ଦିଲ୍ଲୀରେ ବାୟୁ ପ୍ରଦୂଷଣ ‘ଚରମ’ ସ୍ତରରେ ରହିଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବାୟୁ ମାନ ସୂଚକାଙ୍କ ବା ‘ଏକ୍ୟୁଆଇ’ର ସ୍ତର ‘ମଧ୍ୟମ’ ରହିଛି। ‘ମଧ୍ୟମ’ ସ୍ତରରେ ମଧ୍ୟ ବାୟୁ ପ୍ରଦୂଷଣ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ପୁଣି ଘର ଭିତରେ ବାୟୁ ପ୍ରଦୂଷଣର ମାତ୍ରା ଅଧିକ ରହୁଥିବାରୁ ‘ଏଆର୍‌ ପ୍ୟୁରିଫାୟର୍‌’ ବା ବାୟୁ ବିଶୁଦ୍ଧୀକରଣ ଯନ୍ତ୍ରର ବ୍ୟବହାର ଏକପ୍ରକାର ଅପରିହାର୍ଯ୍ୟ ହୋଇଯାଇଛି। 

Advertisment

‘ଜାଓମି ୪ ଲାଇଟ୍‌ ସ୍ମାର୍ଟ ଏଆର୍‌ ପ୍ୟୁରିଫାୟର୍‌’ ହେଉଛି ଘରକୁ ପ୍ରଦୂଷଣମୁକ୍ତ ରଖିବାର ଏକ ପ୍ରଭାବଶାଳୀ ଉପକରଣ। ଛୋଟରୁ ମଧ୍ୟମ ଆକାରର କୋଠରି ପାଇଁ ଏହା ଉପଯୁକ୍ତ। ଏଥିରେ ଲାଗିଥିବା ତିନି ପ୍ରସ୍ତ ବିଶିଷ୍ଟ ଫିଲ୍‌ଟର୍‌ ବାୟୁରୁ ୯୯.୯୯% ୦.୧ ମାଇକ୍ରୋନ୍ କଣିକା ଛାଣିବାର ସାମର୍ଥ୍ୟ ରଖିଥିବାର ଦାବି କରେ। ‘ଟ୍ରୁ ହେପା ଫିଲ୍‌ଟର୍‌’ ରୋଗ ସୃଷ୍ଟିକାରୀ ଜୀବାଣୁରୁ ସୁରକ୍ଷା ଦେଇଥାଏ। ଏହି ଉପକରଣଟି ୪୫୦ ବର୍ଗଫୁଟ୍‌ ଅଞ୍ଚଳକୁ ଶୁଦ୍ଧ ବାୟୁ ଯୋଗାଇବାରେ ସକ୍ଷମ। ୨୪x୨୪x୫୩୩ ମିଲିମିଟର୍‌ ଆୟତନ ବିଶିଷ୍ଟ ଏହି ପ୍ୟୁରିଫାୟର୍‌ ଓଜନ ୪.୮ କିଲୋଗ୍ରାମ୍‌। ଏହା ସର୍ବାଧିକ ୩୩ ଵାଟ୍‌ ବିଦ୍ୟୁତ୍‌ ଶକ୍ତି ବ୍ୟବହାର କରିଥାଏ। ଏଥିରେ ଘର ଭିତରର ‘ଏକ୍ୟୁଆଇ’, ତାପମାତ୍ରା ଓ ଆର୍ଦ୍ରତା ମାପିବା ପାଇଁ ତିନିଟି ସେନ୍‌ସର୍‌ ଲାଗିଛି। ଵାଇଫାଇ ସାହାଯ୍ୟରେ ସଂଯୋଗ କରି ‘ଜାଓମି ହୋମ୍‌ ଆପ୍‌’ ଦ୍ବାରା ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ। ଏହା ଚାଲିବା ସମୟରେ ୨୦-୪୫ ଡେସିବଲ୍‌ ଶବ୍ଦ ସୃଷ୍ଟି କରିଥାଏ। ବର୍ତ୍ତମାନ ବିଭିନ୍ନ ଇ-କମର୍ସ ୱେବ୍‌ସାଇଟ୍‌ରେ ‘ଜାଓମି ୪ ଲାଇଟ୍‌ ସ୍ମାର୍ଟ ଏଆର୍‌ ପ୍ୟୁରିଫାୟର୍‌’ର ଦର ରହିଛି ୯,୯୯୯ ଟଙ୍କା।