ଆଜି ବିଧାନସଭାରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍

ଭୁବନେଶ୍ବର : ଆସନ୍ତାକାଲି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ। ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ପାଖାପାଖି ସନ୍ଧ୍ୟା ୫ଟାରେ ବଜେଟ ଆଗତ କରିବେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ କାଳିଆ ଯୋଜନା, ମିସନ ଶକ୍ତି, ଜଳସେଚନ, ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ବଜେଟରେ ଅଧିକ ବ୍ୟୟବରାଦ କରାଯାଇଛି। ଏହାସହିତ ପୂର୍ଣ୍ଣାଙ୍ଗ ବଜେଟରେ କୌଣସି ଟିକସ ବ୍ୟବସ୍ଥା କରାଯାଇନି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ଗତ ଫେବ୍ରୁଆରୀ ମାସରେ ସରକାର ଗୃହରେ ୫୬ ହଜାର ୯୨୧ କୋଟି ଟଙ୍କାର ଲେଖାନୁଦାନ ପାରିତ କରିଥିଲେ। ପୂର୍ଣ୍ଣାଙ୍ଗ ବଜେଟର ପରିମାଣ ପ୍ରାୟ ୧ ଲକ୍ଷ ୩୯ ହଜାର କୋଟି ଟଙ୍କା ହେବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର