ନିଜ ପାଇଁ ୧୦ବର୍ଷ ହେଲା ଭ୍ୟାଲେନ୍‌ଟାଇନ୍‌ ଖୋଜୁଛି ଏହି ବେଙ୍ଗ, ଇଣ୍ଟରନେଟରେ ବି ଅଛି ତାର ଖାସ୍‌ ଡେଟିଂ ପ୍ରୋଫାଇଲ୍‌

ସୁକ୍ରେ: ଭ୍ୟାଲେନ୍‌ଟାଇନ୍‌ ଡେ’ରେ ପ୍ରତ୍ୟେକ କପୁଲ ଏକାଠି ସମୟ ବିତାଇବାକୁ ଚାହିଁ ଥାଆନ୍ତି। କିନ୍ତୁ ଏମିତି ଜଣେ ଜୀବ ଅଛି ଯିଏକି ୧୦ବର୍ଷ ହେବ ତାର ସାଥୀକୁ ଅପେକ୍ଷା କରି ରହିଛି। କେବଳ ଏତିକି ନୁହେଁ ୧୦ବର୍ଷ ଅପେକ୍ଷା କଲା ପରେ ସାଥୀ ନମିଳିବାରୁ ତାର ଏକ ଇଣ୍ଟରନେଟ୍‌ରେ ଡେଟିଂ ପ୍ରୋଫାଇଲ ବନା ଯାଇଛି। ଏହି ଜୀବ ବିଲିବିୟାର ଏକ ଲୁପ୍ତପ୍ରାୟ ପ୍ରଜାତିର ବେଙ୍ଗ, ଯାହାର ନାମ ରୋମିୟୋ ରଖାଯାଇଛି। ଏହି ପ୍ରଜାତିକୁ ବଞ୍ଚାଇ ରଖିବା ପାଇଁ ଜୀବ ବୈଜ୍ଞାନିକ ଏକ ମାଈ ବେଙ୍ଗର ଅନେ୍ଵଷଣରେ ଅଛନ୍ତି।

ବିଲିବିୟାର ଜୀବ ବୈଜ୍ଞାନିକମାନେ ରୋମିୟୋ ପାଇଁ ଏକ ମାଈ ବେଙ୍ଗ ଖୋଜିବାରେ ଲାଗି ପଡ଼ିଛନ୍ତି। ଏଥିପାଇଁ ସେମାନେ ବେଙ୍ଗର ଏକ ଡେଟିଙ୍ଗ ପ୍ରୋଫାଇଲ ବନାଇଛନ୍ତି। ରୋମିୟୋ ପାଇଁ ତାର ଜୁଲିଏଟ ଖୋଜିବା ପାଇଁ ଏକ ପାଣ୍ଠିର ବି ବନ୍ଦବସ୍ତ କରାଯାଇଛି। କାରଣ ଜୁଲିଏଟ(ବେଙ୍ଗୁଲି)କୁ ଖୋଜିବା ପାଇଁ ଯେପରି କୌଣସି ଅସୁବିଧା ନହେଉ। ଏହି ପାଣ୍ଠିରୁ ଯେଉଁ ଟଙ୍କା ଏକାଠି ହେବ ସେହି ଟଙ୍କା ଧରି ଜୀବ ବୈଜ୍ଞାନିକ ପାଇଁ ମାଈ ବେଙ୍ଗ ଯେଉଁଠାରେ ଥିବାର ସମ୍ଭାବନା ଥିବ ସେଠାକୁ ଯିବେ।

ରୋମିୟୋ ବିଲିବିୟାର ଏକ Sehuencas ଜଳରେ ରହୁଥିବା ବେଙ୍ଗ। ରୋମିୟୋକୁ ୧୦ବର୍ଷ ପୂର୍ବରୁ ଜୀବ ବୈଜ୍ଞାନିକମାନେ ଧରିଥିଲେ। ସେହିଦିନ ଠାରୁ ରୋମିୟୋ ତାର ଜୁଲିଏଟକୁ ଖୋଜୁଛି। ଅର୍ଥାତ୍‌ ମାଇ ବେଙ୍ଗକୁ ପାଇଲେ ଜୀବ ବୈଜ୍ଞାନିକମାନେ ଅଣ୍ଡିରା ବେଙ୍ଗର ସମ୍ଭୋଗ କରାଇବେ। ଫଳରେ ଏହି ପ୍ରଜାତି ବଞ୍ଚି ରହି ପାରିବେ।

ସମ୍ବନ୍ଧିତ ଖବର