ଆମ ଜୀବନକୁ ସହଜ କରିବା ପାଇଁ ସମସ୍ତ ଇଲେକ୍ଟ୍ରୋନିକ୍‌ ଉପକରଣର ଉଦ୍ଭାବନ ହୋଇଥିବା ବେଳେ କିଛି ଉପକରଣ ଏବେ ଜୀବନକୁ ଜଟିଳ କରିଦେଉଛି। ପ୍ରାୟ ସମସ୍ତେ ଏବେ ବିଭିନ୍ନ ସ୍ମାର୍ଟଫୋନ୍‌ ଆପ୍‌ ପ୍ରତି ଆସକ୍ତ। ଏଥିପାଇଁ କୌଣସି କାମରେ ଧ୍ୟାନ ଲଗାଇବା କଷ୍ଟକର ହୋଇଯାଏ। ଏହି ସମସ୍ୟା ସହ ଯୁଝିବା ପରେ ଜେନ୍‌ ଜି ପିଢ଼ିର ଦୁଇ ଉଦ୍ୟୋଗୀ ଟିଜେ ଡ୍ରାଇଭର ଓ ଜ୍ୟାକ୍‌ ନାସ୍‌ଗୋଵିଟ୍‌ଜ ବ୍ରିକ୍ ନାମକ ଛୋଟ ଉପକରଣ ଓ ଆପ୍‌ ବିକଶିତ କରିଛନ୍ତି। 

Advertisment

Electricity: ୨୭୪ ଗାଁରେ ନାହିଁ ବିଜୁଳି ଆଲୁଅ: ଅନ୍ଧାରରେ ୩୫୩୩ ପରିବାର

ବ୍ରିକ୍ ଅର୍ଥାତ୍‌ ଇଟା ଭଳି ଦିଶୁଥିବା ଏହି ଧୂସର ଉପକରଣଟି ଏକ ସରଳ କିନ୍ତୁ ଅଭିନବ ପ୍ରକ୍ରିୟାରେ କାମ କରିଥାଏ। ଫୋନ୍‌ରେ ବ୍ରିକ୍‌ ଆପ୍‌ ଇନ୍‌ଷ୍ଟଲ୍‌ କରିବା ପରେ କେଉଁ ଆପ୍‌କୁ ନିଷିଦ୍ଧ କରିବାକୁ ଚାହାନ୍ତି ତାହା ସେଟ୍‌ କରିବାକୁ ପଡ଼ିଥାଏ। ଥରେ ଫୋନ୍‌ଟିକୁ ବ୍ରିକ୍‌ ଉପକରଣ ଉପରେ ଛୁଆଁଇବା ପରେ ତାହା ‘ବ୍ରିକ୍‌’ ହୋଇଯାଏ। ଏହା ପରେ ସେହି ନିଷିଦ୍ଧ ଆପ୍‌ଟିକୁ ବ୍ୟବହାର କରିବାକୁ ହେଲେ ପୁଣି ଥରେ ‘ବ୍ରିକ୍‌’ ଉପକରଣ ପାଖକୁ ଯାଇ ଫୋନ୍‌ଟିକୁ ଛୁଆଁଇବାକୁ ପଡ଼ିଥାଏ। ତେଣୁ ସାମାଜିକ ଗଣମାଧ୍ୟମ ଆସକ୍ତି ଛାଡ଼ିବା ପାଇଁ ‘ବ୍ରିକ୍’ ଉପକରଣଟିକୁ କୌଣସି ଦୂର ସ୍ଥାନରେ ବା ଭିନ୍ନ କକ୍ଷରେ ରଖିଦେଇପାରିବେ।

NSD:  ଭାରତ ରଙ୍ଗ ମହୋତ୍ସବ: ୧୯ଟି ସ୍ଥାନରେ ୧୩୦ରୁ ଅଧିକ ଜାତୀୟ, ଅନ୍ତର୍ଜାତୀୟ ପ୍ରଦର୍ଶନ

ଫଳରେ ନିର୍ଦ୍ଦିଷ୍ଟ ଆପ୍‌ ଖୋଲିବାକୁ ଯେତେ ଥର ଇଚ୍ଛା ହେବ ସେତେ ଥର ‘ବ୍ରିକ୍‌’ ନିକଟକୁ ଯିବାକୁ ପଡ଼ିବ। ଏହି ପ୍ରକ୍ରିୟାରେ ଫୋନ୍‌ ଦେଖିବା ସମୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବା ଏବଂ ସାମାଜିକ ଗଣମାଧ୍ୟମ ଆସକ୍ତି ଦୂର ହୋଇଥିବାର ଅନେକ ବ୍ୟବହାରକାରୀ ପ୍ରକାଶ କରିଛନ୍ତି। ଗତ ବର୍ଷ ତୁଳନାରେ ଏ ବର୍ଷ ଜାନୁଆରି ମାସରେ ଏହି ଆପ୍‌ ଡାଉନ୍‌ଲୋଡ୍‌ ୬୦୦% ବଢ଼ିଥିବା ଜଣାପଡ଼ିଛି। ବିଶେଷ କରି ୨୦-୩୫ ବର୍ଷ ବୟସର ବ୍ୟକ୍ତିବିଶେଷ ଏହି ଉପକରଣଟିକୁ ଅଧିକ ବ୍ୟବହାର କରୁଛନ୍ତି।