ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ଜଗତରେ ବିପ୍ଳବ ଘଟିଛି। ପୂର୍ବଅପେକ୍ଷା ସ୍ମାର୍ଟଫୋନ୍ରେ ଅଜଣା ଲୋକଙ୍କ ପରିଚୟ ପାଇବା ସହଜ ହୋଇଛି। ଆଗଭଳି ଆଉ କେହି କଲ୍ କରି ନକଲି ପରିଚୟ ଦେବାରେ ସଫଳ ହେଉନାହାନ୍ତି। କାରଣ ଏବେ ପ୍ରତ୍ୟେକଙ୍କ ମୋବାଇଲ୍ରେ ରହିଛି ‘ଟ୍ରୁ କଲର୍’ ଭଳି ଆପ୍।
‘ଟ୍ରୁ କଲର୍’ର ପ୍ରତିଷ୍ଠାତା କିଏ ଜାଣନ୍ତି? ସେ ହେଉଛନ୍ତି ଆଲନ ମାମେଡି। ତାଙ୍କର ଏହି ବୈଷୟିକ ସୃଷ୍ଟି ପାଇଁ ଆମେ କିଛି ମାତ୍ରାରେ ସୁରକ୍ଷିତ ଅନୁଭବ କରୁଛେ। ଲାଇମ୍ ଲାଇଟ୍ରେ ରହିବାକୁ ପସନ୍ଦ କରୁନଥିବା ଏହି ପ୍ରତିଷ୍ଠାତା ଆଜି ସିନା କୋଟି କୋଟି ଟଙ୍କାର ମାଲିକ, ଦିନ ଥିଲା ସେ ଜଣେ ସାଧାରଣ ସେଲ୍ସମ୍ୟାନ୍ ଭାବେ କାମ କରୁଥିଲେ। ‘ଟ୍ରୁ କଲର୍’ ଆନୁଷ୍ଠାନିକ ଭାବେ ୨୦୦୯ ମସିହାରେ ବିକାଶ ହୋଇଥିଲା। ଏବେ ଏହି କମ୍ପାନିର ମୂଲ୍ୟ ୮୫୦୯ କୋଟି ଟଙ୍କା।
ସେ ଦିନେ ତାଙ୍କ ବନ୍ଧୁଙ୍କ ସହ ବସି କଥା ହେଉଥିଲେ। କୌଣସି ପରିଚିତ କିମ୍ବା କୌଣସି ଅଫିସ୍ କର୍ମଚାରୀଙ୍କ ନମ୍ବର ଆସିଲେ ତାହାକୁ ସବୁ ସମୟରେ ରିସିଭ୍ କରି ହୁଏ ନାହିଁ ବୋଲି କହୁଥିଲେ। ବେଳେ ବେଳେ ଗୁରୁତ୍ବପୂର୍ଣ୍ଣ କଲ୍ ବି କାର୍ଯ୍ୟ ବ୍ୟସ୍ତତା ହେତୁ ମିସ୍ ହୋଇଯାଏ। ସେଇଠୁ ତାଙ୍କ ମୁଣ୍ଡରେ ପଶିଲା କଲ୍ର ଗୁରୁତ୍ବକୁ ଦୃଷ୍ଟିରେ ରଖି କପିରି କଲ୍ ରିସିଭ୍ କରାଯାଇପାରିବ। ତାପରେ ତାଙ୍କ ମୁଣ୍ଡରେ ଟ୍ରୁକଲର୍ର ଭାବନା ଆସିଥିଲା।
ଆଲନ ମାମେଡି ଟ୍ରୁକଲର ସହ-ପ୍ରତିଷ୍ଠାତା ତଥା ସିଇଓ ଅଟନ୍ତି। ଟ୍ରୁକଲରର ସହ-ପ୍ରତିଷ୍ଠାତା ହେବା ପୂର୍ବରୁ ଆଲାନ୍ ମୋବେଲ୍ଜ୍ୟାକ୍ଟ.ସେ ଏବଂ ଜୋବିଗେଟ୍.ସେ ପ୍ରତିଷ୍ଠା ସହିତ ଜଡିତ ଥିଲେ। ଏହାସହିତ ସେ ୨୦୦୬ ରେ ବାଇଡିଂ.ସେ ପ୍ରତିଷ୍ଠା କରିଥିଲେ।