ନୂଆଦିଲ୍ଲୀ: ସୀମା ସେପାରିରେ ହୃଦୟ ଯନ୍ତ୍ରଣା ନେଇ ପୀଡିତ ଥିଲା କୁନି ଝିଅଟିଏ | ତେବେ ଭାରତରେ କୁନି ଝିଅଟିକୁ ଚିକିତ୍ସା ପାଇଁ ସହଜରେ ମିଳିପାରୁନଥିଲା ଭିସା | କେମିତି ନିଜ ଝିଅକୁ ନେଇ ଭାରତ ଯିବେ ଏହି ଚିନ୍ତାରେ ଥିଲେ ଝିଅର ବାପା-ମା | ଏହି କଥା ଜାଣିବା ପରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଏହି ଝିଅଟିକୁ କିଭଳି ଭିସା ମିଳିପାରିବ ସେ ନେଇ ପ୍ରଚେଷ୍ଟା ଆରମ୍ଭ କରିଦେଇଥିଲେ | ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ବ୍ୟକ୍ତିଗତ ଭାବେ ଚିଠି ଲେଖିଥିଲେ ଗମ୍ଭୀର |
उस पार से एक नन्हे दिल ने दस्तक दी,
इस पार दिल ने सब सरहदें मिटा दी।उन नन्हे कदमों के साथ बहती हुई मीठी हवा भी आई है,
कभी-कभी ऐसा भी लगता है जैसे बेटी घर आई है।Thank u @DrSJaishankar 4 granting visa to Pakistani girl& her parents for her heart surgery @narendramodi @AmitShah pic.twitter.com/zuquO2hnMv
— Gautam Gambhir (@GautamGambhir) October 19, 2019
କିଛି ଏଭଳି ରୋଚକ ଖବର ଏବେ ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ପାକିସ୍ତାନର ଓ଼ମାଈମା ଅଲ୍ଲୀଙ୍କର ଭାରତରେ ହୃତପିଣ୍ଡ ଅପରେସନ ପାଇଁ ତାଙ୍କ ବାପା-ମା ବହୁ ପ୍ରଚେଷ୍ଟା କରିଥିଲେ | କିନ୍ତୁ ସେମାନଙ୍କୁ ଭାରତ ଆସିବାକୁ ଭିସା ମିଳିପାରିନଥିଲା | ଏହା ଜାଣିବାପରେ ଗମ୍ଭୀର ବୈଦେଶିକ ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଝିଅଟିକୁ ଭିସା ଦେବାକୁ ଅନୁରୋଧ କରିଥିଲେ| ଏହାପରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଇସଲାମବାଦରେ ଥିବା ଭାରତୀୟ ଦୂତାବାସକୁ ଓମାଈମା ସହ ତାହାର ଅଭିଭାବକଙ୍କୁ ଭିସା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା | ଏହାପରେ ଓମାଈମାଙ୍କୁ ଭିସା ମିଳିପାରିଛି |