ଚୀନ୍‌ର ଅନ୍ୟତମ ସ୍ମାର୍ଟଫୋନ୍‌ ନିର୍ମାତା ଓପୋ ଚଳିତ ସପ୍ତାହରେ ଭାରତରେ ‘ଏଫ୍‌ ସିରିଜ୍‌’ର ତିନିଟି ଫୋନ୍‌ ଲୋକାର୍ପଣ କରିଛି- ଓପୋ ଏଫ୍‌୩୧, ଏଫ୍‌୩୧ ପ୍ରୋ ଓ ପ୍ରୋ ପ୍ଲସ୍‌। ଆଣ୍ଡ୍ରଏଡ୍‌ ୧୫ ଉପରେ ଆଧାରିତ ଏହି ସମସ୍ତ ଡିଭାଇସ୍‌ରେ କମ୍ପାନି ୭,୦୦୦ ଏମ୍‌ଏଏଚ୍‌ର ବ୍ୟାଟେରି ଖଞ୍ଜିଛି। ପ୍ରଥମ ଦୁଇଟି ମଡେଲରେ ୬.୫ ଇଞ୍ଚ ଓ ପ୍ରୋ ପ୍ଲସ୍‌ ମଡେଲରେ ୬.୮ ଇଞ୍ଚର ଆମୋଲେଡ୍‌ ଡିସ୍‌ପ୍ଲେ ରହିଛି। ସବୁ ଫୋନ୍‌ରେ ଅପ୍‌ଟିକାଲ୍‌ ଇମେଜ୍‌ ଷ୍ଟେବିଲାଇଜେସନ୍‌ ସହ ୫୦ ମେଗାପିକ୍ସେଲ୍‌ର ମୁଖ୍ୟ କ୍ୟାମେରା ଏବଂ ୩୨ ମେଗାପିକ୍ସେଲ୍‌ର ସେଲ୍‌ଫି କ୍ୟାମେରା ଲାଗିଛି। 

Advertisment

ପ୍ରଥମ ଦୁଇଟି ଡିଭାଇସ୍ ମିଡିଆଟେକ୍‌ ଡିମେନ୍‌ସିଟି ୬୩୦୦ ଓ ୭୩୦୦ ଏନର୍ଜି ଚିପସେଟ୍ ଦ୍ୱାରା ପରିଚାଳିତ, ଯାହାର ୧୨ ଜିବି ରାମ୍‌ ଓ ୨୫୬ ଜିବି ମେମୋରି କ୍ଷମତା ରହିଛି। ଏଫ୍‌୩୧ ପ୍ରୋ ପ୍ଲସ୍‌ରେ ୧୨ ଜିବି ରାମ୍‌ ଓ ୨୫୬ ଜିବି ଷ୍ଟୋରେଜ୍‌ ସହିତ ସପ୍ତମ ପିଢ଼ିର ସ୍ନାପ୍‌ଡ୍ରାଗନ ଚିପ୍‌ ରହିଛି। ଓପୋ ଏଫ୍‌୩୧ର ୮ଜିବି ରାମ୍‌ ଓ ୧୨୮ ଜିବି ମୋମୋରି ସଂସ୍କରଣର ମୂଲ୍ୟ ୨୨,୯୯୯ ଟଙ୍କା ରହିଛି। ସେହିପରି ଓପୋ ଏଫ୍‌ ୩୧ ପ୍ରୋର ପ୍ରାରମ୍ଭିକ ମଡେଲ୍‌ର ଦାମ୍‌ ୨୬,୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ  ତାହାର ୮ ଜିବି ରାମ୍‌ ଓ ୨୫୬ ଜିବି ମେମୋରି ସଂସ୍କରଣର ଦାମ୍‌ ୨୮,୯୯୯ ଟଙ୍କା ରହିଛି। ସେହିପରି ପ୍ରୋ ପ୍ଲସ୍‌ର ୮ ଜବି ରାମ୍‌ ଓ ୨୫୬ ଜିବି ମେମୋରି ବିଶିଷ୍ଟ ମଡେଲ୍‌ ୩୨,୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଏହାର  ୧୨ ଜିବି ରାମ୍‌ ଓ ୨୫୬ ଜିବି ମେମୋରି ସଂସ୍କରଣର ଦାମ୍‌ ୩୪,୯୯୯ ଟଙ୍କା ରହିଛି।