ମେ’୨୭ ତାରିଖରେ ସାମ୍ସଙ୍ଗ୍ କମ୍ପାନି ପକ୍ଷରୁ ତାହାର ନୂଆ ୫ଜି ଫୋନ୍ ‘ଗ୍ୟାଲେକ୍ସି ଏଫ୍୫୫’କୁ ଭାରତୀୟ ବଜାରରେ ଲୋକାର୍ପଣ କରାଯାଇଛି। କ୍ବାଲକମ୍ର ସ୍ନାପଡ୍ରାଗନ୍ ୭ ଜେନ୍ ୧ ଏସ୍ଓସି ଚିପସେଟ୍ ଦ୍ବାରା କାର୍ଯ୍ୟକ୍ଷମ ଏହି ଫୋନ୍ରେ ୧୨ ଜିବିର ରାମ୍ ଓ ୨୫୬ ଜିବିର ଆଭ୍ୟନ୍ତରୀଣ ମେମୋରି ରହିଛି। ତେବେ ମାଇକ୍ରୋ ଏସ୍ଡି କାର୍ଡ ମାଧ୍ୟମରେ ମେମୋରି କ୍ଷମତାକୁ ୧ଟିବି ଯାଏ ବଢ଼ାଇହେବ। ଏଥିରେ ୪୫ ଵାଟ୍ର ଦ୍ରୁତ ଚାର୍ଜିଂଶୀଳ ଏକ ୫,୦୦୦ ଏମ୍ଏଏଚ୍ ବ୍ୟାଟେରି ଖଞ୍ଜାଯାଇଛି। ଏହାର ୬.୫୫ ଇଞ୍ଚର ଫୁଲ୍ଏଚ୍ଡି ପ୍ଲସ୍ ସୁପର ଆମୋଲେଡ୍ ପରଦା
(୨,୪୦୦x୧,୦୮୦)ର ରିଫ୍ରେସ ହାର ହେଉଛି ୧୨୦ ହର୍ଜ। ଭେଗାନ୍ ଲେଦର କଳେବର ସହ ଆପ୍ରିକଟ୍ କ୍ରସ୍ ଓ ରେଜିନ୍ ବ୍ଲାକ୍ ପରି ଦୁଇଟି ରଙ୍ଗରେ ଉପଲବ୍ଧ ଏହି ଫୋନ୍ରେ ୫୦ ମେଗାପିକ୍ସେଲର ତିନିଟିକିଆ ମୁଖ୍ୟ କ୍ୟାମେରା ସହ ୫୦ ମେଗାପିକ୍ସେଲର ସାମନା କ୍ୟାମେରା ରହିଛି। ଫୋନ୍ଟିରେ ଆଗାମୀ ଚାରିଟି ପ୍ରମୁଖ ଆଣ୍ଡ୍ରଏଡ ଅପଡେଟ୍ ମିଳିବା ସହ ୫ ବର୍ଷ ଯାଏ ସୁରକ୍ଷା ଅପଡେଟ୍ ମିଳିବ ବୋଲି କମ୍ପାନି ପ୍ରତିଶ୍ରୁତି ଦେଇଛି। ଦୁଇଟି ନାନୋ ସିମ୍କୁ ବହନ କରିପାରୁଥିବା ଏହି ଫୋନର ୮ ଜିବି ରାମ୍ ଓ ୧୨୮ ଜିବି ମେମୋରି ବିଶିଷ୍ଟ ସଂସ୍କରଣର ମୂଲ୍ୟ ୨୯,୯୯୯ ଟଙ୍କା ରହିଥିବା ବେଳେ ୧୨ ଜିବି ରାମ୍ ଓ ୨୫୬ ଜିବି ମେମୋରି ସଂସ୍କରଣର ମୂଲ୍ୟ ୩୨,୯୯୯ ଟଙ୍କା ରହିଛି। ଅନ୍ଲାଇନ୍ ବଜାର ମଞ୍ଚ ଫ୍ଲିପ୍କାର୍ଟରେ ଉପଲବ୍ଧ ମାତ୍ର ୧୮୦ ଗ୍ରାମ ଓଜନର ଏହି ଫୋନକୁ ଭାରତୀୟ ବଜାରର ସବୁଠୁ ପତଳା ଓ ହାଲୁକା ଲେଦର ଫୋନ୍ ବୋଲି ଦାବି କରାଯାଇଛି।