ଗତ ୩୦ ତାରିଖରେ ମୋଟୋରୋଲା କମ୍ପାନି ପକ୍ଷରୁ ନୂଆ ବଜେଟ୍ ସ୍ମାର୍ଟଫୋନ୍‌ ‘ଜି୨୪ ପାଵାର’ ଭାରତରେ ବଜାର ପ୍ରବେଶ କରିଛି। ମୋଟୋ ଜି-ସିରିଜ୍‌ର ଏହି ଫୋନ୍‌ଟି ମିଡିଆଟେକ୍ ହେଲିଓ ଜି୮୫ ‌େପ୍ରାସେସର ଦ୍ବାରା ପରିଚାଳିତ ଯହିଁରେ ୮ ଜିବି ଯାଏ ରାମ୍‌ ଓ ୧୨୮ ଜିବିର ଷ୍ଟୋରେଜ୍‌ ଯୋଡ଼ିହୋଇଛି। ଏହାର ୬.୫୬ ଇଞ୍ଚ ଏଚ୍‌ଡି ପରଦା ୯୦ ହର୍ଜ ରିଫ୍ରେସ୍ ରେଟ୍‌ ସହିତ ଛବି ପ୍ରଦର୍ଶିତ କରିବାର କ୍ଷମତା ରହିଛି। ଫୋନ୍‌ଟି ଆଇପି ୫୨ ଜଳପ୍ରତିରୋଧୀ ଜ୍ଞାନକୌଶଳରେ ନିର୍ମିତ। ଏଥି ସହିତ ଏହାର ଡୁଆଲ୍ କ୍ୟାମେରା ସାଙ୍ଗକୁ ୫୦ ମେଗାପିକ୍ସେଲ୍‌ ସେନ୍‌ସର ଫଟୋଉଠା ଉତ୍ସାହକୁ ପୂରଣ କରିପାରିବ। ସର୍ବୋପରି ଏଥିରେ ଖଞ୍ଜାଯାଇଥବା ୬,୦୦୦ ମିଲି ଆମ୍ପିଅର ଆଵାର (ଏମ୍‌ଏଏଚ୍‌) ବିଶିଷ୍ଟ ଦୀର୍ଘସ୍ଥାୟୀ ବ୍ୟାଟେରି ୩୩ ଵାଟ୍‌ର ଚାର୍ଜର ଦ୍ବାରା ଦ୍ରୁତ ଚାର୍ଜିଂ ହୋଇପାରିବ। କିଣିବା ପୂର୍ବରୁ ମନେ ରଖିବା ଦରକାର ଯେ ଏଥିରେ ୫ଜି ସପୋର୍ଟ ନାହିଁ, କେବଳ ୨ଜି, ୩ଜି ଓ ୪ଜି ନେଟ୍‌ଵର୍କ ଏଥିରେ କାର୍ଯ୍ୟ କରିଥାଏ। ଗ୍ଲାସିଅର ବ୍ଲୁ ଓ ଇଙ୍କ୍‌ ବ୍ଲୁ ରଙ୍ଗରେ ଉପଲବ୍‌ଧ ଏହି ଫୋନ୍‌ର ମୂଲ୍ୟ ୪ ଜିବି ରାମ୍‌ ମଡେଲ୍‌ ପାଇଁ ୮,୯୯୯ ଟଙ୍କା ଓ ୮ ଜିବି ରାମ୍‌ ମଡେଲ୍‌ ପାଇଁ ୯,୯୯୯ ଟଙ୍କା ରହିଛି।

Advertisment

ଏହି ଫୋନ୍‌ଟି ମିଡିଆଟେକ୍ ହେଲିଓ ଜି୮୫ ‌େପ୍ରାସେସର ଦ୍ବାରା ପରିଚାଳିତ ଯହିଁରେ ୮ ଜିବି ଯାଏ ରାମ୍‌ ଓ ୧୨୮ ଜିବିର ଷ୍ଟୋରେଜ୍‌ ଯୋଡ଼ିହୋଇଛି। ଏହାର ୬.୫୬ ଇଞ୍ଚ ଏଚ୍‌ଡି ପରଦାଟିର ୯୦ ହର୍ଜ ରିଫ୍ରେସ୍ ରେଟ୍‌ ସହିତ ଛବି ପ୍ରଦର୍ଶିତ କରିବାର କ୍ଷମତା ରହିଛି।