ଅନ୍ୟତମ ଅଗ୍ରଣୀ ସ୍ମାର୍ଟଫୋନ୍ ନିର୍ମାତା ‘ଭିଭୋ’ର ସବ୍-ବ୍ରାଣ୍ଡ୍ ଆଇକ୍ୟୁ ସୋମବାର ଚୀନରେ ଏକ ନୂଆ ଫୋନ୍ ଉନ୍ମୋଚନ କରିଛି। ସ୍ନାପ୍ଡ୍ରାଗନ୍ର ସଦ୍ୟତମ ଫ୍ଲାଗସିପ୍ ଚିପସେଟ୍ ଖଚିତ ପ୍ରଥମ ଫୋନ୍ ହେଉଛି ‘ଆଇକ୍ୟୁ ୧୫’। ଏହି ଫୋନ୍ଟି ଆଣ୍ଡ୍ରଏଡ୍ ୧୬ ଉପରେ ଆଧାରିତ ତଥା ୩ ନାନୋମିଟର ଅକ୍ଟା କୋର୍ ସ୍ନାପଡ୍ରାଗନ୍ ୮ଏଲିଟ୍ ଜେନ୍ ୫ ଚିପ୍ସେଟ୍ ଦ୍ୱାରା ପରିଚାଳିତ। ଏଥିରେ ଏକ ପ୍ରୋପ୍ରାଇଟରି କ୍ୟୁ୩ ଗେମିଂ ଚିପ୍ ମଧ୍ୟ ଖଞ୍ଜାଯାଇଛି।
ଏଥିରେ ୧,୪୪୦X୩,୧୬୮ ପିକ୍ସେଲ୍ ରିଜୋଲ୍ୟୁସନ୍ ବିଶିଷ୍ଟ ଏକ ୬.୮୫ ଇଞ୍ଚର ଆମୋଲେଡ୍ ଡିସପ୍ଲେ ରହିଛି, ଯାହାର ରିଫ୍ରେସ୍ ରେଟ୍ ୧୪୪ ହର୍ଜ। ଏଥିରେ ୫୦-ମେଗାପିକ୍ସେଲ ପ୍ରାଥମିକ ସେନ୍ସର୍, ୫୦-ମେଗାପିକ୍ସେଲ ପେରିସ୍କୋପ୍ ସେନ୍ସର୍ ଏବଂ ଏକ ୫୦-ମେଗାପିକ୍ସେଲର ୱାଇଡ୍-ଆଙ୍ଗଲ୍ ଲେନ୍ସ ଥିବା ଟ୍ରିପଲ୍ ରିଅର୍ କ୍ୟାମେରା ୟୁନିଟ୍ ରହିଛି। ଏଥି ସହିତ ୩୨-ମେଗାପିକ୍ସେଲର ଏକ ସେଲ୍ଫି କ୍ୟାମେରା ମଧ୍ୟ ରହିଛି, ଯାହା ୪କେ ଭିଡିଓ ରେକର୍ଡିଂ କରିବାକୁ ସକ୍ଷମ। ଏଥିରେ ଖଚିତ ୭,୦୦୦ ଏମ୍ଏଏଚ୍ର ବ୍ୟାଟେରିଟି ୧୦୦ ଵାଟ୍ର ତାରଯୁକ୍ତ ଚାର୍ଜିଂ ଏବଂ ୪୦ଵାଟ୍ର ବେତାର ଦ୍ରୁତ ଚାର୍ଜିଂ ସମର୍ଥନ କରେ।
ଲିଜେଣ୍ଡାରି ଏଡିସନ୍, ଟ୍ରାକ୍ ଏଡିସନ୍, ଲିଙ୍ଗ୍ୟୁନ୍ ଓ ଵାଇଲ୍ଡରନେସ୍ ପରି ଚାରିଟି ରଙ୍ଗ ଏବଂ ପାଞ୍ଚଟି ଷ୍ଟୋରେଜ୍ ବିକଳ୍ପରେ ଫୋନ୍ଟି ମିଳିବ। ୧୨ ଜିବି ରାମ୍ ଓ ୨୫୬ ଜିବି ମେମୋରି ବିଶିଷ୍ଟ ମୂଳ ଭାରିଆଣ୍ଟ୍ର ଦାମ୍ ୪,୧୯୯ ୟୁଆନ୍ (ପ୍ରାୟ ୫୨,୦୦୦ ଟଙ୍କା)ରୁ ଆରମ୍ଭ। ସେହିପରି ୧୬ ଜିବି ରାମ୍ ଓ ୨୫୬ ଜିବି ଷ୍ଟୋରେଜ୍, ୧୨ ଜିବି ରାମ୍ ଓ ୫୧୨ ଜିବି ଷ୍ଟୋରେଜ୍ ଏବଂ ୧୬ ଜିବି ରାମ୍ ଓ ୫୧୨ ଜିବି ମେମୋରି ସଂସ୍କରଣଗୁଡ଼ିକର ମୂଲ୍ୟ ଯଥାକ୍ରମେ ୪,୪୯୯ ୟୁଆନ୍(ପ୍ରାୟ ୫୬,୦୦୦ ଟଙ୍କା), ୪,୬୯୯ ୟୁଆନ୍(ପ୍ରାୟ ୫୮,୦୦୦ ଟଙ୍କା) ଏବଂ ୪,୯୯୯ ୟୁଆନ୍ (ପ୍ରାୟ ୬୨,୦୦୦ ଟଙ୍କା) ରହିଛି। ଆସନ୍ତା ନଭେମ୍ବରରେ ଫୋନ୍ଟି ଭାରତୀୟ ବଜାରରେ ଉପଲବ୍ଧ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/22/dagddgdgdg-2025-10-22-23-40-13.jpg)