ବିନା କୋଚିଂରେ ବି କେମିତି ପାଇହେବ ଆଇଏଏସ, ଜାଣନ୍ତୁ କଣ କହନ୍ତି ଗନ୍ଧର୍ବ ରାଥୋଡ

ବିନା କୋଚିଂରେ ଆଇଏଏସ ପରୀକ୍ଷାରେ ବି ସଫଳତା ପାଇହେବ | ଆପଣ ପଚାରିବେ, କେମିତି ସମ୍ଭବ | ଆପଣଙ୍କର ଏହି ଦ୍ଵନ୍ଦକୁ ଦୂର କରିଛନ୍ତି ୨୦୧୫ ମସିହାରେ ୟୁପିଏସସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୯୩ ରାଙ୍କ ପାଇଥିବା ଗନ୍ଧର୍ବ ରାଥୋଡ | ତେବେ ସଫଳତା ପଛର ରହସ୍ୟ କଣ ଜାଣନ୍ତୁ |

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବାଣିଜ୍ୟରେ ସ୍ନାତକ ହାସଲ କରିଥିବା ଗନ୍ଧର୍ବ ସମାଜ ପାଇଁ କିଛି କରିବା ଲକ୍ଷ୍ୟ ନେଇ ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲେ | ସେ କୁହନ୍ତି ଯେ,’ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ଇଚ୍ଛା କରୁଥିବାବେଳେ ମୋର କିଛି ସାଙ୍ଗ ୟୁପିଏସସି ପରୀକ୍ଷା ପାଇଁ କୋଚିଂ ନେଉଥିଲେ | ସେମାନଙ୍କ ପାଖରୁ ପରୀକ୍ଷାର ଖସଡ଼ା ବା ସିଲାବସ ବାବଦରେ ମୁଁ ବୁଝିଥିଲି | ଏହା ପରେ ନିଜ ପାଇଁ ଏକ ଇସ୍ତାହାର ତିଆରି କରିଥିଲି | ପରୀକ୍ଷାରେ ସଫଳତା ପାଇବାକୁ ହେଲେ କଣ ସବୁ କରିବାକୁ ପଡିବ ତାହା ଲେଖିଥିଲି |

ଯେଉଁମାନେ ପୂର୍ବରୁ ସଫଳତା ପାଇଥିଲେ ସେମାନଙ୍କ ଠାରୁ ପଚାରି ବୁଝିଥିଲି ଯେ କିଭଳି ପ୍ରଶ୍ନ ଆସିଥାଏ ଓ ଭାଇଭାରେ କଣ ସବୁ ପଚରାଯାଏ’ | ତାଙ୍କର କହିବା ମୁତାବକ ସମ୍ପୂର୍ଣ୍ଣ ପରୀକ୍ଷାର ସିଲାବସ ଅନୁଯାୟୀ ଗନ୍ଧର୍ବ ୮୦ ପ୍ରତିଶତ ସମୟ ମୁଖ୍ୟ ବିଷୟକୁ ପଢୁଥିବାବେଳେ ୧୦ ପ୍ରତିଶତ ବିକଳ୍ପ ବିଷୟ ଓ ଅନ୍ୟ ୧୦ ପ୍ରତିଶତ ସବୁ ବିଷୟ ପାଇଁ ଦେଉଥିଲେ | ଯଦି କେହି ବିନା କୋଚିଂରେ ଆଇଏଏସ ପାଇଁ ପ୍ରସ୍ତୁତ ହେଉଥାନ୍ତି ତେବେ ପ୍ରଥମେ ସିଲାବସକୁ ଭଲ ଭାବରେ ବୁଝିବା ଆବଶ୍ୟକ | ସିଲାବସକୁ ଭଲ ଭାବରେ ବୁଝିବା ପାଇଁ ଅଧିକ ସମୟ ଦେବା ଆବଶ୍ୟକ | ସିଲାବସକୁ ବୁଝିବା ପରେ ଜଣେ ଉତ୍ତର ଲେଖିବା ଅଭ୍ୟାସ କରିବା ଉଚିତ |

ସେ କୁହନ୍ତି ଯେ,’ଲିଖନ ଶୈଳୀ ପରିବର୍ତ୍ତନ ସହ ଘଣ୍ଟାକ ମଧ୍ୟରେ କେତେ ଅଧିକ ପ୍ରଶ୍ନର ସଠିକ ଉତ୍ତର ଦେଇପାରୁଛି ତାହାର ଅଭ୍ୟାସ କରିଥିଲି | ସେହିଭଳି ପ୍ରଶ୍ନର ଉତ୍ତରରେ କିଭଳି ଆର୍ଥିକ, ରାଜନୈତିକ, ଆଇନ, ସାମାଜିକ-ସାଂସ୍କୃତିକ ଭଳି ପ୍ରସଙ୍ଗକୁ ଲଗୁରୁତ୍ବ ଦେଇ ଲେଖିହେବ ସେ ନେଇ ଯତ୍ନବାନ ହୋଇଥିଲି’ |

ସମ୍ବନ୍ଧିତ ଖବର