ବ୍ୟସ୍ତବହୁଳ ଜୀବନରେ ଫିଟ୍ନେସ୍ ପ୍ରତି ଧ୍ୟାନ ଦେବା ପାଇଁ ସମୟ ବାହାର କରିବା ବହୁତ କଷ୍ଟକର। ଏମିତିରେ ସ୍ୱାସ୍ଥ୍ୟର ଯତ୍ନ (ଆବଶ୍ୟକ ପରିମାଣର ନିଦ, ହୃଦ୍ସ୍ପନ୍ଦନ ସ୍ୱାଭାବିକ ଅଛି ନା ନାହିଁ, ରକ୍ତଚାପ ଇତ୍ୟାଦି) ଠିକ୍ ଭାବେ ନେବା ପାଇଁ ବଜାରରେ ମିଳୁଥିବା ଏହି ସମସ୍ତ ଗେଜିଟ୍ ଆପଣଙ୍କୁ କରିବ ସାହାଯ୍ୟ।
ସ୍ୱାସ୍ଥ୍ୟ ସମ୍ବନ୍ଧିତ କ’ଣ ସବୁ ଜାଣି ପାରିବେ?
ନିଦ ପୂରା ହୋଇଛି ନା ନାହିଁ
ନାଡ଼ୀ ଓ ହୃଦ୍ସ୍ପନ୍ଦନ ବେଗ ସ୍ୱାଭାବିକ ଅଛି କି, ନାହିଁ
ମୋଟାପଣର ଶିକାର ହେଉଛନ୍ତି କି ନାହିଁ
କ’ଣ କାର୍ଯ୍ୟ କରିବ ଗେଜିଟ୍ସ?
କ୍ୟାଲୋରି କାଉଣ୍ଟ୍
ରକ୍ତଚାପ
ନିଦ ସମୟ (କେତେ ସମୟ ଶୋଇଛନ୍ତି)
କେତେ ଚାଲିଛନ୍ତି
କେତେ ସାଇକ୍ଲିଙ୍ଗ୍ କରିଛନ୍ତି
ରନିଙ୍ଗ୍ କିମ୍ବା ସୁଇମିଙ୍ଗ୍ ପରେ କେତେ କ୍ୟାଲୋରି ବର୍ନ୍ ହୋଇଛି
କେଉଁ ଗେଜିଟ୍ର କ’ଣ କାମ ଓ ମୂଲ୍ୟ କେତେ?
ଗାର୍ମିନ୍ ବିବୋଫିଟ୍ ୨
ଏହା ହେଉଛି ଏକ ଫିଟ୍ନେସ୍ ଟ୍ରେକର୍ (ଏହାର ବ୍ୟାଟେରି ଲାଇଫ୍ ୧ ବର୍ଷ)
ମୂଲ୍ୟ: ୬,୪୯୦ ଟଙ୍କା
ବିନ୍ଦିଗ୍ସ ବାଡି
ଶରୀରର ବାୟୋମେଟ୍ରିକ୍ ତଥ୍ୟର ଆନାଲେସିସ୍ କରେ। ମୂଲ୍ୟ: ୧୨,୪୯୯
ଗାର୍ମିନ୍ ବିବୋସ୍ମାର୍ଟ୍ HR
ଫିଟ୍ନେସ୍ ଟ୍ରାକିଙ୍ଗ୍ ସହ ହୃତ୍ସ୍ପନ୍ଦନ ମନିଟରିଂ କରିବାର ଫିଚର୍ସ୍। ମୂଲ୍ୟ: ୧୩,୯୯୯
ବିନ୍ଦିଗ୍ସ ଭାଅରେଲ୍ସ ରକ୍ତଚାପ ମନିଟର
ଆପ୍ ଜରିଆରୁ ରକ୍ତଚାପ ସହ ଜଡ଼ିତ ସମସ୍ୟାକୁ ମୋବାଇଲରେ ଦେଖିପାରିବେ। ମୂଲ୍ୟ: ୧୦,୯୯୯
ଏମ୍ଆଇ ବ୍ୟାଣ୍ଡ୍
ଡାଟା ଟ୍ରାକିଂ ବ୍ୟାଣ୍ଡ୍।
ଫିଟ୍ବିଟ୍ ବ୍ଲେଜ୍
ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ତିଆରି କରାଯାଇଥିବା ସ୍ମାର୍ଟଓ୍ଵାଚ୍। ମୂଲ୍ୟ: ୧୫,୯୯୯
ଗୋକ୍କି
ସ୍ଲିପ୍ ମନିଟର୍ ସହ ବହୁ ଗୁଡ଼ାଏ ସ୍ୱାସ୍ଥ୍ୟ ଡାଟା ଟ୍ରାକ୍ କରିବାର ଫିଚର୍ସ ସହ ପ୍ରଶିକ୍ଷଣ ଦେବ।