଙ୍କ ପ୍ରତ୍ୟେକ ସୁଖ ଏବଂ ଦୁଃଖରେ ଛିଡା ହୋଇଥାଆନ୍ତି, ଯାହା ଆପଣଙ୍କ  ଜୀବନକୁ ସହଜ କରି ଦେଇଥାଏ। ଏମିତି ଏକ ବନ୍ଧୁତାର ଉଦାହରଣ ନିକଟର ଦେଖିବାକୁ ମିଳିଛି। ଜୋ ଏରୱିନ୍ ନାମକ ଜଣେ ବ୍ୟକ୍ତି ନିଜ ସାଙ୍ଗକୁ କ୍ଷମା ମାଗିବା ପାଇଁ ୧୫ବର୍ଷ ହେଲା ଖୋଜୁଛନ୍ତି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜୋ ଏରୱିନ୍ ପ୍ରଥମ ଶ୍ରେଣୀରେ ନିଜ ସାଙ୍ଗଙ୍କ ସହ ଖରାପ ବ୍ୟବହାର କରିଥିଲେ। ଯାହାକି ସେ ଗତ ୧୫ ବର୍ଷ ଧରି ଅନୁତାପ କରୁଛନ୍ତି। ଏହା ପରେ ସେ ନିଜ ବନ୍ଧୁଙ୍କୁ କ୍ଷମା ମାଗିବାକୁ ବିଚଳିତ ହୋଇପଡ଼ିଛନ୍ତି। ତେବେ ସେ ତାଙ୍କ ବନ୍ଧୁଙ୍କ ଫୋନ ନମ୍ବର କି ଠିକଣା ପାଉ ନାହାନ୍ତି।

ଏହା ପରେ ଜୋ ଏରୱିନ୍ ସୋସିଆଲ ମିଡିଆ ମାଧ୍ୟମରେ ନିଜ ବନ୍ଧୁଙ୍କୁ କ୍ଷମା ମାଗିବାକୁ ନିଷ୍ପତ୍ତି ନେଇଥିଲେ। ସେ ଟିକଟକରେ ଏକ ଭିଡିଓ ଦେଇଥିଲେ, ଯେଉଁଥିରେ ଅନୁତାପରେ ପରିପୂର୍ଣ୍ଣ ବାର୍ତ୍ତା ଥିଲା । ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

ଇତିମଧ୍ୟରେ ଜୋ ଏରୱିନ୍  ଜଣେ ହାସ୍ୟ ଅଭିନେତା ହୋଇଯାଇଛନ୍ତି | ସେ ଟିକଟକରେ ବହୁତ ଲୋକପ୍ରିୟ । ନିକଟର ସେ ନିଜର ଅନୁଗାମୀମାନଙ୍କ ସହ ମନର କଥା ସେୟାର କରି କହିଥିଲେ, ଯେ ସେ ପିଲାଦିନେ ଏକ ଭୁଲ କରିଥିଲେ, ଯାହାକୁ ନେଇ ସେ ଆଜି ପର୍ଯ୍ୟନ୍ତ ଅନୁତାପ କରୁଛନ୍ତି।

ପ୍ରଥମ ଶ୍ରେଣୀରେ ସେ ନିଜ ସହପାଠୀଙ୍କୁ ବହୁ ହଇରାଣ କରିଥିଲେ ବୋଲି ଏରୱିନ୍ କହିଛନ୍ତି। ଏମିତି କି ସେ ପ୍ରତିଦିନ ସହପାଠୀଙ୍କ ମଧ୍ୟାହ୍ନ ଭୋଜନ ଚୋରି କରି ଖାଇ ଦେଉଥିଲେ | ତାଙ୍କ ସହପାଠୀଙ୍କ ନାମ ଡାୟଲନ । ସେ ଶ୍ରେଣୀଗୃହରେ ତାଙ୍କ ତପାଖରେ ବସନ୍ତି । ଡାୟଲନ୍ ତାଙ୍କୁ ଖାଦ୍ୟ ଖାଇବାକୁ ବାରଣ କରୁଥିଲେ, ଏହା ପରେ ମଧ୍ୟ ସେ କ୍ରମାଗତ ଭାବରେ ଏପରି କରୁଥିଲେ । ସେତେବେ‌ଳେ ଭାବି ପାରୁ ନଥିଲି ଯେ ତାଙ୍କ ଖାଦ୍ୟ ଖାଇ ଦେବାରୁ ସେ ଏମିତି କେତେଦିନ ଭୋକ‌ରେ ରହିଥିବେ। କେତେ କଷ୍ଟ ହୋଇଥିବ। ୧୫ ବର୍ଷ ପରେ ଏହି ଭୁଲ ପାଇଁ ଅନୁତାପ କରୁଛନ୍ତି ବୋଲି କହନ୍ତି ଏରୱିନ।

ଜୋ ଏରୱିନ୍ କହିଛନ୍ତି, ‘ ଡାୟଲନ୍, ଯଦି ତୁମେ ଏହି ଭିଡିଓ ଦେଖୁଛ, ତେବେ ମୁଁ ତୁମକୁ କ୍ଷମା ମାଗୁଛି । ମୁଁ ତୁମକୁ ସବୁଠୁ ଦାମୀ ପିଜା ଖୁଆଇବାକୁ ଚାହୁଁଛି । ମୁଁ ଜାଣେ ଏହା ତୁମର ପୁରୁଣା ଯନ୍ତ୍ରଣାକୁ ଭଳ କରିବ ନାହିଁ, ତଥାପି ମୁଁ କ୍ଷମା ମାଗୁଛି ।’

ସମ୍ବନ୍ଧିତ ଖବର