ଭାରତରେ ନଥିଂ କମ୍ପାନିର ନୂତନ ଫୋନ୍ ‘ନଥିଂ ଫୋନ୍ ୩’ ଲୋକାର୍ପିତ ହୋଇଯାଇଛି। ଧଳା ଓ କଳା ରଙ୍ଗ ବିକଳ୍ପରେ ଉପଲବ୍ଧ ଏହି ଫୋନ୍ର ପ୍ରି-ବୁକିଂ ଏବେ ଖୋଲାରହିଥିବା ବେଳେ ଆସନ୍ତା ୧୫ ତାରିଖରୁ ଏହା ଫ୍ଳିପ୍କାର୍ଟ, ଫ୍ଳିପ୍କାର୍ଟ ମିନିଟ୍ସ, ବିଜୟ ସେଲ୍ସ, କ୍ରୋମା ଓ ଅନ୍ୟାନ୍ୟ ପ୍ରମୁଖ ଆଉଟ୍ଲେଟ୍ ମାଧ୍ୟମରେ ଉପଲବ୍ଧ ହେବ। ୟୁକେ ବ୍ରାଣ୍ଡ୍ର ଏହି ନୂତନ ହ୍ୟାଣ୍ଡ୍ସେଟ୍ ସ୍ନାପ୍ଡ୍ରାଗନ୍ ଜେନ୍ ୪ ଚିପ୍ସେଟ୍ ଦ୍ବାରା ପରିଚାଳିତ ଏବଂ ଆଣ୍ଡ୍ରଏଡ୍ ୧୫ ଉପରେ ଆଧାରିତ। ଏହାର ପଛ ପ୍ୟାନେଲ୍ରେ ଏକ ନୂତନ ଗ୍ଳିଫ୍ ମାଟ୍ରିକ୍ସ ଇଣ୍ଟରଫେସ୍ ରହିଛି।
ଏଥିରେ ଏକ ୧.୫କେ ରିଜୋଲ୍ୟୁସନ୍ ବିଶିଷ୍ଟ ୬.୬୭ ଇଞ୍ଚର ଆମୋଲେଡ୍ ପରଦା ଓ ୫,୫୦୦ ଏମ୍ଏଏଚ୍ର ବ୍ୟାଟେରି ଖଞ୍ଜାଯାଇଛି। ଓଆଇଏସ୍ ସମର୍ଥିତ ଏକ ୫୦ ମେଗାପିକ୍ସେଲ୍ର ମୁଖ୍ୟ ସେନ୍ସର୍ ସହିତ ଏକ ୫୦ମେଗାପିକ୍ସେଲ୍ ପେରିସ୍କୋପ୍ ଟେଲିଫଟୋ କ୍ୟାମେରା ଓ ଏକ ୫୦ ମେଗାପିକ୍ସେଲ୍ ଅଲ୍ଟ୍ରା-ୱାଇଡ୍ ସୁଟର୍ ମଧ୍ୟ ରହିଛି। ସେଲ୍ଫି ଓ ଭିଡିଓ ଚାଟ୍ ପାଇଁ ଏକ ୫୦-ମେଗାପିକ୍ସେଲ୍ ଫ୍ରଣ୍ଟ୍ କ୍ୟାମେରା ମଧ୍ୟ ରହିଛି। ପାଣି ଓ ଧୂଳି ପ୍ରତିରୋଧ ପାଇଁ ଏହାର ରେଟିଂ ଆଇପି-୬୮ ରହିଛି। ଫୋନ୍ରେ ଦୁଇଟି ହାଇ-ଡେଫିନେସନ୍ ମାଇକ୍ରୋଫୋନ୍ ଓ ଡୁଆଲ୍ ଷ୍ଟେରିଓ ସ୍ପିକର୍ ରହିଛି। ଏହାର ୧୨ ଜିବି ରାମ୍ ଓ ୨୫୬ ଜିବି ଷ୍ଟୋରେଜ୍ ଭାରିଆଣ୍ଟ୍ର ଦାମ୍ ୭୯,୯୯୯ ଟଙ୍କା ଥିବାବେଳେ ୧୬ ଜିବି ରାମ୍ ଓ ୫୧୨ ଜିବି ଷ୍ଟୋରେଜ୍ ବିଶିଷ୍ଟ ଶୀର୍ଷ ସଂସ୍କରଣର ମୂଲ୍ୟ ୮୯,୯୯୯ ଟଙ୍କା ରହିଛି।