ପୁରୀ: ଶ୍ରୀକ୍ଷେତ୍ର ଆଧ୍ୟାତ୍ମିକ କ୍ଷେତ୍ର ଏବଂ ପର୍ଯ୍ୟଟନସ୍ଥଳୀ ଭାବେ ଯେତିକି ଗୁରୁତ୍ବ ରଖେ ସେତିକି ପ୍ରଶାସନିକ ସ୍ତରରେ ବି ଗୁରୁତ୍ବ ବହନ କରେ । ପୁରୀରେ ଯାହା କିଛି ଘଟିଲେ ଯେମିତି ମିଡିଆର ନଜର ଥାଏ, ଖବରର ଶିରୋନାମା ପାଲଟେ ଠିକ୍ ସେମିତି ପ୍ରଶାସନିକ ସ୍ତରରେ ପୁରୀକୁ ନେଇ ଟିକେ ବି ହଲଚଲ ହେଲେ ସାରା ରାଜ୍ୟର ଆଖି ସେଇଠି ଥାଏ । ଏହାର କେବଳ ଆଉ କେବଳ ଗୋଟିଏ ହିଁ କାରଣ- ଶ୍ରୀମନ୍ଦିର, ଶ୍ରୀଜିଉ ଓ ଶ୍ରୀଜଗନ୍ନାଥ । ମହାପ୍ରଭୁଙ୍କୁ ନେଇ ମହାପ୍ରଭୁଙ୍କ ପାଇଁ, ପୁରୀକୁ ନେଇ ଏବଂ ପୁରୀ ପାଇଁ ଯାହା କିଛି ଘଟେ ସାଙ୍ଗେ ସାଙ୍ଗେ ତା ଉପରେ ଆକ୍ସନ ନିଆଯାଏ ।

Advertisment

ସେ ଶ୍ରୀମନ୍ଦିରର ବ୍ରହ୍ମ ବିଭ୍ରାଟ ହେଉ କି ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ । ସେବାୟତ ବିବାଦ ହେଉ କି ଶରଧାବାଲି ଦଳାଚକଟା ଘଟଣା ଅବା ହେଉ ଭକ୍ତଙ୍କ ପାଇଁ ସୁବିଧା ସୁଯୋଗର କଥା । ପୁରୀର ଅପରାଧ କଥା । ଯେତେବେଳେ ବି ଠାକୁରଙ୍କ କାମରେ କିଛି ବି ବାଧା ଆସିଛି କି ବିବାଦ ତେଜିଛି ସାଙ୍ଗେ ସାଙ୍ଗେ ଆକ୍ସନ ହୋଇଛି । ସେ ଅତୀତର ସରକାର ହେଉ କି ବର୍ତ୍ତମାନର ସରକାର । ସାଆନ୍ତେଙ୍କୁ ନେଇ, ଶ୍ରୀମନ୍ଦିରକୁ ନେଇ କିଛି ବି ସମସ୍ୟାକୁ, କୌଣସି ବି ଅବହେଳାକୁ ବରଦାସ୍ତ କରାଯାଇନି । ସେ ଜିଲ୍ଲାପାଳ ହୁଅନ୍ତି କି ଏସପି ଅବା ହୁଅନ୍ତୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବା ଅନ୍ୟ ଅଧିକାରୀ…ସମସ୍ତଙ୍କ ଉପରେୈପବ ଆକ୍ସନ ହୋଇଛି

ଓଡିଶାରେ ନୂଆ ସରକାର ଗଢିବା ପରେ ରଥଯାତ୍ରା ସମୟରେ ପ୍ରଥମ କରି ଆକ୍ସନ ନିଆଯାଇଥିଲା । ଆଡ଼ପ ପହଣ୍ଡି ବେଳେ ଚାରମାଳ ଉପରେ ମୁହଁମାଡ଼ି ବଡ଼ ଠାକୁର ପଡିଯିବା ପରେ ଉକ୍ତ ଘଟଣାକୁ ନେଇ ପ୍ରଥମ ଆକ୍ସନ ନେଇଥିଲେ ମୋହନ ସରକାର । ଆଡପ ପହଣ୍ଡି ବିଭ୍ରାଟ ପରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ବୀର ବିକ୍ରମ ଯାଦବଙ୍କୁ ବଦଳି କରାଯାଇଥିଲା । ତାଙ୍କ ସ୍ଥାନରେ ନୂଆ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅରବିନ୍ଦ ପାଢୀଙ୍କୁ ଦାୟିତ୍ବ ମିଳିଥିଲା । ଅରବିନ୍ଦ ପାଢ଼ୀ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ୨୦୧୨ ରୁ ୨୦୧୪ ଯାଏଁ ଦାୟିତ୍ବ ତୁଲାଇଥିବାରୁ ତାଙ୍କୁ ପୁଣି ଥରେ ଦାୟିତ୍ବ ମିଳିଥିଲା । 

