ଜାଣନ୍ତୁ କାହିଁକି ଦୃଷ୍ଟିଶକ୍ତି ଥିବା ସତ୍ୱେ ଗାନ୍ଧାରୀ ନିଜ ଆଖିରେ ବାନ୍ଧିଲେ ଅନ୍ଧପୁଟୁଳି

ଅନେକ ଲୋକ ଭାବନ୍ତି ଧ୍ରୁତରାଷ୍ଟ୍ରଙ୍କ ପ୍ରତି ଥିବା ଅନାବିଳ ସ୍ନେହ ଓ ସମ୍ମାନ ହେତୁ ଗାନ୍ଧାର ରାଜ୍ୟର ରାଜ କୁମାରୀ ଗାନ୍ଧାରୀ ନିଜ ଆଖିରେ ଅନ୍ଧପୁଟୁଳି ବାନ୍ଧି ସ୍ୱାମୀଙ୍କ ପରି ଦୃଷ୍ଟିହୀନ ଜୀବନକୁ ଆପଣେଇ ନେଇଥିଲେ। ମାତ୍ର ଅନ୍ୟପକ୍ଷରେ ଏହାର ବିପରୀତ କଥା ବି ଶୁଣିବାକୁ ମିଳେ। ବାସ୍ତବରେ ଗାନ୍ଧାରୀ ସ୍ୱାମୀଙ୍କ ପ୍ରତି ଥିବା ସ୍ନେହ ନୁହେଁ ବରଂ କ୍ରେଧ ହେତୁ ନିଜ ଆଖିରେ ଅନ୍ଧପୁଟୁଳି ବାନ୍ଧି ଜୀବନ କାଟିଥିଲେ।

ବିବାହ ପୂର୍ବରୁ ଗାନ୍ଧାରୀଙ୍କୁ କୁହାଯାଇନଥିଲା ଯେ ତାଙ୍କ ସ୍ୱାମୀ ଜଣେ ଦୃଷ୍ଟିହୀନ। ଧ୍ରୁତରାଷ୍ଟ୍ର ତାଙ୍କ ରାଜ୍ୟର ଦେଖାଶୁଣା କରିବା ପାଇଁ ଜଣେ ବୁଦ୍ଧିମତୀ ପତ୍ନୀ ଖୋଜୁଥିଲେ। ଗାନ୍ଧାରୀ ତାଙ୍କ ପାଇଁ ଉଚିତ ପ୍ରାର୍ଥୀ ଭାବି ତାଙ୍କୁ ପତ୍ନୀ ରୂପେ ଗ୍ରହଣ କଲେ। ମାତ୍ର ଗାନ୍ଧାରୀ ଏ କଥାରେ କ୍ରେଧିତ ହେଲେ। ଧ୍ରୁତରାଷ୍ଟ୍ର ନିଜ ରାଜ୍ୟ ପାଇଁ ତାଙ୍କୁ ବଳି ପାକାଇଛନ୍ତି ଭାବି ସେ ପ୍ରତିଶୋଧ ପରାୟଣା ହୋଇଗଲେ। ସେ ନିଜର କ୍ରୋଧ ଦେଖାଇବାକୁ ଯାଇ ନିଜ ଆଖିରେ ଅନ୍ଧପୁଟୁଳି ବାନ୍ଧି ଦୃଷ୍ଟିହୀନ ଜୀବନକୁ ଆପଣେଇ ନେଲେ।

ସମ୍ବନ୍ଧିତ ଖବର