ଭାରତୀୟ ଉପଭୋକ୍ତାମାନଙ୍କ ପାଇଁ ଅଡିଓ ଇଲେକ୍ଟ୍ରୋନିକ୍ ଉପକରଣ ନିର୍ମାଣ କରୁଥିବା ‘ବୋଟ୍’ ଲାଇଫ୍ଷ୍ଟାଇଲ୍ କମ୍ପାନି ତାହାର ସଦ୍ୟତମ ସରଞ୍ଜାମ ‘ସ୍ମାର୍ଟ ରିଙ୍ଗ୍’ର ବଜାର ପ୍ରବେଶ କରାଇଛି। ୨୦ ତାରିଖରୁ ଆମାଜନ୍, ଫ୍ଲିପ୍କାର୍ଟ ସମେତ ବୋଟ୍ର ନିଜସ୍ବ ୱେବସାଇଟ୍ରେ ଉପଲବ୍ଧ ଏହି ସ୍ମାର୍ଟ ମୁଦିର ମୂଲ୍ୟ ୨,୯୯୯ ଟଙ୍କା। ଏହାର ହାଲୁକା ଓଜନ ବ୍ୟବହାରକାରୀକୁ ଆରାମଦାୟକ ଅନୁଭୂତି ଦେବା ସହ ତାହାର ଷ୍ଟେନ୍ଲେସ୍ ଷ୍ଟିଲ୍ ଗଢ଼ଣ ମୁଦିଟିକୁ ଦୀର୍ଘସ୍ଥାୟୀ କରିବ ବୋଲି କମ୍ପାନି ଆଶା ରଖିଛି।
ସେହିପରି ବ୍ୟବହାରକାରୀଙ୍କୁ ସୁବିଧା ମୂଲ୍ୟରେ ଅତ୍ୟାଧୁନିକ ସ୍ବାସ୍ଥ୍ୟ ନିରୀକ୍ଷଣ ସୁବିଧା ଯୋଗାଇବା ପାଇଁ ଏହି ସ୍ମାର୍ଟ ମୁଦିର ଏକ ଚୁମ୍ବକୀୟ ଖୋଳ ରହିଛି, ଯହିଁରେ ତାହା ନିରାପଦ ଭାବେ ଚାର୍ଜ ହୋଇପାରିବ। ଏହି ମୁଦିରେ ୨୦ ପ୍ରକାରର ଭିନ୍ନ ଭିନ୍ନ ସ୍ପୋର୍ଟ ଓ ଅନ୍ୟାନ୍ୟ ବ୍ୟାୟାମ ନିରୀକ୍ଷଣ କରିବାର ମୋଡ୍ ରହିଛି। ଏହାର ବ୍ୟାଟେରିକୁ ଥରେ ଚାର୍ଜ କଲେ ତାହା ୫ ଦିନ ଯାଏ କାମ କରିପାରିବ। ଏହା ଧୂଳି ଓ ଜଳ ପ୍ରତିରୋଧୀ। ଏହାର ବ୍ୟବହାର କରି ହାତକୁ ସାମାନ୍ୟ ହଲାଇଦେବା ଭଳି ସଂକେତ ଦ୍ବାରା ଫୋନ୍ କ୍ୟାମେରାକୁ ନିୟନ୍ତ୍ରଣ କରି ଫଟୋ ଉଠାଇ ପାରିବେ। ବ୍ୟବହାରକାରୀଙ୍କ ପସନ୍ଦକୁ ବ୍ୟାପକ କରିବା ଲାଗି ଏହା ମିଡ୍ନାଇଟ୍ ବ୍ଲାକ୍, ରେଡିଆଣ୍ଟ ସିଲ୍ଭର୍ ଓ ଗୋଲ୍ଡେନ୍ ପରି ତିନିଟି ରଙ୍ଗ ଏବଂ ୭, ୮, ୯, ୧୦ ଓ ୧୧ ଗ୍ରାମ୍ ପରି ପାଞ୍ଚଟି ଆକାରରେ ମଧ୍ୟ ଉପଲବ୍ଧ।