ତୃତୀୟ ଶ୍ରେଣୀ ଡବାରେ ‘ଭାରତ ଭ୍ରମଣ’ କରିଥିଲେ ମହାତ୍ମା ଗାନ୍ଧୀ

ରାଜକୋଟରେ ଏକ ରେଳର ତୃତୀୟ ଶ୍ରେଣୀ ଡବାରେ ଚଢ଼ି ମହାତ୍ମା ‘ଭାରତ ଭ୍ରମଣ’ ଆରମ୍ଭ କରିଥିଲେ। ପ୍ରଥମେ ଯାଇଥିଲେ କାଥିଆଵାଡ଼। ସେଠାରେ କିଛି ଦିନ ରହି ସତ୍ୟାଗ୍ରହ ଓ ଅହି˚ସାର ବାଣୀ ପ୍ରଚାର କରିଥିଲେ। ତାହା ପରେ ବାହାରିଥିଲେ ଅହମ୍ମଦାବାଦ। ନଗରୀ ଉପକଣ୍ଠସ୍ଥ କୋଚରାବ ନାମକ ଗ୍ରାମରେ ପ୍ରଥମ ଆଶ୍ରମ ପ୍ରତିଷ୍ଠା କରି, ‘ସତ୍ୟାଗ୍ରହ ଆଶ୍ରମ’ ନାଁ ଦେଇଥିଲେ। ଅହମ୍ମଦାବାଦରୁ କଲକାତା। ୧୭ ଫେବ୍ରୁଆରି ୨୦୧୫ରେ ପହଞ୍ଚିଥିଲେ ‘ଶାନ୍ତିନିକେତନ’ରେ। ରବୀନ୍ଦ୍ରନାଥ ଠାକୁର ନ ଥିବାରୁ ସଙ୍ଗେସଙ୍ଗେ ଭେଟ ହୋଇପାରି ନ ଥିଲା। ୨୦ ଫେବ୍ରୁଆରିରେ ଗୋଖଲେଙ୍କ ଦେହାନ୍ତ ଖବର ପାଇ ପୁଣେ ଫେରିଥିଲେ। ଶୋକ ପାଳନ ପାଇଁ ଏକ ବର୍ଷ ଚପଲ ନ ପିନ୍ଧିବା ପାଇଁ ନିଷ୍ପତ୍ତି ନେଇଥିଲେ।

ଗୋଖଲେଙ୍କ ସ୍ମୃତିରେ ଆୟୋଜିତ ଶୋକସଭାରେ ଯୋଗଦେଇ କଲକାତା ଫେରିଥିଲେ। ୬ ମାର୍ଚ ୧୯୧୫ରେ ଠାକୁରଙ୍କ ସହ ପ୍ରଥମ ସାକ୍ଷାତ୍ ହୋଇଥିଲା ଏବ˚ ସେ ହିଁ ତାଙ୍କୁ ପ୍ରଥମେ ‘ମହାତ୍ମା’ ଭାବେ ସମ୍ବୋଧିତ କରିଥିଲେ। କଲକାତାରୁ ଯାଇଥିଲେ ବାରାଣସୀ, ତାହା ପରେ କାଶୀ ବିଶ୍ବନାଥ ମନ୍ଦିର ଏବଂ ପରେ ହରିଦ୍ବାର। ହରିଦ୍ବାରରୁ ମାଡ୍ରାସ; ସେଠାରୁ ବେଙ୍ଗଲୁରୁ ହୋଇ ଫେରିଥିଲେ ଅହମ୍ମଦାବାଦ ଏବ˚ ପହଞ୍ଚିଥିଲେ ମେ ୧୧ରେ।

ସମ୍ବନ୍ଧିତ ଖବର