ଉଚ୍ଚକୋଟୀର ହେଡ୍ଫୋନ୍, ଇଅର୍ଫୋନ୍ ଓ ସ୍ପିକର ଆଦି ସାଉଣ୍ଡ୍ ଉପକରଣ ନିର୍ମାଣ କରୁଥିବା ମାର୍ସାଲ୍ କମ୍ପାନି ପକ୍ଷରୁ ଦୁଇଟି ପୋର୍ଟେବଲ୍ ସ୍ଫିକର୍ ଭାରତ ବଜାରରେ ଉନ୍ମୋଚିତ ହୋଇଛି। କମ୍ପାନିର ‘ଟ୍ରୁ ଷ୍ଟେରିଓଫୋନିକ୍’ ଜ୍ଞାନକୌଶଳ ଉପରେ ଆଧାରିତ ‘ଏମ୍ବେର୍ଟନ୍-୩’ ଓ ‘ଵିଲେନ୍-୨’ ନାମକ ଏହି ସ୍ପିକର ଦୁଇଟି ଶ୍ରୋତାଙ୍କୁ ଅଫୁରନ୍ତ ଶ୍ରବଣ ଅନୁଭୂତି ଯୋଗାଇବ ବୋଲି କମ୍ପାନି ଦାବି କରିଛି।
‘ଏମ୍ବେର୍ଟନ୍-୩’ର ମୂଲ୍ୟ ୧୭,୯୯୯ ଟଙ୍କା ରହିଥିବା ବେଳେ ‘ଵିଲେନ୍-୨’ର ଦାମ୍ ୧୨,୪୯୯ ଟଙ୍କା ରଖାଯାଇଛି।
ହି ଓୟାରଲେସ୍ ସ୍ପିକରଦ୍ବୟକୁ ଆଇପି୬୭ ରେଟିଂ ମିଳିଥିବାରୁ ତାହା ଧୂଳି ଓ ଜଳ ପ୍ରତିରୋଧୀ ହୋଇଥିବା ସ୍ପଷ୍ଟ। ଗୋଟେ ମିଟର ପାଣି ଭିତରେ ଅଧଘଣ୍ଟାଯାଏ ରହିଲେ ମଧ୍ୟ ସ୍ପିକର୍ର କୌଣସି କ୍ଷତି ହେବନାହିଁ। ଉଭୟ ସ୍ପିକର୍ର ଚାର୍ଜିଂ ସମୟ ଅଢ଼େଇଘଣ୍ଟା ରହିଥିବା ବେଳେ ‘ଏମ୍ବେର୍ଟନ୍-୩’ ଫୁଲ୍ ଚାର୍ଜ ହେଲେ ୩୨ ଘଣ୍ଟାରୁ ଅଧିକ ଏବଂ ‘ଵିଲେନ୍-୨’ ଫୁଲ୍ ଚାର୍ଜରେ ୧୭ ଘଣ୍ଟା ଅନବରତ ଗୀତ ବଜାଇପାରିବ। ଉଭୟ ସ୍ପିକର୍ରେ ମାଇକ୍ରୋଫୋନ୍ ଥିବାରୁ ‘ହ୍ୟାଣ୍ଡ୍ସ୍ ଫ୍ରି’ କଥାବାର୍ତ୍ତାର ସୁବିଧା ମଧ୍ୟ ମିଳିଥାଏ। ‘ଏମ୍ବେର୍ଟନ୍-୩’ରେ ଷ୍ଟିରିଓ ସ୍ପିକର୍ ଲାଗିଥିବାରୁ ଏହା ୩୬୦ଂ ଶ୍ରବଣ ଅଭିଜ୍ଞତା ଦେଉଥିବା ବେଳେ ‘ଵିଲେନ୍୨’ରେ ଗୋଟିଏମାତ୍ର ସ୍ପିକର୍ ଲାଗିଛି। ବ୍ଳୁଟୁଥ୍ ମାଧ୍ୟମରେ ଉଭୟର ସଂଯୋଗ ଦୂରତା ୧୦୦ ମିଟର ରହିବା ସହ ଫ୍ରିକ୍ବେନ୍ସି ସ୍ତର ୬୫ ହର୍ଜରୁ ୨୦,୦୦୦ ହର୍ଜ ଯାଏ ରହିଛି। ଅଗଷ୍ଟ ୨୬ରୁ ବିଶ୍ବ ବଜାରରେ ଉପଲବ୍ଧ ଦୁଇଟିଯାକ ସରଞ୍ଜାମ କମ୍ପାନିର ୱେବ୍ସାଇଟ୍ marshall.comରେ କିଣିବା ଲାଗି ଉପଲବ୍ଧ।