ଅଜିକାଲି ପିଲାମାନେ ବାହାରେ ବୁଲିବା ଅପେକ୍ଷା ଘରେ ବସି ମୋବାଇଲ୍ ଫୋନ ସହ ଅଧିକ ସମୟ ବିତାଇବାକୁ ଭଲ ପାଉଛନ୍ତି । ବିଶେଷ କରି ଛୋଟ ପିଲାମାନେ ଫୋନରେ ଥିବା ଗେମ୍କୁ ଖେଳିବାକୁ ପସନ୍ଦ କରୁଛନ୍ତି । ହେଲେ ଅଧିକ ସମୟ ଫୋନ ସହ ବିତାଇଲେ ତାହା ପିଲାର ମାନସିକ ଅବସ୍ଥା ଉପରେ ଗଭୀର ପ୍ରଭାବ ପକାଉଛି ବୋଲି ଡବ୍ଲ୍ୟୁଏଚ୍ଓ (ବିଶ୍ୱ ସ୍ୱାସ୍ଥ୍ୟ ସଂଘଠନ) ସୂଚନା ଦେଇଛି । ଏଥିପାଇଁ ମାତା-ପିତାମାନଙ୍କୁ ସତର୍କ ହେବା ସହ ପିଲାଟି କିପରି ଅଧିକ ସମୟ ଫୋନ ସହ ନ ବିତାଇବ ସେଥିପ୍ରତି ଧ୍ୟାନ ଦେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଘଠନ ପରାମର୍ଶ ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଗାମୀ ବର୍ଷଠାରୁ ପ୍ରଥମ ଥର ପାଇଁ ଗେମିଙ୍ଗ୍ ଡିଜ୍ଅର୍ଡ଼ରକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନ୍ତଃରାଷ୍ଟ୍ରୀୟ ସୂଚୀରେ ଏକ ମାନସିକ ସ୍ୱାସ୍ଥ୍ୟ ଅବସ୍ଥା ଭାବରେ ସାମିଲ କରାଯିବ ବୋଲି ଜଣା ପଡ଼ିଛି । ଏହି ସୂଚୀ ୨୭ବର୍ଷ ପୂର୍ବେ ୧୯୯୦ରେ ପ୍ରସ୍ତୁତ କରାଯାଇଥିଲା । ପ୍ରାୟ ଏକ ଦଶନ୍ଧି ପର୍ଯ୍ୟନ୍ତ କମ୍ପ୍ୟୁଟର ଗେମିଙ୍ଗ ଉପରେ ନଜର ରଖିବା ପରେ ଏହାକୁ ଅଧିକ ବ୍ୟବହାର କରୁଥିବା ଖେଳାଳିମାନଙ୍କୁ ମାନସିକ ସ୍ୱାସ୍ଥ୍ୟ ଅବସ୍ଥା ସୂଚୀରେ ବର୍ଗିକୃତ କରିବା ପାଇଁ ନିର୍ଣ୍ଣୟ କରିଛି ସଂଗଠନ । ଡ଼ବ୍ଲ୍ୟୁଏଚ୍ଓ ପ୍ରକାଶ କରିଥିବା ଡ଼୍ରାଫ୍ଟ୍ ଅନୁଯାୟୀ, ଏହି ବର୍ଗରେ ବର୍ଗୀକୃତ ହୋଇଥିବା ଲୋକମାନେ ଅନ୍ୟ ଜିନଷ ଅପେକ୍ଷା ଗେମ୍କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । କିଛି ଖେଳାଳି ଅଧିକ ସମୟ ଗେମ୍ ଖେଳୁଥିବାରୁ କମ୍ ନିଦ ହେବା ସହ ଶାରୀରିକ ପରିଶ୍ରମ କରିବାକୁ ସେମାନେ ପଛଘୁଞ୍ଚା ଦେଇଥାନ୍ତି ।
ଅନ୍ୟପକ୍ଷରେ ଡ଼ବ୍ଲ୍ୟୁଏଚ୍ଓ ଏହି ଡ଼୍ରାଫ୍ଟ୍ ଉପରେ ନିଜର ମତ ରଖିଛନ୍ତି ମାନସିକ ସ୍ୱାସ୍ଥ୍ୟ ଏବଂ ପଦାର୍ଥ ଦୁରୁପଯୋଗ ବିଭାଗର ଅଧିକାରୀ ବ୍ଲାଦିମିର ପୋଜ୍ନିକ୍ । ତାଙ୍କ କହିବା ଅନୁଯାୟୀ, “ଗେମିଙ୍ଗ ଡ଼ିଜ୍ଅର୍ଡ଼ର ଗୋଟେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା କି ନାହିଁ ସେ ବିଷୟରେ ଜାଣିବାକୁ ପଡ଼ିବ । କାରଣ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଭିଡ଼ିଓ ଗେମ୍ ଖେଳୁଥିଲେ ମଧ୍ୟ ସେମାନଙ୍କର କିଛି ବି ଅସୁବିଧା ହୁଏ ନାହିଁ । ଏହାର ପ୍ରଭାବ କେବଳ ପ୍ରତିକୁଳ ପରିସ୍ଥିତିରେ କିଛି ଲୋକଙ୍କ ଉପରେ ଦେଖାଯାଇଥାଏ” । ପ୍ରାୟ ୧୦ ପ୍ରତିଶତ ଲୋକ ୧୨ରୁ ୨୪ ଘଣ୍ଟା ଭିିଡ଼ିଓ ଗେମ୍ ଖେଳୁଥିଲେ ମଧ୍ୟ ତାହା ତାଙ୍କ ମାନସିକ ସ୍ଥିତିକୁ ପ୍ରଭାବିତ କରିନାହିଁ ବୋଲ ଏକ ସର୍ବକ୍ଷଣରୁ ଜଣାପଡ଼ିଛି ।