ୱାଵାନ୍‌ପ୍ଲସ୍‌ କମ୍ପାନି ମଙ୍ଗଳବାର ଭାରତୀୟ ବଜାରରେ ‘ନର୍ଡ ବଡ୍‌ସ ୩ ଆର୍‌’ ନାମକ ଇଅର୍‌ବଡ୍‌ସ ଉନ୍ମୋଚନ କରିଛି। ୧୨.୪ଏମ୍‌ଏମ୍‌ ଆକାରର ଡାଇନାମିକ୍‌ ଡ୍ରାଇଭ୍ ଜରିଆରେ ଶବ୍ଦ ସୃଷ୍ଟି କରୁଥିବା ଏହି ଇଅରଫୋନ୍‌ କେବଳ ଭଏସ୍‌ କଲ୍‌ ସମୟରେ ଏଆଇ ନଏଜ୍‌ କ୍ୟାନ୍‌ସେଲେସନ୍‌ର ସୁବିଧା ଦେଇଥାଏ। ବ୍ଲୁଟୁଥ୍‌ ୫.୪ ସଂଯୋଗ ସୁବିଧା ଯୋଗୁଁ ଏହାର ଲାଟେନ୍‌ସି ମାତ୍ର ୪୭ ମିଲିସେକେଣ୍ଡ୍‌। ଏହାକୁ ମାତ୍ର ୧୦ ମିନିଟ୍‌ ଚାର୍ଜ କରି ଆଠ ଘଣ୍ଟା ପର୍ଯ୍ୟନ୍ତ ଗୀତ ଶୁଣି ହେବ ବୋଲି କମ୍ପାନି ଦାବି କରିଛି।

Advertisment

ପୂରା ଚାର୍ଜରେ ଏହା ସାହାଯ୍ୟରେ ୧୨ ଘଣ୍ଟା ଗୀତ ଶୁଣିବା ଅଥବା ୭ ଘଣ୍ଟା କଲ୍‌ରେ କଥା ହେବା ସମ୍ଭବ। ନର୍ଡ ବଡ୍‌ସ ୩ ଆର୍‌ରେ ଏଆଇ ଅନୁବାଦ, ବଡ୍‌ସ ସାହାଯ୍ୟରେ ଦୂରରୁ ଫଟୋ ଉଠାଇବା, ଭଏସ୍‌ ଆସିଷ୍ଟାନ୍‌ସ, ଡୁଆଲ୍‌-ଡିଭାଇସ୍‌ ସଂଯୋଗ, ଆକ୍ବା ଟଚ୍‌, ଫାଇଣ୍ଡ୍‌ ମାଇଁ ଇଅରବଡ୍‌ସ ପରି ଫିଚର ମଧ୍ୟ ରହିଛି। ଧୂଳି ଓ ଜଳ ପ୍ରତିରୋଧ କ୍ଷମତା ଲାଗି ଏହାକୁ ଆଇପି ୫୫ ରେଟିଂ ମିଳିଛି। ସେପ୍‌ଟେମ୍ବର ୮ ତାରିଖରୁ ଆସ୍‌ ବ୍ଲାକ୍‌ ଓ ଔରା ବ୍ଲୁ ପରି ଦୁଇଟି ରଙ୍ଗରେ ଏହାକୁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ଷ୍ଟୋର୍‌ରେ ୧୭୯୯ ଟଙ୍କା ବିନିମୟରେ କିଣିହେବ।