ଗାନ୍ଧୀ ଟୋପି ବିଦ୍ୟାଳୟ

ଗାନ୍ଧୀ ଟୋପି ହେଉଛି ମହାତ୍ମାଙ୍କ ବିଚାର ଓ ଆଦର୍ଶର ପ୍ରତୀକ। ପ୍ରାକ୍‌-ସ୍ବାଧୀନତା କାଳରେ ଅନେକ ଗାନ୍ଧୀବାଦୀଙ୍କ ମୁଣ୍ତରେ ଏହି ଟୋପି ଶୋଭା ପାଉଥିଲା। ଏବେ ଗାନ୍ଧୀ ଟୋପି ପ୍ରାୟତଃ ଦେଖିବାକୁ ମିଳୁ ନ ଥିଲେ ହେଁ, ମଧ୍ୟପ୍ରଦେଶର ଗୋଟିଏ ସ୍କୁୁଲ୍‌ କିନ୍ତୁ ଏହାର ବ୍ୟତିକ୍ରମ। ଗଲା ପଞ୍ଚସ୍ତରି ବର୍ଷ ହେଲା ଏହି ସ୍କୁଲ୍‌ର ଛାତ୍ରମାନେ ଗାନ୍ଧୀ ଟୋପି ପିନ୍ଧିବାର ପର˚ପରାକୁ ପାଳନ କରିଆସୁଛନ୍ତି। ଏପରିକି ଗାନ୍ଧୀଜୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ ତେନେ କହିୟେ’ ବିଦ୍ୟାଳୟରେ ନିୟମିତ ଗାନ କରାଯାଉଛି। ନରସି˚ହପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ଦଶ କିଲୋମିଟର‌୍‌ ଦୂରରେ ଏହି ବିଦ୍ୟାଳୟଟି ଅବସ୍ଥିତ। ଏହା ୧୮୪୪ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ରାଜ୍ୟର ଅନ୍ୟତମ ପୁରାତନ ବିଦ୍ୟାଳୟ ଭାବେ ଜଣାଶୁଣା। ୧୯୪୫ ଅକ୍‌ଟୋବର ୩ ତାରିଖରେ ଗାନ୍ଧୀଜୀ ଏହି ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ। ଗାନ୍ଧୀଜୀଙ୍କ ବାର୍ତ୍ତା- ‘ସତ୍ୟ ଓ ଅହି˚ସା’ ପାଳନ ସ˚ପର୍କରେ ମଧ୍ୟ ଏହି ବିଦ୍ୟାଳୟ କାନ୍ଥରେ ଉଲ୍ଲେଖ ରହିଛି। ସେହି ସମୟ ଠାରୁ ଛାତ୍ରମାନେ ଗାନ୍ଧୀଟୋପି ପିନ୍ଧି ବିଦ୍ୟାଳୟକୁ ଆସୁଥିବା ଅନୁମାନ। ଟୋପି ପିନ୍ଧିବା ଛାତ୍ରଙ୍କ ଲାଗି ବାଧ୍ୟତାମୂଳକ ନୁହେ, କିନ୍ତୁ ଏହା ଦ୍ୱାରା ସେମାନେ ନିଜକୁ ଗର୍ବ ଅନୁଭବ କରିଥାନ୍ତି।

ସମ୍ବନ୍ଧିତ ଖବର