ଗୁଗଲରେ ଏହି ବିଷୟକୁ ନେଇ ୨୦୧୯ରେ ଅଧିକ ଚର୍ଚ୍ଚା କରିଛନ୍ତି ଭାରତୀୟ, ଟପ୍-୩ରେ ରହିଛି ଭାରତର ଏହି ଘଟଣା

ନୂଆଦିଲ୍ଲୀ: ଏକଥା ସମସ୍ତଙ୍କୁ ଜଣା କି  ଦୁନିଆର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ ହେଉଛି ଗୁଗଲ୍। ଏହା ଜରିଆରେ ଲୋକେ ନିଜର ବହୁ ଦ୍ବନ୍ଦ୍ବକୁ ‌ଦୂର କରିଥାନ୍ତି। କୌଣସି ବିଷୟକୁ ନେଇ ସନ୍ଦେହ ରହିଲେ ବା କୌଣସି ବିଷୟରେ ବିସ୍ତୃତ ଭାବେ ଜାଣିବା ପାଇଁ ଲୋକେ ପ୍ରଥମେ ଗୁଗଲର ବ୍ୟବହାର କରିଥାନ୍ତି। ଏବେ ଗୁଗଲ ଏକ ସର୍ଚ୍ଚ ଲିଷ୍ଟ ଜାରି କରିଛି, ଯେଉଁଥିରେ ୨୦୧୯ବର୍ଷର ୩ଟି ସର୍ବାଧିକ ସର୍ଚ୍ଚ ବିଷୟରେ ସୂଚନା ଦିଆଯାଇଛି।

ଜାରି କରାଯାଇଥିବା ସୂଚୀ‌ରେ ଲୋକସଭା ନିର୍ବାଚନ, ଚନ୍ଦ୍ରଯାନ-୨ ଓ ଧାରା ୩୭୦ ୩ ସର୍ବାଧିକ ସର୍ଚ୍ଚ ବିବେଚିତ ହୋଇଛି । ୨୦୧୯ରେ ଏହି ୩ଟି ଘଟଣା ସବୁଠାରୁ ବଡ଼ ଘଟଣା ବୋଲି ମାନ୍ୟତା ପାଇଛି, କାରର ଲୋକେ ଏହା ବିଷୟରେ ସବୁଠାରୁ  ଅଧିକ ଆଲୋଚନା କରିଥିଲେ। ଏହା ସହ ଗୁଗଲରେ ଏ ବିଷୟରେ ଅଧିକ ସର୍ଚ୍ଚ ହୋଇଥିଲା ବୋଲି ସ୍ପଷ୍ଟ ହୋଇଛି।

Image result for from-lok-sabha-elections-to-article-370-top-trending-topics-on-google-search-in-2019-in-india
The Financial Express

ତେବେ ଏହି ୩ଟି ବିଷୟ ଅପେକ୍ଷା ଲୋକେ ଫିଲ୍ମ କବୀର ସିଂହ ଓ ଆଭେଞ୍ଜର ଏଣ୍ଡଗେମ୍ ବିଷୟରେ ମଧ୍ୟ ଅଧିକ ସର୍ଚ୍ଚ କରିଥିବା ଜଣାପଡ଼ିଛି। ଫିଲ୍ମ କବୀର ସିଂହ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲେ ମଧ୍ୟ ଫିଲ୍ମର କାହାଣୀକୁ ନେଇ ବିବାଦ ଦେଖାଯାଇଥିଲା, ଯାହାକୁ ନେଇ ଗୁଗଲରେ ସର୍ଚ୍ଚ କରିଥିଲେ ଲୋକେ।

ସେହିଭଳି ଭାବରେ ବିଭିନ୍ନ ସ୍ପୋର୍ଟସ୍ ଇଭେଣ୍ଟକୁ ଦେଖିବାକୁ ଗଲେ ଲୋକେ ବିଶ୍ବକପ, ପ୍ରୋ-କବାଡି ଲିଗ୍, କୋପା ଆମେରିକା ଓ ଆଷ୍ଟ୍ରେଲିଆ ଓପନ ଭଳି ଇଭେଣ୍ଟ ବିଷୟରେ ଜାଣିବା ପାଇଁ ଗୁଗଲରେ ସର୍ଚ୍ଚ କରିଥିଲେ।

ସମ୍ବନ୍ଧିତ ଖବର