ଗୋଲାପରୁ ଆରମ୍ଭ, ଭାଲେଣ୍ଟାଇନ୍ସରେ ଶେଷ: କାହିଁକି ପାଳନ ହୁଏ ଏହି ସପ୍ତାହ?

ଆପଣ ଯଦି ପ୍ରେମରେ ପଡ଼ିଥାନ୍ତି ଓ ରଂଗୀନ ସ୍ବଭାବର ବ୍ୟକ୍ତି ହୋଇଥାନ୍ତି ତେବେ ଆଜିର ଦିନଟକୁ ନିଶ୍ଚୟ ମନେ ରଖିଥିବେ। ପ୍ରେମୀ ସ୍ବଭାବର ବ୍ୟକ୍ତିଙ୍କ ପାଇଁ ଫେବ୍ରୁଆରି ମାସର ଦ୍ବିତୀୟ ସପ୍ତାହ ଯେ କାହିଁକି ଗୁରୁତ୍ବ ରଖେ ତାହା ଅନ୍ତତ କହିବା ଅନାବଶ୍ୟକ। ଆପଣ ଜାଣିଥିବେ ନିଶ୍ଚୟ ଯେ ଆଜିଠାରୁ ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ଡେ’ ଉଇକ୍‌ ଆରମ୍ଭ। ଫେବ୍ରୁଆରି ୭ରୁ ଫେବ୍ରୁଆରି ୧୪ ତାରିଖ ମଧ୍ୟରେ ରଂଗୀନ ସ୍ବଭାବର ବ୍ୟକ୍ତିମାନେ ନିଜ ସାଥୀଙ୍କ ସହ ଏହି ସ୍ବତନ୍ତ୍ର ସପ୍ତାହକୁ ବେଶ୍‌ ନିଆରା ଭାବେ ପାଳନ କରିଥିବାର ପୂର୍ବ ବର୍ଷମାନଙ୍କରେ ଦେଖିବାକୁ ମିଳିଛି।


Bee Bulletin

ଫେବ୍ରୁଆରି ୭ ତାରିଖକୁ ଗୋଲାପ ଦିବସ, ୮ ତାରିଖକୁ ପ୍ରସ୍ତାବ ଦିବସ, ୯ ତାରିଖକୁ ଚକୋଲେଟ୍‌ ଦିବସ, ୧୦ ତାରିଖକୁ ଟେଡ୍ଡି ଦିବସ, ୧୧ ତାରିଖକୁ ପ୍ରତିଜ୍ଞା ଦିବସ, ୧୨ ତାରିଖକୁ ଆଲିଙ୍ଗନ ଦିବସ, ୧୩ ତାରିଖକୁ ଚୁମ୍ବନ ଦିବସ ଓ ୧୪ ତାରିଖକୁ ପ୍ରେମ ଦିବସ ଭାବେ ଯୁବପିଢ଼ିମାନେ ପାଳନ କରିଥାନ୍ତି।


Elite Daily

ସଂପର୍କର ଆରମ୍ଭ ଫୁଲରୁ ହେଲେ ସଂପର୍କ ଫୁଲ ପରି ଝଲସି ଉଠେ ବୋଲି ବିଶ୍ବାସରେ ‌ଗୋଲାପ ଦିବସ ବା ରୋଜ୍ ଡେ’ରୁ ହିଁ ପ୍ରେମ ସପ୍ତାହର ଆରମ୍ଭ। ଫୁଲରୁ ସଂପର୍କ ଆରମ୍ଭ ପରେ ନିଜର ମନର ମଣିଷଙ୍କୁ ପର ଦିନ ପ୍ରେମ ପ୍ରସ୍ତାବ ଦେଇ ନିଜ ସଂପର୍କକୁ ଆହୁରି ମଜବୁତ୍‌ କରାଯାଇପାରେ। ଛୋଟ ଛୋଟ ଉପହାର ପ୍ରେମକୁ ଆହୁରି ରଂଗୀନ କରିଥାଏ ଯେହେତୁ ସେଥିପାଇଁ ଚକୋଲେଟ୍‌ ଓ ଟେଡ୍ଡି ଡେ’ର ଉପହାର ଦେବାର ଅବସରଟିଏ ମିଳିଥାଏ ପ୍ରେମୀମାନଙ୍କୁ। ସଂପର୍କର ସବୁଠାରୁ ବଡ଼ ତଥା ସବଳତା ହେଉଛି ପରସ୍ପର ପ୍ରତି ଏକମନ ହୋଇ ରହିବାର ପ୍ରତିଜ୍ଞା, ଯାହାକି ପରଦିନ ପ୍ରେମୀଯୁଗଳ ନିଭାଇଥାନ୍ତି। ‌ଆଲିଙ୍ଗନ ଓ ଚୁମ୍ବନ ସଂକର୍ପର ଏକ ଅଂଶ ହୋଇଥିବାରୁ ଏହି ଦୁଇ ଦିନକୁ ମଧ୍ୟ ପ୍ରେମ ସପ୍ତାହରେ ସ୍ଥାନ ଦିଆଯାଇଛି। ପ୍ରେମ ସପ୍ତାହର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିନ ହେଉଛି ଫେବ୍ରୁଆରି ୧୪ ଅର୍ଥାତ ଭାଲେଣ୍ଟାଇନ୍ସ ଡେ’। ଏହି ଦିନକୁ ପ୍ରେମୀମାନେ ଉଭୟ ଉଭୟଙ୍କ ପାଇଁ ଉତ୍ସର୍ଗ କରିଥାନ୍ତି।

ସମ୍ବନ୍ଧିତ ଖବର