ତାଇଵାନ୍‌ର ଅନ୍ୟତମ କମ୍ପ୍ୟୁଟର ନିର୍ମାତା ଏସର୍ ‘ସୁପର ଜେଡ୍‌ଏକ୍ସ’ ଓ ‘ସୁପର ଜେଡ୍‌ଏକ୍ସ ପ୍ରୋ’ ନାମରେ ଦୁଇଟି ନୂତନ ସ୍ମାର୍ଟଫୋନ୍‌ ସହିତ ଭାରତୀୟ ସ୍ମାର୍ଟଫୋନ୍‌ ବଜାରକୁ ପୁନଃପ୍ରବେଶ କରିବାକୁ ଯାଉଛି। ଆସନ୍ତା ୨୫ ତାରିଖରୁ ‘ଆମାଜନ୍‌’ରେ ଉପଲବ୍‌ଧ ହେବାକୁ ଥିବା ‘ସୁପର ଜେଡ୍‌ଏକ୍ସ’ ହେଉଛି ଏକ ସୁଲଭ ସ୍ମାର୍ଟଫୋନ୍। ଏଥିରେ ୧୨୦ ହର୍ଜର ରିଫ୍ରେସ୍‌ ରେଟ୍‌ ବିଶିଷ୍ଟ ୬.୮ ଇଞ୍ଚର ଫୁଲ୍‌ଏଚ୍‌ଡି ପ୍ଲସ୍‌ ପରଦା ରହିଛି। ମିଡିଆଟେକ୍‌ ଡିମେନ୍‌ସିଟି ୬୩୦୦ ଏସ୍‌ଓସି ଦ୍ବାରା ପରିଚାଳିତ ଏହି ଫୋନ୍‌ର ୮ ଜିବି ଯାଏ ରାମ୍‌ କ୍ଷମତା ରହିଛି। ଏଥିରେ ଏକ ୬୪ ଏମ୍‌ପି ମୁଖ୍ୟ କ୍ୟାମେରା ଓ ୧୩ ଏମ୍‌ପି ସେଲ୍‌ଫି କ୍ୟାମେରା ରହିଛି। ୫,୦୦୦ ଏମ୍‌ଏଏଚ୍‌ର ବ୍ୟାଟେରି ସାଙ୍ଗକୁ ୮.୬ ମି.ମି.ର ପତଳା ଆକାର ଗ୍ରହକଙ୍କୁ ଆକର୍ଷିତ କରିବ ବୋଲି କମ୍ପାନି ଆଶା ରଖିଛି। 

Advertisment

ସେହିପରି ‘ସୁପର ଜେଡ୍‌ଏକ୍ସ ପ୍ରୋ’ରେ ୧୨୦ ହର୍ଜ ରିଫ୍ରେସ୍ ରେଟ୍‌ ଓ ଡଲ୍‌ବି ଭିଜନ୍‌ ସପୋର୍ଟ ସହିତ ୬.୭ ଇଞ୍ଚର ଫୁଲ୍‌ଏଚ୍‌ଡି ପ୍ଲସ୍‌ ଆମୋଲେଡ୍‌ ପରଦା ରହିଛି। ମିଡିଆଟେକ୍‌ ଡିମେନ୍‌ସିଟି ୭୪୦୦ ଚିପ୍‌ ଦ୍ବାରା ପରିଚାଳିତ ଏହି ଫୋନ୍‌ର ରାମ୍‌ କ୍ଷମତା ସର୍ବାଧିକ ୧୨ ଜିବି। ଏଥିରେ ୫,୦୦୦ ଏମ୍‌ଏଏଚ୍‌ ବ୍ୟାଟେରି, ଥର୍ମାଲ୍‌ କୁଲିଂ ପ୍ରଣାଳୀ ଏବଂ ଆଇପି୬୪ ରେଟିଂ ପରି ଫିଚର୍‌ ରହିଛି। ଏହାର ୫୦ ଏମ୍‌ପି ପ୍ରାଥମିକ କ୍ୟାମେରା, ୫ ଏମ୍‌ପି ଅଲ୍‌ଟ୍ରା-ଵାଇଡ୍‌ ଓ ୨ ଏମ୍‌ପି ମାକ୍ରୋ ଲେନ୍‌ସ ସହ ୫୦ ଏମ୍‌ପିର ସେଲ୍‌ଫି କ୍ୟାମେରା ମଧ୍ୟ ରହିଛି। ‘ସୁପର ଜେଡ୍‌ଏକ୍ସ’ର ଦାମ୍‌ ୯,୯୯୦ ଟଙ୍କା; ‘ସୁପର ଜେଡ୍‌ଏକ୍ସ ପ୍ରୋ’ର ମୂଲ୍ୟ ୧୭,୯୯୦ ଟଙ୍କା ରଖାଯାଇଛି।