ଆଇଏଏସ୍ ଅଧିକାରୀ ଟୁଇଟ୍ କଲେ ଏମିତି ଏକ ଛୁଟି ଦରଖାସ୍ତ, ଯିଏ ପଢୁଛି ହସିହସି ଗଡ଼ୁଛି !

ବୁନ୍ଦେଲଖଣ୍ଡ: ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ବେଳେବେଳେ ମନୋରଞ୍ଜନ ପାଇଁ କିମ୍ବା କୌଣସି ଖବର ଜାଣିବା ପାଇଁ ସୋସିଆଲ ମିଡିଆକୁ ବ୍ୟବହାର କରିଥାଉ । ଅନେକ ସମୟରେ କିଛି ମଜାଳିଆ ଘଟଣା ବା ଖବର ସାମ୍ନାକୁ ଆସେ ଯାହାକୁ ଦେଖି ଅମେ ନ ହସି ରହିପାରୁନା । ଏମିତି ଏକ ମଜାଳିଆ କଥା ଟୁଇଟରରେ ଭଇରାଲ ହେଉଛି, ତାହା ପୁଣି ଏକ ଛୁଟି ଦରଖାସ୍ତକୁ ନେଇ । ଏହି ଛୁଟି ଦରଖାସ୍ତରେ ଛାତ୍ରଟି ଏମିତି ମଜାଳିଆ କଥା ଲେଖିଛି ଯେ ଯିଏ ପଢୁଛି ସେ ହସିହସି ରହୁଛି। ଆଉ ଏହାକୁ ସେୟାର କରିଛନ୍ତି ମଧ୍ୟପ୍ରଦେଶର ଜଣେ ଆଇଏଏସ୍ ଅଧିକାରୀ।

ବୁନ୍ଦେଲଖଣ୍ଡର ଏକ ବିଦ୍ୟାଳୟର ଜଣେ ଛାତ୍ର ଛୁଟି ପାଇଁ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖିଛି । ବୁନ୍ଦେଲଖଣ୍ଡ ମାଧ୍ୟମିକ ବିଦ୍ୟାଳୟର କଲୁଆ ନାମକ ଏହି ଛାତ୍ର ତାର ଶିକ୍ଷକଙ୍କୁ ଲେଖିଥିବା ଛୁଟି ଦରଖାସ୍ତ ଏବେ ହସର ଖୋରାକ ଯୋଗାଇଛି। ଲୋକେ ବହୁ ସଂଖ୍ୟାରେ ଏହାକୁ ପଢ଼ୁଛନ୍ତି।  ଛାତ୍ରଟି ତାକୁ ଜ୍ବର ହୋଇଥିବା କଥା ଦରଖାସ୍ତରେ ଲେଖିଛି । ଦୁଇଦିନ ଦିଦ୍ୟାଳୟ ଆସିପାରିବନି ବୋଲି ଲେଖିଛି । ହିନ୍ଦୀ ଭାଷାରେ ମଜାଳିଆ ଢଙ୍ଗରେ ସେ ଦରଖାସ୍ତଟି ଲେଖିଛି ।

ଏହି ଦରଖାସ୍ତଟିକୁ ଆଇଏଏସ୍ ଅଫିସର ଅର୍ପିତ ବର୍ମା ତାଙ୍କର ଟୁଇଟରରେ ସେୟାର କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଟୁଇଟକୂ  ୮୭୦୦ରୁ ଅଧିକ ଲାଇକ୍ ମିଳିସାରିଲାଣି । ଜଣେ ଟୁଇଟର ବ୍ୟବହାରକାରୀ ଲେଖିଛନ୍ତି- “ଶିକ୍ଷକ ଏହି ଦରଖାସ୍ତଟିକୁ ପଢିସାରିବା ପରେ ତାଙ୍କୁ ଛୁଟି ତ ଦେବାକୁ ପଡ଼ିବ। ’’

ସମ୍ବନ୍ଧିତ ଖବର