ନୂଆଦିଲ୍ଲୀ: ବିବାହ ଋତୁ ନଚାଲିଥିଲେ ବି ବିବାହ କାର୍ଯ୍ୟ ସହ ଜଡ଼ିତ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୁଏ। ବେଳେବେଳେ ବର-କନ୍ୟାଙ୍କ ବିବାହ ମଣ୍ଡପକୁ ପ୍ରବେଶ ସମୟର ଭିଡିଓ ଲୋକଙ୍କ ହୃଦୟ ଜିତୁଥିବା ସହ ବେଳେବେଳେ ଡିଜେ କିମ୍ବା ବରଯାତ୍ରୀଙ୍କ ନୃତ୍ୟର ଭିଡିଓ ଲୋକଙ୍କୁ ହସାଇଥାଏ। ପୂର୍ବରୁ ବିବାହରେ ଘଟୁଥିବା ଅନେକ ମଜାଦାର ଘଟଣାର ଭିଡିଓ ଆମେ ଆପଣଙ୍କୁ ଦେଖାଇଥିବା ବେଳେ ଆଜି ଏକ ମଜାଦାର ଫଟୋ ଦେଖାଇବୁ, ଯାହା ଏବେ ଭାଇରାଲ ହେଉଛି। ଫଟୋଟି ହେଉଛି ଏକ ବିବାହ ନିମନ୍ତ୍ରଣ କାର୍ଡର। ଏଥିରେ ଅତିଥିଙ୍କୁ ନିମନ୍ତ୍ରଣ କରିବା ପାଇଁ ଯାହା ଲେଖାଯାଇଥିଲା, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ମଜାଦାର ବିଷୟ ହେଲା ଭାଇରାଲ ହେଉଥିବା ହିନ୍ଦୀ ନିମନ୍ତ୍ରଣ କାର୍ଡରେ ବିବାହକୁ ଆସିବା ପରିବର୍ତ୍ତେ ନଆସିବା ପାଇଁ ଲେଖାଯାଇଥିଲା। କାର୍ଡରେ 'ଭେଜ୍ ରହା ହୁଁ ସ୍ନେହ ନିମନ୍ତ୍ରଣ, ପ୍ରିୟବର ତୁମ୍ହେ ବୁଲାନେ କୋ, ହେ ମାନସ କେ ରାଜହଂସ, ତୁମ ଭୁଲ ନାଜାନା ଆନେ କୋ' ଲେଖିବାର ଥିଲା। ହେଲେ ଭୁଲରେ କାର୍ଡ ତିଆରି କରିଥିବା ଯୁବକ ଏଥିରେ ଲେଖିଥିଲେ, 'ଭେଜ୍ ରହା ହୁଁ ସ୍ନେହ ନିମନ୍ତ୍ରଣ, ପ୍ରିୟବର ତୁମ୍ହେ ବୁଲାନେ କୋ, ହେ ମାନସ କେ ରାଜହଂସ, ତୁମ ଭୁଲ ଜାନା ଆନେ କୋ'।

Wedding Card: शादी के कार्ड में गलती से हो गया 'अर्थ का अनर्थ', रिश्तेदार टेंशन में जाएं की नहीं? ndtv

ଏହି କାର୍ଡ ଏବେ ଲୋକଙ୍କୁ ହସାଇଥିବା ବେଳେ କାର୍ଡକୁ ଫଟୋସପ୍ କରାଯାଇ ଏଭଳି କରାଯାଇଛି କି ସତରେ ଏଭଳି ଭୁଲ ହୋଇଥିଲା, ତାହା ସାମ୍ନାକୁ ଆସିନାହିଁ।