sp

ଚଳିତ ବର୍ଷ ଶରଧାବାଲି ଦଳଚକଟା ଘଟଣାରେ ପୁଣି ରଥ ଏବଂ ରଥଯାତକୁ ନେଇ ପୁନଶ୍ଚ ବିଭ୍ରାଟ ହୋଇଥିବାରୁ ଘଟଣାରେ ଆକ୍ସନ ମୋଡକୁ ଆସି ଜିଲ୍ଲାପାଳ ଏବଂ ଏସପିଙ୍କୁ ବଦଳି କରାଯାଇଥିଲା । ପୁରୀରେ ଦଳଚକଟା ଘଟଣାକୁ ରାଜ୍ୟ ସରକାର ବରଦାସ୍ତ କରିନଥିଲେ । ସରକାର ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଇ ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରିଥିଲେ । ଏହାସହ ଦୁଇ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଥିଲା । ସମସ୍ତ ପ୍ରକାର ପ୍ରସ୍ତୁତି ସତ୍ବେ ଏତେ ବଡ ଅଘଟଣ ଘଟିଥିବାରୁ ନିଜେ ମୁଖ୍ୟମନ୍ତ୍ରୀ ଏହାକୁ ଅକ୍ଷମଣୀୟ କହିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଜିଲ୍ଲାପାଳ ସିଦ୍ଧାର୍ଥ ସ୍ୱାଇଁଙ୍କ ସ୍ଥାନରେ ଚଞ୍ଚଲ ରାଣା ନୂଆ ଜିଲ୍ଲାପାଳ ହୋଇଥିବା ବେଳେ ବିନୀତ ଅଗ୍ରଓ୍ୱାଲଙ୍କ ସ୍ଥାନରେ ପିନାକ ମିଶ୍ରଙ୍କୁ ଏସପି ଦାୟିତ୍ୱ ମିଳିଥିଲା ।  ଘୋଷଣାର କିଛି ସମୟ ମଧ୍ୟରେ ଉଭୟ ନୂଆ ଜିଲ୍ଲାପାଳ ଓ ଏସପି ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ ।

538855656_2345052082563321_6638077534623173697_n

ଆଉ ଏବେ ପୁଣି ଗତ ଗୁରୁବାର ଦିନ ଆଇପିଏସ ସ୍ତରରେ ହୋଇଥିବା ଅଦଳବଦଳରେ ପୁନଶ୍ଚ ପୁରୀର ଏସପିଙ୍କୁ ବଦଳାଯାଇଛି । ପିନାକଙ୍କ ସ୍ଥାନରେ ପ୍ରତୀକ ସିଂହଙ୍କୁ ଦାୟିତ୍ବ ମିଳିଛି । ଆଉ ଇତିମଧ୍ୟରେ ପ୍ରତୀକ ସିଂହ ସିଂହଦ୍ବାର ସାମ୍ନାରେ ଦଣ୍ଡବତ ହୋଇ ନିଜର ଦାୟିତ୍ବ ଆରମ୍ଭ କରିଛନ୍ତି । ତେଣୁ ଉପରୋକ୍ତ ଘଟଣା, ଅତୀତର ଅନେକ ପ୍ରଶାସନିକ ସ୍ତରରେ ଅଦଳବଦଳ ଘଟଣାକୁ ଯଦି ଲକ୍ଷ୍ୟ କରାଯାଏ...

ତେବେ ସବୁ ପରିବର୍ତ୍ତନ, ଆକ୍ସନ ଏବଂ କାର୍ଯ୍ୟାନୁଷ୍ଠାନ କେବଳ ଏବଂ କେବଳ ମହାପ୍ରଭୁଙ୍କ ସେବାକୁ ସୁରୁଖୁରରେ ତୁଲାଇବା ପାଇଁ ହିଁ ନିଆଯାଇଛି ଏବଂ ଆଗାମୀ ଦିନରେ ନିଆଯିବ ମଧ୍ଯ । କାରଣ ଓଡିଆ ଜାତି, ଏ ସରକାର, ଏ ବ୍ୟବସ୍ଥା ସମସ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦାସ, ସେବକ… ତାଙ୍କ ସେବାରେ ଅବହେଳା କି ତ୍ରୁଟି ଅକ୍ଷମଣୀୟ…