ଚୀନ୍ର ସ୍ମାର୍ଟଫୋନ୍ କମ୍ପାନି ‘ଅନର୍’ ଭାରତୀୟ ବଜାରରେ ‘ଏକ୍ସ୭ସି ୫ଜି’ ସ୍ମାର୍ଟଫୋନ୍ ଉନ୍ମୋଚନ କରିଛି। ଏହି ଫୋନ୍ର ୫,୨୦୦ ଏମ୍ଏଏଚ୍ ବ୍ୟାଟେରି ପ୍ୟାକ୍ ୩୫ ଵାଟ୍ ଫାଷ୍ଟ ଚାର୍ଜିଂ ସମର୍ଥନ କରେ। ସ୍ନାପ୍ଡ୍ରାଗନ ୪ ଜେନ୍ ୨ ଚିପ୍ସେଟ୍ ଦ୍ବାରା ପରିଚାଳିତ ଏହି ସ୍ମାର୍ଟଫୋନ୍ର ୮ଜିବି ଯାଏ ରାମ୍ ଓ ୨୫୬ ଜିବି ଯାଏ ମେମୋରି ରହିଛି। ଆଣ୍ଡ୍ରଏଡ୍ ୧୪ ଆଧାରିତ ଏହି ଫୋନ୍ରେ ୬.୮ ଇଞ୍ଚର ଟିଏଫ୍ଟି ଏଲ୍ସିଡି ପରଦା(୨,୪୧୨X୧,୦୮୦ ପିକ୍ସେଲ) ରହିଛି, ଯାହାର ରିଫ୍ରେସ୍ ହାର ୧୨୦ ହର୍ଜ ଓ ସର୍ବାଧକ ବ୍ରାଇଟ୍ନେସ୍ ୮୫୦ ନିଟ୍ସ। ଏଥିରେ ୫୦ ମେଗାପିକ୍ସେଲ୍ ମୁଖ୍ୟ କ୍ୟାମେରା ସହ ୨ ମେଗାପିକ୍ସେଲ୍ର ଏକ ଡେପ୍ଥ ସେନ୍ସର ଲାଗିଛି।
ସେହିପରି ସମ୍ମୁଖରେ ୫ ମେଗାପିକ୍ସେଲର ଏକ ସେଲ୍ଫି କ୍ୟାମେରା ରହିଛି। ଧୂଳି ଓ ଜଳ ପ୍ରତିରୋଧ ପାଇଁ ଏହାକୁ ଆଇପି୬୪ ରେଟିଂ ମିଳିଛି। ଫରେଷ୍ଟ ଗ୍ରିନ୍ ଓ ମୁନଲାଇଟ୍ ହ୍ୱାଇଟ୍ ପରି ଦୁଇଟି ରଙ୍ଗର ବିକଳ୍ପ ସହ ଏହା ଆସନ୍ତା ୨୦ ତାରିଖରେ ଆମାଜନ୍ ୱେବ୍ସାଇଟ୍ରେ ବିକ୍ରୟ ପାଇଁ ଉପଲବ୍ଧ ହେବ। ଏହାର ମୂଲ୍ୟ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନଥିବା ବେଳେ ଦୁଇ ଦିନିଆ ପ୍ରାରମ୍ଭିକ ଅଫର ସ୍ବରୂପ ଏହା ୧୪,୯୯୯ ଟଙ୍କାରେ ବିକ୍ରି ହେବ। ଏଥି ସହିତ ଇ-କମର୍ସ ୱେବସାଇଟ୍ରୁ କିଣିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ଛଅ ମାସ ପର୍ଯ୍ୟନ୍ତ ବିନା ସୁଧରେ ଇଏମ୍ଆଇ ବିକଳ୍ପ ମିଳିବ।