ଜର୍ମାନୀର ପ୍ରଖ୍ୟାତ ଅଡିଓ ଉପକରଣ ନିର୍ମାତା ସେନ୍ହାଇଜର୍ କମ୍ପାନିର ଆକ୍ସେଣ୍ଟମ୍ ନାମକ ଓୟାର୍ଲେସ୍ ଇଅର୍ବଡ୍ ଏବେ ଭାରତୀୟ ବଜାରରେ ଉନ୍ମୋଚିତ ହୋଇଛି। ଗତ ମାର୍ଚ୍ଚ ମାସରେ ବିଶ୍ବ ବଜାରରେ ପ୍ରବେଶ କରିଥିବା ଏହି ଉପକରଣର ଭାରତୀୟ ମୂଲ୍ୟ ରହିଛି ୧୨,୯୯୦ ଟଙ୍କା। ଦୁଇ ବର୍ଷର ଵାରେଣ୍ଟି ଥିବା ଏହି ଇଅର୍ବଡ୍କୁ ଥରେ ଚାର୍ଜ କଲେ ୨୮ ଘଣ୍ଟା ଯାଏ କାମ କରିପାରିବ ବୋଲି କମ୍ପାନି ଦାବି କରିଛି। ଏହି ଇଅରବଡ୍ର ‘ହାଇବ୍ରିଡ୍ ଆକ୍ଟିଭ୍ ନଏଜ୍ କ୍ୟାନ୍ସେଲେସନ୍’ ପ୍ରଣାଳୀ କୌଣସି ପାରିପାର୍ଶ୍ବିକ କୋଳାହଳକୁ ଦୂର କରିଦେବାର ଦକ୍ଷତା ରହିଛି। ଏହା ସି-ପୋର୍ଟ ମାଧ୍ୟମରେ ଚାର୍ଜିଂ ହୋଇପାରିବା ସହ ତାହାର ଖୋଳ ସାହାଯ୍ୟରେ ଓୟାର୍ଲେସ୍ ଚାର୍ଜିଂ ମଧ୍ୟ କରାଯାଇପାରିବ। ଏଥିରେ ବ୍ଲୁଟୁଥ୍ ୫.୩ ସଂଯୋଗ ବ୍ୟବସ୍ଥା ରହିଛି। ଏହା ଆଇପି-୫୪ ମାନକ ବିଶିଷ୍ଟ ହୋଇଥିବାରୁ କୌଣସି ପ୍ରକାର ପାଣି ଛିଟିକାକୁ ଏହା ସହିବାକୁ ସକ୍ଷମ। ଭାରତରେ ଏହାକୁ ଏବେ ସେନ୍ହାଇଜର୍ ୱେବ୍ସାଇଟ୍ରୁ ଅଗ୍ରିମ ଅର୍ଡର କରାଯାଇପାରିବ।
ଫୋକସ୍ରେ ଗ୍ୟାଜେଟ୍: ‘ସେନ୍ହାଇଜର୍’ର ନୂଆ ଓୟାର୍ଲେସ୍ ଇଅର୍ବଡ୍
/sambad/media/post_attachments/wp-content/uploads/2024/06/gdjgjdgjgj.jpg)