ଭାରତରେ ରହିଛି ଏଭଳି ଏକ ମନ୍ଦିର ଯେଉଁଠାରେ ପାଣିରେ ଜଳୁଛି ଦୀପ!

ଭାରତ ଏକ ପ୍ରାଚୀନ ଧାର୍ମିକ ସ୍ଥଳ ଭାବେ ସାରା ବିଶ୍ୱରେ ପ୍ରସିଦ୍ଧ। ଭାରତରେ ମନ୍ଦିରକୁ ନେଇ ଅନେକ କଥା ଶୁଣାଯାଏ। କେମିତି ମନ୍ଦିର ସ୍ଥାପନ କରାଯାଇଥିଲା, କିଏ ମନ୍ଦିର ନିର୍ମାଣ କରିଥିଲେ ତାକୁ ନେଇ ଅନେକ କାହାଣୀ ଥାଏ। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସହିତ ଶ୍ରଦ୍ଧାଳୁ ମନ୍ତ୍ରମୁଗ୍ଧ ହୋଇଯାଆନ୍ତି। ଏଥିପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଭାରତକୁ ଛୁଟି ଆସିଥାନ୍ତି। ଏଥିପାଇଁ ଶ୍ରଦ୍ଧାଳୁ ଦେଶ ବିଦେଶରୁ ଆସି ଭାରତୀୟ ମନ୍ଦିର ବିଷୟରେ ଜାଣିବାକୁ ଚାହୁଁଛନ୍ତି। ତେବେ ଆସନ୍ତୁ ଜାଣିବା ଏପରି ଏକ ମନ୍ଦିର ବିଷୟରେ ଯେଉଁଠି ପାଣିରେ ଜଳୁଛି ଏକ ଦୀପ।

ଭାରତରେ ଏମିତି ଏକ ମନ୍ଦରି ଅଛି ଯେଉଁଠାରେ ପାଣିର ପ୍ରୟୋଗ ଦ୍ୱାରା ଦୀପ ଜଳାଯାଉଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ, ଏହା ସତ। ଏହି ମନ୍ଦିରଟି ହେଉଛି ଗଡ଼ିୟାଘାଟ ବାଲି ମାତାଜୀଙ୍କ ମନ୍ଦିର। ମଧ୍ୟପ୍ରଦେଶର ନଲଖେଡ଼ାରୁ ୧୫ କିମି ଦୂର ଗାଁ କାଡ଼ିୟା ନିକଟରେ କାଳୀସିନ୍ଧି ନଦୀ ତଟରେ ଏହା ଅବସ୍ଥିତ। କୁହାଯାଏ କି ମାତାଙ୍କ କୃପାରୁ ଏଠାରେ ଢେର ବର୍ଷରୁ ଏକ ଦୀପ ଜଳୁଛି, କିନ୍ତୁ ଘିଅ କିମ୍ବା ତେଲର ପ୍ରୟୋଗରେ ନୁହେଁ। କେବଳ ପାଣିର ଉପଯୋଗ ଦ୍ୱାରା ଏହି ଦୀପ ଜଳୁଛି। ଏହା ଗ୍ରାମର ସତ୍ୟ ଘଟଣା। କୁହାଯାଏ କି ଏହା ଏକ ପ୍ରାଚୀନ ମନ୍ଦିର। ମନ୍ଦିରର ପୂଜାରୀଙ୍କ ଅନୁସାରେ ବହୁତ ବର୍ଷ ପୂର୍ବେ ମା’ଙ୍କ ନାମରେ ଏକ ଦୀପ ଜଳାଯାଉଛି। ଏହି ଦୀପରେ ପାଣି ଢାଳିବା ପରେ ସେହି ପାଣି ସାଧାରଣ ପାଣି ଭଳି ରହେ ନାହିଁ। ଲୋକ ଏହି ଘଟଣାକୁ ଏକ ଚମତ୍କାର ମନେ କରନ୍ତି। ଏହାକୁ ସ୍ଥାନୀୟ ଲୋକେ ମା’ଙ୍କ କୃପା ବୋଲି କହୁଛନ୍ତି। ଲୋକମାନେ ଏଠାକୁ ଆସନ୍ତି ଏବଂ ଦୀପରେ ପାଣି ଢାଳିକି ଯାଆନ୍ତି।

ଦୀପ ଏବଂ ପାଣି ଭିତରେ ଥିବା ସଂପର୍କ ବିଷୟରେ ମନ୍ଦିରର ପୂଜାରୀ କହନ୍ତି ଯେ ପ୍ରଥମେ ଏହି ଦୀପ ଘିଅ ଏବଂ ତେଲ ଦ୍ୱାରା ଜଳୁଥିଲା। କିନ୍ତୁ ପ୍ରାୟ ୫ ବର୍ଷ ପୂର୍ବେ ମାଆ ସ୍ୱପ୍ନରେ ଆସି କହିଲେ ସେହି ଦୀପରେ ତେଲ ଦେବା ଆବଶ୍ୟକତା ନାହିଁ। ଏଥିରେ ପାଣି ଢାଳିଲେ ଏହା ମଧ୍ୟ ଜଳିବ। ସେବେଠାରୁ ପୂଜାରୀ ଦୀପରେ ପାଣି ଢାଳିଲେ ଏବଂ ସେହି ଦୀପ ଜଳୁଛି। ବୋଧହୁଏ ଦୀପର ଚାରିପାଖରେ କିଛି ତୈଳିକ ପଦାର୍ଥ ଅଛି ଯାହା ପାଣିକୁ ଦହନଶୀଳ କରୁଛି, ଯାହା ଫଳରେ ଦୀପ ଜଳୁଛି। କିନ୍ତୁ ମନ୍ଦିରକୁ ଆସୁଥିବା ଭକ୍ତ କୌଣସି ବୈଜ୍ଞାନିକ ତଥ୍ୟ ଉପରେ ବିଶ୍ୱାସ କରନ୍ତି ନାହିଁ। ମନ୍ଦିରରେ ଏଭି ଘଟଣାକୁ ସମସ୍ତ ଶ୍ରଦ୍ଧାଳୁମାନେ ବିଶ୍ୱାସ କରିବା ସହ ପାଣିରେ ଦୀପ ଲଗାଇଥାଆନ୍ତି।

ସମ୍ବନ୍ଧିତ ଖବର