ପୁଣି ଫେରିଲେ ଗବ୍ଦର, ସହର ବୁଲୁଛନ୍ତି ବାଇକ୍‌ରେ

ନୂଆଦିଲ୍ଲୀ: ‘ସୋଲେ’ ସିନେମା କିଏ ଅବା ନଦେଖିଛି। ଏହି ସିନେମାରେ ଗବ୍ଦର ସିଂହଙ୍କ ଭୂମିକା ଥିଲା ସ୍ୱତନ୍ତ୍ର। ‘ସୋଲେ’ରେ ଗବ୍ଦର ସିଂହଙ୍କ ଭୂମିକାରେ ଅମଜାଦ୍‌ ଖାନ୍‌ ଜୀବନ୍ତ ଅଭିନୟ କରି ସମସ୍ତ ଦର୍ଶକଙ୍କ ମନଜିଣି ନେଇଥିଲେ। ହିନ୍ଦୀ ସିନେମା ପ୍ରେମୀମାନଙ୍କ ପାଇଁ ଗବ୍ଦର ସିଂହ ଚରିତ୍ରଟି ଉଲ୍ଲେଖନୀୟ ଭୂମିକା ମଧ୍ୟରୁ ଗୋଟିଏ ଥିଲା।

ତେବେ ଗବ୍ଦର ସିଂହଙ୍କ କଥା କହିବାର ଯାର୍ଥାତ ହେଉଛି, ମହୀଶୂର-ବେଙ୍ଗାଲୁରୁ ଜାତୀୟରାଜପଥରେ ଗବ୍ଦର ସିଂହ ଏକ ବାଇକ୍‌ରେ ବସି ଫଟୋ ଉଠାଇଥିବାର ଏକ ଫଟୋ ସମ୍ପ୍ରତି ଦେଖିବାକୁ ମିଳିଛି। ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ସୋସିଆଲ ମିଡିଆ ବ୍ୟବହାରକାରୀ ‘ଗବ୍ଦର ଇଜ୍‌ ବ୍ୟାକ୍‌’ ବୋଲି ବି ପ୍ରତିକ୍ରିୟା କରୁଛନ୍ତି। ଆଉ କେହି କେହି ଗବ୍ଦର ସିଂହ ଏବେ ବି ଜୀବିତ ଅଛନ୍ତି ବୋଲି ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି।

ତେଣୁ ପ୍ରକୃତ କଥା ହେଉଛି, ଏହି ଫଟୋ ଗବ୍ଦର ବେଶଭୁଷାରେ ନଜର ଆସୁଥିବା ବ୍ୟକ୍ତିଙ୍କ ନାମ ଗଣେଶ ପ୍ରସାଦ। ସେ ମହୀଶୂରର ଆଶୋକପୁରରେ ବସବାସ କରନ୍ତି। ଏହି ଫଟୋ ଉଠାଇବା ପରେ ସେ ଚର୍ଚ୍ଚାର ପରିସରରେ ରହିଛନ୍ତି। ଫଟୋରେ ଗଣେଶ ଏକ ବନ୍ଧୁକ ସହିତ ଅସ୍ତ୍ର-ଶସ୍ତ୍ର ଧରି ଏକ ଲାଲରଙ୍ଗ ସାର୍ଟ ପରିଧାନ କରିଛନ୍ତି। ସେ ଏଭଳି ବେଶରେ ସମ୍ପୁର୍ଣ୍ଣ ସହର ପରିକ୍ରମା କରୁଛନ୍ତି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗଣେଶ ଏହି ଫଟୋ ସୁଟ ମହୀଶୂର-ବେଙ୍ଗାଲୁରୁ ରାଜମାର୍ଗରେ କରିଛନ୍ତି। ସାର୍ବଜନୀକସ୍ଥାନରେ ବନ୍ଧୁକ ଧରି ଏଭଳି ଫଟୋ ଉଠାଇବା ଗଣେଶ ଆଇନ ଭଙ୍ଗ କରିଥିବା ନେଇ କେହି କେହି ସୋସିଆଲ ମିଡିଆରେ ପ୍ରତ୍ରିକିୟା ରଖିଛନ୍ତି। ଗଣେଶଙ୍କ ଏହି ବନ୍ଧୁକ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ବୋଲି ଜଣାପଡ଼ିଛି।

ଅଶୋକପୁରମରେ ବସବାସ କରୁଥିବା ନିବାସୀଙ୍କ କହିବାନୁସାରେ, ଗତବର୍ଷ ସେପ୍ଟେମ୍ବରରେ ଗଣେଶ ପବନରେ ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଏଭଳି କରନାମା ପାଇଁ କେତେଥର ଚେତାବନୀ ମଧ୍ୟ ଦିଆଯାଇଛି। ହେଲେ ସେ କିଛି ବି ଖାତିର୍‌ ନକରି ନିଜକୁ ଗବ୍ଦର ବେଶରେ ସଜାଇ ସହର ପରିକ୍ରମା କରୁଛନ୍ତି।

ସମ୍ବନ୍ଧିତ ଖବର