ବିଭିନ୍ନ ପରିଧାନଯୋଗ୍ୟ ଅଡିଓ ସରଞ୍ଜାମ ନିର୍ମାଣ କରୁଥିବା ଭାରତୀୟ କମ୍ପାନି ‘ନଏଜ୍’ ପକ୍ଷରୁ ଦେଶର ପ୍ରଥମ ସାର୍ବଜନୀନ ସ୍ମାର୍ଟ ଟ୍ୟାଗ୍ ପ୍ରସ୍ତୁତ କରାଯାଇଛି। ଆସନ୍ତା ୨୮ ତାରିଖରୁ ଭାରତୀୟ ବଜାରରେ ଉପଲବ୍ଧ ହେବାକୁ ଥିବା ‘ଟ୍ୟାଗ୍-୧’ ନାମକ ଏହି ସରଞ୍ଜାମ ଉଭୟ ଆଇଓଏସ୍ ଓ ଆଣ୍ଡ୍ରଏଡ୍ ଓପରେଟିଂ ସିଷ୍ଟମ୍ (ଓଏସ୍) ସହ କାମ କରିବ। ନିଜର ଜରୁରି ଜିନିଷପତ୍ର ଉପରେ ନିଘା ରଖିବା ପାଇଁ ଉଦ୍ଦିଷ୍ଟ ଏହି ଯନ୍ତ୍ରାଂଶ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଗୁଗଲ୍ର ‘ଫାଷ୍ଟ ପେୟାର’ ଏବଂ ଆପଲ୍ର ‘ଫାଇଣ୍ଡ୍ ମାଇଁ ଡିଭାଇସ୍’ ନେଟ୍ଵର୍କ ସହିତ ସୁସଂଗତ।
ଯାତ୍ରୀମାନେ ବାହାରକୁ ଗସ୍ତ କଲା ବେଳେ ନିଜର ଚାବିନେନ୍ଥା, ଵାଲେଟ୍ ଓ ବ୍ୟାଗ୍ ଆଦିକୁ ନିରୀକ୍ଷଣ କରିବା ପାଇଁ ନିର୍ମିତ ‘ଟ୍ୟାଗ୍-୧’ ସେମାନଙ୍କ ବ୍ୟବସ୍ଥିତ ରହଣିରେ ମଧ୍ୟ ସହାୟତା କରିପାରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଜରୁରି ସାମଗ୍ରୀ ନିଜ ଠାରୁ ଦୂରେଇଗଲେ ଏହା ୯୦ ଡେସିବଲ୍ ଉଚ୍ଚ ଧ୍ବନି ସୃଷ୍ଟି କରି ବ୍ୟବହାରକାରୀକୁ ସତର୍କ କରିପାରିବ। ଆଇଭରି, ମିଡ୍ନାଇଟ୍ ଓ ଚାର୍କୋଲ୍ ପରି ତିନିଟି ରଙ୍ଗରେ ଉପଲବ୍ଧ ହେବାକୁ ଥିବା ଏହି ସ୍ମାର୍ଟ ଟ୍ୟାଗ୍ର ଭାରତୀୟ ମୂଲ୍ୟ ୧,୪୯୯ ଟଙ୍କା ରଖାଯାଇଛି। ଏଥିରେ ଆଇପିଏକ୍ସ୪ ଜଳ ପ୍ରତିରୋଧକ ରେଟିଂ ରହିଛି। ଏହାର ବ୍ୟାଟେରି ବର୍ଷେ ଧରି କାମ କରିବାକୁ ସକ୍ଷମ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/22/OvjukqOFrrzmwBlJPyfj.jpg)