ନୋକିଆ ବ୍ରାଣ୍ଡ୍ର ଫୋନ୍ ତିଆରି କରୁଥିବା ଏଚ୍ଏମ୍ଡି କମ୍ପାନି ‘ଟଚ୍ ୪ଜି’ ଉନ୍ମୋଚନ କରିଛି, ଯାହା ଭାରତର ପ୍ରଥମ ହାଇବ୍ରିଡ୍ ଫୋନ୍ ବୋଲି ଦାବି କରାଯାଇଛି। ଏହା ସ୍ମାର୍ଟଫୋନ୍ ଓ ଫିଚର୍ ଫୋନ୍ର ଏକ ମିଶ୍ରିତ ଅଭିଜ୍ଞତା ଦେବ। ଏଥିରେ ୩୨୦x୨୪୦ ପିକ୍ସେଲ ରିଜୋଲ୍ୟୁସନ୍ ବିଶିଷ୍ଟ ଏକ ୩.୨ ଇଞ୍ଚର ଟଚ୍ ସ୍କ୍ରିନ୍ ରହିଛି। କ୍ଷୁଦ୍ର ଆକାର ସତ୍ତ୍ୱେ ଏହି ଫୋନ୍ରେ ଭିଡିଓ କଲ୍ ସମେତ ଆପ୍ ମେସେଜିଂ ଏବଂ ଗ୍ରୁପ୍ ଚାଟ୍ ମଧ୍ୟ କରିହେବ। ଏଥିରେ ୦.୩ ମେଗାପିକ୍ସେଲର ଏକ ସେଲଫି କ୍ୟାମେରା ଓ ୨ ମେଗାପିକ୍ସେଲ ମୁଖ୍ୟ କ୍ୟାମେରା ସାଙ୍ଗକୁ ଏଲ୍ଇଡି ଫ୍ଲାସ୍ ମଧ୍ୟ ରହିଛି।
ବ୍ୟବହାରକାରୀ ଲାଇଭ୍ କ୍ରିକେଟ୍ ଅପଡେଟ୍ ସହିତ ପାଣିପାଗ ପୂର୍ବାନୁମାନ ଏବଂ ଟ୍ରେଣ୍ଡିଂ ଭିଡିଓ ଭଳି ଅନ୍ୟାନ୍ୟ ସୂଚନା ପାଇପାରିବେ। ‘ୟୁନିସୋକ୍ ଟି୧୨୭’ ପ୍ରୋସେସର୍ ଦ୍ୱାରା ପରିଚାଳିତ ଏହି ଫୋନ୍ ‘ରିଅଲ୍-ଟାଇମ୍ ଅପରେଟିଂ ସିଷ୍ଟମ୍’ ଦ୍ବାରା କାର୍ଯ୍ୟକ୍ଷମ। ଵାଇଫାଇ ହଟସ୍ପଟ୍ ଓ ବ୍ଲୁଟୁଥ୍ ସଂଯୋଗକୁ ସମର୍ଥନ କରୁଥିବା ଏହି ଫୋନ୍ରେ ୧,୯୫୦ ଏମ୍ଏଏଚ୍ର ଏକ ବ୍ୟାଟେରି ରହିଛି, ଯାହା ସି-ଟାଇପ୍ ପୋର୍ଟ ଦ୍ବାରା ଚାର୍ଜ ହୋଇପାରିବ। ଧୂଳି ଏବଂ ଜଳ ପ୍ରତିରୋଧ ପାଇଁ ଏହାକୁ ଆଇପି୫୨ ରେଟିଂ ମିଳିଛି। ଏଥିରେ ୬୪ ଏମ୍ବି ରାମ୍ ଓ ୧୨୮ ଏମ୍ବି ଷ୍ଟୋରେଜ୍ କ୍ଷମତା ରହିଛି। କମ୍ପାନିର ୱେବସାଇଟ୍ ମାଧ୍ୟମରେ ମିଳୁଥିବା ଏହି ଫୋନ୍ର ଦାମ୍ ୩,୯୯୯ ଟଙ୍କା ରହିଛି।